Posted inଜାତୀୟ

ଆଇଭିଏଫ୍‌ ଶିଶୁ ଉପରେ କେବଳ ମା’ଙ୍କର ଅଧିକାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

କୋଚି,୧୮।୮: କେରଳ ହାଇକୋର୍ଟରେ ଆଇଭିଏଫ୍‌ ଦ୍ୱାରା ଜନ୍ମ ହୋଇଥିବା ଶିଶୁ ମାମଲାର ଶୁଣାଣି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ହାଇକୋର୍ଟ କହିଛନ୍ତି ଯେ ଆଇଭିଏଫ୍‌ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁ ଉପରେ କେବଳ ମା’ଙ୍କର ହିଁ ଅଧିକାର ରହିବ। ଆଇଭିଏଫ୍‌ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁଙ୍କର ଜନ୍ମ-ମୃତ୍ୟୁ ପଞ୍ଜିକରଣ ପାଇଁ ପିତାଙ୍କ ବିଷୟରେ ସୂଚନା ମାଗିବା ଠିକ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି ଯେ ଆଇଭିଏଫ୍‌ ପରି ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା (ଏନ୍‌ଆର୍‌ଟି) ସହାୟତାରେ ମହିଳାଙ୍କୁ ଏକାକୀ ମାତା ଭାବରେ ମାନ୍ୟତା ଦିଆଯାଇଛି। ଏପରି ପରିସ୍ଥିତିରେ, ଯଦି ଆଇଭିଏଫ୍‌ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁଙ୍କର ପିତାଙ୍କ ବିଷୟରେ ସୂଚନା ଖୋଜାଯାଏ, ତେବେ ଏହା ମା’ ଏବଂ ତାଙ୍କ ସନ୍ତାନଙ୍କର ସମ୍ମାନ ଅଧିକାର ପ୍ରତି ଆଞ୍ଚ ଆଣିବା ସହିତ ଏହାକୁ ପ୍ରଭାବିତ କରିଥାଏ ବୋଲି କୋର୍ଟ କହିଛନ୍ତି। ଏପରି ପିଲାମାନଙ୍କ ପାଇଁ ରାଜ୍ୟ ପୃଥକ ଫର୍ମ ପ୍ରସ୍ତୁତ କରିବା ଆବଶ୍ୟକ। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଆଇଭିଏଫ୍‌ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁମାନଙ୍କର ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ପାଇଁ ରାଜ୍ୟ ସରକାର ପୃଥକ ଫର୍ମ ପ୍ରସ୍ତୁତ କରିବା ଗୁରୁତ୍ୱଦେସବା ଆବଶ୍ୟକ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ କୌଣସି ମହିଳାଙ୍କର ଏକମାତ୍ର ମା ହେବାର ଅଧିକାର ରହିଛି। ଅବିବାହିତା ମହିଳାମାନେ ଏ.ଆର୍‌.ଟି. ପଦ୍ଧତିରୁ ମା ହେବାର ଅଧିକାରକୁ ସ୍ବୀକାର କରାଯାଇଛି। ଏହା ସତ୍ତ୍ୱେ ପିତାଙ୍କ ନାମ ବିଷୟରେ ସୂଚନା ଖୋଜିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି କରିବା ଦ୍ୱାରା ମା’ ଏବଂ ତାଙ୍କ ସନ୍ତାନର ଗୋପନୀୟତା, ସ୍ବାଧୀନତା ଏବଂ ସମ୍ମାନର ଅଧିକାରର ଉଲ୍ଲଂଘନ ହେଉଛି।

ଛାଡପତ୍ର ହୋଇଥିବା ଜଣେ ମହିଳାଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ମହିଳା ଜଣକ ଆଇଭିଏଫ୍‌ ମାଧ୍ୟମରେ ଗର୍ଭଧାରଣ କରିବା ପରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଶିଶୁର ଜନ୍ମ ପ୍ରମାଣପତ୍ର ତିଆରି ସମୟରେ ପିତାଙ୍କ ନାମ ବିଷୟରେ ତାଙ୍କୁ ପଚରାଯାଇଥିଲା। ପ୍ରଥମେ ସେ ଏହାକୁ ଅସ୍ବୀକାର କରିଥିଲେ କିନ୍ତୁ ପରେ ମହିଳାଙ୍କୁ କୁହାଯାଇଥିଲା ଯେ କେରଳ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ନିୟମ ୧୯୭୦ ଅନୁଯାୟୀ ଏଭଳି ତଥ୍ୟ ବାଧ୍ୟତାମୂଳକ। ଏହା ପରେ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳା କୋର୍ଟରେ କହିଛନ୍ତି ଯେ ସେ ପିତାଙ୍କ ନାମ ପ୍ରକାଶ କରିପାରିବେ ନାହିଁ। ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିବା ପିଲାମାନଙ୍କର ପିତାଙ୍କ ପରିଚୟ ଗୋପନୀୟ ରଖାଯାଏ। ମହିଳା ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ଶିଶୁ ପିତାଙ୍କ ନାମ ବିଷୟରେ ପଚରାଯାଏ, ତେବେ ଏହାଦ୍ୱାରା ତାଙ୍କର ଗୋପନୀୟତା, ସ୍ବାଧୀନତା ଏବଂ ସମ୍ମାନ ଅଧିକାରର ଉଲ୍ଲଂଘନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri