ଫାଶି ପାଇଥିବା ଏକମାତ୍ର ଟେଷ୍ଟ କ୍ରିକେଟର

କ୍ରିକେଟ ଇତିହାସରେ ଜଣେ ଏଭଳି ଖେଳାଳି ଥିଲେ, ଯାହାଙ୍କୁ ଫାଶି ଦିଆଯାଇଥିଲା। ସେ ହେଲେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ୧୯୩୪ରୁ ୩୯ ମସିହା ପର୍ଯ୍ୟନ୍ତ ଖେଳିଥିବା ଲେସଲି ହିଲଟନ। ଜାମାଇକାରେ ଜନ୍ମିତ ଏହି ପେସର ଅନ୍ତର୍ଜାତୀୟ ସ୍ତରରେ ମାତ୍ର ୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ହାତେଇଥିଲେ ୧୬ ଉଇକେଟ। ସେଥିରେ ସେତେଟା ସଫଳତା ପାଇ ନ ଥିବା ଏହି କ୍ରିକେଟରଙ୍କୁ ୧୯୫୫ରେ ଦିଆଯାଇଥିଲା ଫାଶି। ହିଲଟନ ୧୯୫୪ରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ।

୧୯୩୯ରେ କ୍ରିକେଟରୁ ଦୂରେଇବା ପରେ ହିଲଟନ ୧୯୪୨ରେ ଲୁରଲାଇନ ରୋଜଙ୍କୁ ପ୍ରେମ ବିବାହ କରିଥିଲେ। ଏହାର ୫ ବର୍ଷ ପରେ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ୧୯୫୪ରେ ତାଙ୍କ ସ୍ତ୍ରୀ ବ୍ୟକ୍ତିଗତ ବ୍ୟବସାୟ ପାଇଁ ବାରମ୍ବାର ନ୍ୟୁୟର୍କ ଯାଉଥିଲେ। ସେହି ବର୍ଷ ଏପ୍ରିଲରେ ରୟ ଫ୍ରାଙ୍କସିସ୍‌ ନାମକ ବ୍ୟକ୍ତିଙ୍କ ସହ ଲୁରଲାଇନଙ୍କ ଅବୈଧ ସମ୍ପର୍କ ଥିବା ଏକ ଅଜ୍ଞାତ ଚିଠି ହିଲଟନଙ୍କୁ ମିଳିଥିଲା। ଏହାପରେ ଲୁରଲାଇନ୍‌ଙ୍କୁ ତୁରନ୍ତ ଜାମାଇକା ଡକାଇ ଏ ସମ୍ପର୍କରେ ପଚାରି ଥିଲେ। ସବୁ ଅଭିଯୋଗ ସ୍ବୀକାର କରିବା ସହ ହିଲଟନଙ୍କ ସହ ଖୁସିରେ ନ ଥିବା କହିଥିଲେ ଲୁରଲାଇନ୍‌। ଏଥିରେ ରାଗି ଯାଇ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ। କୋର୍ଟରେ ନିଜକୁ ବଞ୍ଚାଇବା ପାଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବାବେଳେ ଭୁଲ ବଶତଃ ପତ୍ନୀଙ୍କୁ ଗୁଳି ଲାଗିଥିବା କହିଥିଲେ। ହେଲେ ଲୁରଲାଇନଙ୍କ ମୃତଦେହରୁ ଜବତ ହୋଇଥିଲା ୭ଟି ଗୁଳି। ଶେଷରେ ୧୯୫୫ ମେ’ ୧୭ରେ ହିଲଟନଙ୍କୁ ଫାଶି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri