ଓଏଲ୍‌ଏକ୍ସରେ ଗାଡ଼ି କିଣି ଫସିଥାନ୍ତେ ଯୁବକ, ଏମିତି ପାରିଲେ ଜାଣି…

ସୋରଡ଼ା,୨୮ା୫(ଡି.ଏନ୍‌.ଏ.): ଅନ୍‌ଲାଇନ ଠକେଇ ଏବେ ବଢ଼ିଚାଲିଛି। ଗଞ୍ଜାମ ଜିଲା ସୋରଡ଼ାର ଜଣେ ଯୁବକ ଓଏଲ୍‌ଏକ୍ସରେ ଗୋଟିଏ ହିରୋ ଗାଡ଼ି ୨୮୦୦୦ ଟଙ୍କାରେ ବିକ୍ରି ବିଜ୍ଞାପନ ଦେଖି ସମ୍ପୃକ୍ତ ବିଜ୍ଞାପନ ଦାତାଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ବିକ୍ରେତାଙ୍କ(୮୮୪୭୮୩୦୬୩୧) ନମ୍ବରରୁ କଲ୍‌ ଆସିଥିଲା। ସମ୍ବଲପୁରରେ କାର୍ଯ୍ୟରତ ଜଣେ ସେନା କର୍ମଚାରୀ ଓ ସେ କଶ୍ମୀରକୁ ବଦଳି ହୋଇଯିବାକୁ ଥିବାରୁ ଗାଡ଼ିଟି ବିକ୍ରିକରି ଦେବେ ବୋଲି ହିନ୍ଦୀରେ କହିଥିଲେ। ଗାଡ଼ିର ଆର୍‌ସି, ଇନ୍‌ସ୍ୟୁରାନ୍ସ କାଗଜ,ଗାଡ଼ିର ଫଟୋ,ସବୁ ହ୍ବାଟ୍ସଆପ୍‌ରେ ପଠାଇଥିଲେ। ଗାଡ଼ିଟି ବ୍ରହ୍ମପୁର ବାସୁମତୀ କଲୋନୀ,ଜଗନ୍ନାଥ ବିହାର ତୃତୀୟ ଲାଇନ୍‌ ବୋଲି ଆରସିରେ ଲେଖା ହେବା ସହ ୨୦୨୧ରେ କିଣାଯାଇଥିବା ଓ ୫ ବର୍ଷର ଇନ୍‌ସ୍ୟୁରାନ୍ସ ମଧ୍ୟ ଅଛି। ଫୋନ ପେ’ ରେ ଅର୍ଥ ପଠାନ୍ତୁ ଗାଡ଼ି ଆପଣଙ୍କ ପାଖରେ ପହଞ୍ଚିଯିବ ବୋଲି କହିଥିଲେ। ବ୍ରହ୍ମପୁରର ଗାଡ଼ିମାଲିକ ହିନ୍ଦୀରେ କଥାବାର୍ତ୍ତା କରିବା ଏବଂ ଦେଖାସାକ୍ଷାତ ପାଇଁ ମନା କରିବାରୁ ଯୁବକଙ୍କ ମନରେ ସନ୍ଦେହ ଆସିଥିଲା। ତେବେ ଗାଡ଼ି ବିକ୍ରି ଚଳିତ ଦିନରେ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ବେଳେ ବିକ୍ରେତା ଏବଂ କ୍ରେତାଙ୍କ ଉପସ୍ଥିତି ଅନଲାଇନ ଟ୍ରାନ୍ସଫର ସମୟରେ ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍‌ଲାଇନ୍‌ରେ ଗାଡ଼ି କିଣିବା ସମ୍ଭବ ନୁହେଁ। ଏପରିକି ଗାଡ଼ି କିଣିବାକୁ ଚାହୁଁଥିବା ଯୁବକ ଗ୍ରାହକ ସେବା କେନ୍ଦ୍ର ସଞ୍ଚାଳକ ରୂପେ ୩ ବର୍ଷ ହେଲା କାର୍ଯ୍ୟ କରି ଆରଟିଓ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ନିପୁଣ ଥିବାରୁ ଉକ୍ତ ଗାଡ଼ିଟିକୁ ଟ୍ରାଫିକ ଚାଲାଣ ପୋର୍ଟାଲରେ ସର୍ଚ୍ଚ କରିଥିଲେ। ବାଇକ୍‌ଟିରେ ୩୧ା୦୫ା୨୦୨୧ ଓ ୪ା୧୨ା୨୦୨୧ରେ ବିନା ହେଲମେଟ୍‌ ପାଇଁ ୭୦୦୦ ଟଙ୍କାର ଚାଲାଣ କଟାଯାଇଥିବା ଜଣାପଡ଼ିଛି। ଯାହାର ଅର୍ଥ ମଧ୍ୟ ପଇଠ ହୋଇନି । ଏ ସବୁ ଜାଣି ଯୁବକ ଜଣଙ୍କ ଏହା ଠକେଇ କାରବାର ବୋଲି ଜାଣିଯାଇଥିଲେ ଏବଂ ଅନ୍ୟମାନଙ୍କୁ ଏ ବିଷୟରେ ମଧ୍ୟ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri