ଆଉ ମାତ୍ର ଦୁଇଦିନ ବାକି, ପୁଣି ବଦଳିଯିବ ଅନ୍‌ଲାଇନ୍‌ ପେମେଣ୍ଟର ପଦ୍ଧତି; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଶେଷ ହେବାକୁ ଯାଉଛି ସେପ୍ଟେମ୍ବର। ଅକ୍ଟୋବର ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଦ୍ୱାରା ପେମେଣ୍ଟ କରନ୍ତି ତେବେ ଆପଣଙ୍କର ଦେୟ ମୋଡ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର କାର୍ଡ ଅନ୍‌ ଫାଇଲ୍‌ ଟୋକୋନାଇଜେଶନ୍‌ ନିୟମ ଲାଗୁ ହେବାକୁ ଯାଉଛି। ଏହାଦ୍ୱାରା କାର୍ଡଧାରୀଙ୍କ ଦେୟ ଅଭିଜ୍ଞତାରେ ସୁଧାର ଆସିବ। ଏଥିସହ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ଯୋଗେ କାରବାର ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଯିବ।

୨୦୨୨ ଅକ୍ଟୋବର ପହିଲାରୁ ଆର୍‌ବିଆଇ ଟୋକୋନାଇଜେଶନ ଲାଗୁ କରିବ। ଏହାଦ୍ୱାରା ଯେତେବେଳେ ବି ଉପଭୋକ୍ତାମାନେ ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ମେଶିନ, ଅନଲାଇନ୍‌ କିମ୍ବା କୌଣସି ଆପ୍‌ ଜରିଆରେ ପେମେଣ୍ଟ କରନ୍ତି ତେବେ ସେମାନଙ୍କ କାର୍ଡ ବିବରଣୀ ଏକ ଏନ୍‌କ୍ରିପ୍ଟ ଟୋକେନ୍‌ ଭାବେ ଗଚ୍ଛିତ ହେବ। ଫଳରେ କୌଣସି ପେମେଣ୍ଟ କମ୍ପାନୀ ଆପଣଙ୍କ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ତଥ୍ୟ ସଂରକ୍ଷଣ କରିବାରେ ସକ୍ଷମ ହେବେ ନାହିଁ। ଏହା ପରିବର୍ତ୍ତେ କମ୍ପାନୀମାନଙ୍କୁ ଏକ ବିକଳ୍ପ କୋଡ୍‌ ପ୍ରଦାନ କରିବାକୁ ହେବ, ଯାହାର ନାମ ଟୋକେନ୍‌ ଦିଆଯାଇଛି।

ଟୋକୋନାଇଜେଶନ ସିଷ୍ଟମ ଲାଗୁ ହେବା ପରେ ପେମେଣ୍ଟ କମ୍ପାନୀମାନଙ୍କୁ ଆପଣଙ୍କ କାର୍ଡ ବଦଳରେ ଏକ ବିକଳ୍ପ କୋର୍ଡ କିମ୍ବା ଟୋକେନ୍‌ ଦେବାକୁ ହେବ। ଏହା ସ୍ବତନ୍ତ୍ର ରହିବ। ଏକାଧିକ କାର୍ଡ ଲାଗି ସମାନ ଟୋକେନ୍‌ ବ୍ୟବହାର କରାଯାଇପାରିବ। ଏହା ଦେୟ ପଦ୍ଧତିକୁ ବଦଳାଇବ। କାରଣ ଅନ୍‌ଲାଇନ୍‌ ପେମେଣ୍ଟ କରିବା ସମୟରେ ଆପଣଙ୍କ କାର୍ଡ ଦେବା ପରିବର୍ତ୍ତେ ଏହି ସ୍ବତନ୍ତ୍ର ଟୋକେନ୍‌ ବ୍ୟବହାର କରିବାକୁ ହେବ।
ଆର୍‌ବିଆଇ ସମସ୍ତ ଅପରେଟିଂ ବ୍ୟାଙ୍କକୁ କାର୍ଡ ବିବରଣୀ ଲାଗି ଟୋକେନ୍‌ ତିଆରି କରିବାକୁ କହିଛି। ବର୍ତ୍ତମାନ ସମୟରେ ଗ୍ରାହକମାନେ କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡର ସୂଚନା ଲିକ୍‌ ଯୋଗୁ ଠକେଇ ହେବାର ଆଶଙ୍କା ଥିବାରୁ କାର୍ଡ ବଦଳରେ ଟୋକେନ୍‌ ମାଧ୍ୟମରେ ପେମେଣ୍ଟ ସିଷ୍ଟମ ଲାଗୁ ହେତୁ ଜାଲିଆତି ମାମଲା ହ୍ରାସ ପାଇବ।

ଏହି ନୂଆ ସୁବିଧା ଲାଭ ନେବା ଲାଗି ବ୍ୟବହାରକାରୀଙ୍କୁ କୌଣସି ପ୍ରକାର ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏହାର ବ୍ୟବହାର ବି ଗ୍ରାହକଙ୍କ ଉପରେ ନିର୍ଭର କରିବ। କାର୍ଡର ଟୋକେନ୍‌ ନା ପୁରୁଣା ପ୍ରଣାଳୀରେ ସେ ନେଣଦେଣ କରିବ ତାହା ନିଜେ ହିଁ ସ୍ଥିର କରିବ। ଯେଉଁ ଗ୍ରାହକ ଟୋକେନ କରିବାକୁ ଚାହିଁବେ ନାହିଁ ସେମାନେ ପୂର୍ବଭଳି କାର୍ଡ ବିଷୟରେ ସୂଚନା ଦେଇ ନେଣଦେଣ କରିପାରିବେ।

ଏହି ସିଷ୍ଟମ ଲାଗୁ ହେବା ନେଇ ଚର୍ଚ୍ଚା ଗତ ବର୍ଷରୁ ଆରମ୍ଭ ହୋଇଥିଲା। ହେଲେ ଡେଡ୍‌ଲାଇନ୍‌କୁ ଚଳିତ ବର୍ଷ ଦୁଇଥର ଆଗକୁ ନିଆଯାଇଛି। ଏବେ କିନ୍ତୁ ସେଭଳି ସମ୍ଭାବନା ନ ଥିବା କୁହାଯାଉଛି। ପେମେଣ୍ଟ କମ୍ପାନୀଗୁଡ଼ିକୁ ଏବେ ୨୦୨୨ ସେପ୍ଟେମ୍ବର ୩୦ ପରଠାରୁ ଲୋକଙ୍କ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡର ଡାଟା କାଟିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?