ଆଜିଠୁୁ ଅନ୍‌ଲାଇନ ଗେମିଂ ମହଙ୍ଗା

ଭୁବନେଶ୍ୱର ,୧।୧୦ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଅନ୍‌ଲାଇନ ଗେମିଂର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଭାରତରେ ପ୍ରଚଳିତ ଏବଂ କାର୍ଯ୍ୟକ୍ଷମ ଅନ୍‌ଲାଇନ ଗେମିଂ ପ୍ଲାଟ୍‌ଫର୍ମ (କମ୍ପାନୀ)ଗୁଡିକ ସରକାରଙ୍କୁ କୌଣସି ପ୍ରକାର ଟିକସ ଦେଉ ନ ଥିବାବେଳେ କୋଟି କୋଟି ଟଙ୍କାର ରାଜସ୍ବ ସମ୍ପୃକ୍ତ ଅନ୍‌ଲାଇନ ଗେମିଂ କମ୍ପାନୀଗୁଡିକ ସଂଗ୍ରହ କରୁଛନ୍ତି। ଉପରୋକ୍ତ ବିଷୟରେ କେନ୍ଦ୍ର ସରକାର ବହୁ ବିଚାରବିମର୍ଶ ପରେ ଚଳିତ ବର୍ଷ ଅକ୍ଟୋବର ୧ରୁ ଅନ୍‌ଲାଇନ ଗେମିଂ ଉପରେ ୨୮% ସେବା ଓ ସାମଗ୍ରୀ ଟିକସ (ଗୁଡ୍‌ସ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ) ବା ଜିଏସ୍‌ଟି ଲାଗୁ କରିବେ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏ ନେଇ ମଧ୍ୟ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମସ (ସିବିଆଇସି)ର ଚେୟାରମ୍ୟାନ ସଞ୍ଜୟ ଅଗ୍ରୱାଲ କହିଛନ୍ତି, ଭାରତରେ କାର୍ଯ୍ୟକ୍ଷମ ଗେମିଂ କମ୍ପାନୀଗୁଡ଼ିକୁ ସରକାରଙ୍କ ନିୟମାବଳୀ ଅନୁଯାୟୀ ଲିଗାଲ ନୋଟିସ ପଠାଇ ଦିଆଯାଇଛି। ସେହିଭଳି ଦେଶର ସମସ୍ତ ରାଜ୍ୟର ବିଧାନସଭାରେ ଜିଏସ୍‌ଟି ସଂଶୋଧନ ବିଧେୟକ-୨୦୨୩କୁ ସେପ୍ଟେମ୍ବର ୩୦ ସୁଦ୍ଧା ଗୃହୀତ କରିବା ଅଥବା ଅଧ୍ୟାଦେଶ ଜାରି କରି ୨୦୨୩ ଅକ୍ଟୋବର ୧ରୁ ଲାଗୁ କରିବା ଆବଶ୍ୟକ ରହିଛି ବୋଲି ସଞ୍ଜୟ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁଲାଇର ଜିଏସ୍‌ଟି କାଉନସିଲ ବୈଠକରେ ଅନ୍‌ଲାଇନ ଗେମିଂ, ହର୍ସ ରେସିଂ ଓ କ୍ୟାସିନୋ ଆଦି ଉପରେ ୨୮% ଜିଏସ୍‌ଟି ଲାଗୁ କରିବା ପାଇଁ ସରକାର ଘୋଷଣା କରିଥିଲେ। ଏପରିକି ୨୦୨୩ ଅଗଷ୍ଟ ୨ ରେ ଏଥିପାଇଁ ଅନୁଷ୍ଠିତ ୫୧ତମ ଜିଏସ୍‌ଟି ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଅଗ୍ରୱାଲ କହିଛନ୍ତି, ଆମେ ସବୁ ରାଜ୍ୟର ସହମତିରେ ୨୦୨୩ ଅକ୍ଟୋବର ୧ରୁ ଅନ୍‌ଲାଇନ ଗେମିଂ ଉପରେ ୨୮% ଜିଏସ୍‌ଟି ଲାଗୁ କରିବା ପାଇଁ ପ୍ରସ୍ତୁତ ହୋଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri