ଫାଶି ପାଇଥିବା ଏକମାତ୍ର ଟେଷ୍ଟ କ୍ରିକେଟର

କ୍ରିକେଟ ଇତିହାସରେ ଜଣେ ଏଭଳି ଖେଳାଳି ଥିଲେ, ଯାହାଙ୍କୁ ଫାଶି ଦିଆଯାଇଥିଲା। ସେ ହେଲେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ୧୯୩୪ରୁ ୩୯ ମସିହା ପର୍ଯ୍ୟନ୍ତ ଖେଳିଥିବା ଲେସଲି ହିଲଟନ। ଜାମାଇକାରେ ଜନ୍ମିତ ଏହି ପେସର ଅନ୍ତର୍ଜାତୀୟ ସ୍ତରରେ ମାତ୍ର ୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ହାତେଇଥିଲେ ୧୬ ଉଇକେଟ। ସେଥିରେ ସେତେଟା ସଫଳତା ପାଇ ନ ଥିବା ଏହି କ୍ରିକେଟରଙ୍କୁ ୧୯୫୫ରେ ଦିଆଯାଇଥିଲା ଫାଶି। ହିଲଟନ ୧୯୫୪ରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ।

୧୯୩୯ରେ କ୍ରିକେଟରୁ ଦୂରେଇବା ପରେ ହିଲଟନ ୧୯୪୨ରେ ଲୁରଲାଇନ ରୋଜଙ୍କୁ ପ୍ରେମ ବିବାହ କରିଥିଲେ। ଏହାର ୫ ବର୍ଷ ପରେ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ୧୯୫୪ରେ ତାଙ୍କ ସ୍ତ୍ରୀ ବ୍ୟକ୍ତିଗତ ବ୍ୟବସାୟ ପାଇଁ ବାରମ୍ବାର ନ୍ୟୁୟର୍କ ଯାଉଥିଲେ। ସେହି ବର୍ଷ ଏପ୍ରିଲରେ ରୟ ଫ୍ରାଙ୍କସିସ୍‌ ନାମକ ବ୍ୟକ୍ତିଙ୍କ ସହ ଲୁରଲାଇନଙ୍କ ଅବୈଧ ସମ୍ପର୍କ ଥିବା ଏକ ଅଜ୍ଞାତ ଚିଠି ହିଲଟନଙ୍କୁ ମିଳିଥିଲା। ଏହାପରେ ଲୁରଲାଇନ୍‌ଙ୍କୁ ତୁରନ୍ତ ଜାମାଇକା ଡକାଇ ଏ ସମ୍ପର୍କରେ ପଚାରି ଥିଲେ। ସବୁ ଅଭିଯୋଗ ସ୍ବୀକାର କରିବା ସହ ହିଲଟନଙ୍କ ସହ ଖୁସିରେ ନ ଥିବା କହିଥିଲେ ଲୁରଲାଇନ୍‌। ଏଥିରେ ରାଗି ଯାଇ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ। କୋର୍ଟରେ ନିଜକୁ ବଞ୍ଚାଇବା ପାଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବାବେଳେ ଭୁଲ ବଶତଃ ପତ୍ନୀଙ୍କୁ ଗୁଳି ଲାଗିଥିବା କହିଥିଲେ। ହେଲେ ଲୁରଲାଇନଙ୍କ ମୃତଦେହରୁ ଜବତ ହୋଇଥିଲା ୭ଟି ଗୁଳି। ଶେଷରେ ୧୯୫୫ ମେ’ ୧୭ରେ ହିଲଟନଙ୍କୁ ଫାଶି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri