Posted inଜାତୀୟ

ଅନଲାଇନ ଗେମିଂ ବିଲକୁ କ୍ୟାବିନେଟ ମଞ୍ଜୁରୀ: ଜୁଆ, ବେଟିଂ ଆପ୍‌ଗୁଡ଼ିକୁ ନିୟନ୍ତ୍ରଣ ପାଇଁ ଆସିବ କଡ଼ା ନିୟମ

ନୂଆଦିଲ୍ଲୀ,୧୯।୮: କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଅନଲାଇନ ଗେମିଂ ବିଲକୁ ମଞ୍ଜୁରୀ ଦେଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବେଟିଂ ଆପ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବା ଏବଂ ଜୁଆ ଉପରେ କଡ଼ା ଅଙ୍କୁଶ ଲଗାଇବା। ଏହି ବିଲ ଅନଲାଇନ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ଆଇନଗତ ପରିସୀମା ଭିତରେ ଆଣିବା ସହ ଡିଜିଟାଲ ଆପ୍‌ ମାଧ୍ୟମରେ ଜୁଆ ଖେଳିବା ଉପରେ ଦଣ୍ଡର ବ୍ୟବସ୍ଥା କରିବ।

ସରକାର ବିଗତ କିଛି ବର୍ଷ ଧରି ଏହି କ୍ଷେତ୍ର ଉପରେ ନିୟନ୍ତ୍ରଣକୁ କଡ଼ାକରି ଚାଲିଛନ୍ତି। ୨୦୨୩ ଅକ୍ଟୋବରରୁ ଅନଲାଇନ ଗେମିଂ ଉପରେ ୨୮% ଜିଏସଟି ଲାଗୁ କରାଯାଇଛି, ଏବଂ ୨୦୨୪-୨୫ ଆର୍ଥିକ ବର୍ଷରୁ ଗେମରୁ ହାସଲ ଜିତିବା ରାଶି ଉପରେ ୩୦% ଟିକସ ଲାଗୁ ହୋଇଛି। ଏପରିକି ବିଦେଶୀ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ଟିକସ ପରିଦ୍ଧି ଭିତରେ ଆଣିବା ସହ ଅନିୟମିତ କିମ୍ବା ଅବୈଧ ସାଇଟଗୁଡ଼ିକୁ ବ୍ଲକ କରିବା ପାଇଁ ସଂସ୍ଥାମାନଙ୍କୁ କ୍ଷମତା ଦିଆଯାଇଛି।

ଗତ ବର୍ଷ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ନୂଆ ଅପରାଧିକ ଧାରା ଲାଗୁ ହୋଇଛି, ଯାହା ଅନୁମୋଦନ ବିନା ବେଟିଂକୁ ଅପରାଧ ଘୋଷଣା କରି ଏଥିପାଇଁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଜୋରିମାନାର ବ୍ୟବସ୍ଥା କରିଛି। ତେବେ, ସମ୍ବିଧାନର ରାଜ୍ୟ ତାଲିକାରେ “ବେଟିଂ ଓ ଜୁଆ” ଥିବାରୁ ଅବୈଧ ବେଟିଂ ଓ ଜୁଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାରମାନେ ମୁଖ୍ୟ କର୍ତ୍ତୃପକ୍ଷ ରହିଛନ୍ତି।

୨୦୨୨ରୁ ୨୦୨୫ ଫେବ୍ରୁଆରୀ ମଧ୍ୟରେ ସରକାର ୧,୪୦୦ରୁ ଅଧିକ ବେଟିଂ ଓ ଜୁଆ ସମ୍ବନ୍ଧୀୟ ୱେବସାଇଟ ଏବଂ ଆପ୍‌ଗୁଡ଼ିକୁ ବ୍ଲକ କରିଛନ୍ତି। ଜୁଆରେ ନିଶା ରୋକିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଅଭିଭାବକ ଓ ଶିକ୍ଷକମାନଙ୍କୁ ପରାମର୍ଶ ଜାରି କରିଛି, ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଚ୍ୟାନେଲଗୁଡ଼ିକୁ ଗେମିଂ ବିଜ୍ଞାପନରେ ଆର୍ଥିକ ଲୋଭ ଏବଂ ନିଶା ସମ୍ପର୍କିତ ଚେତାବନୀ ସମ୍ବଳିତ ଡିସକ୍ଲେମର ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri