ଖରାଦିନେ ବଢିଯିବ ପିଆଜ ଦର! ଜାଣନ୍ତୁ ସରକାରଙ୍କ କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୨୩।୩: ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ! ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏବେ ସରକାର ଦେଶରୁ ପିଆଜ ରପ୍ତାନି କରିବା ସହଜ କରିଦେଇଛନ୍ତି, ଗ୍ରୀଷ୍ମ ଋତୁରେ ପିଆଜ ଦର ସ୍ଥିର ରହିବ ନା ବଢିଯିବ ଆସନ୍ତୁ ଜାଣିବା…

ବର୍ତ୍ତମାନ ଭାରତରେ ପିଆଜ ରପ୍ତାନି ଉପରେ ଶୁଳ୍କ ଲାଗୁ ହୋଇଛି। ଏହାର ହାର 20 ପ୍ରତିଶତ। ଏବେ ସରକାର ପିଆଜ ରପ୍ତାନି ଉପରେ ଏହି 20 ପ୍ରତିଶତ ଶୁଳ୍କ ଏପ୍ରିଲ 1 ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାର ଏହି ନିଷ୍ପତ୍ତି କାହିଁକି ନେଲେ?
୨୦ ପ୍ରତିଶତ ରପ୍ତାନି ଶୁଳ୍କ ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ସରକାରଙ୍କ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତଦନୁସାରେ, କନଜ୍ୟୁମର ବିଭାଗରୁ ଚିଠି ପାଇବା ପରେ ହିଁ ରାଜସୱ ବିଭାଗ 20 ପ୍ରତିଶତ ରପ୍ତାନି ଶୁଳ୍କ ପ୍ରତ୍ୟାହାର କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ସରକାର ସେପ୍ଟେମ୍ବର 2024 ରେ ପିଆଜ ରପ୍ତାନି ଉପରେ ଏହି ଶୁଳ୍କ ଲାଗୁ କରିଥିଲେ।

ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ କହିଛି, “ପିଆଜ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ଉପରେ ଲାଭ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ସାଧାରଣ ଗ୍ରାହକଙ୍କ ପାଇଁ ପିଆଜର ଉଚିତ ମୂଲ୍ୟ ବଜାୟ ରଖିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ରବି ଫସଲ ସମୟରେ ପିଆଜର ଭଲ ଆଗମନ ଆଶା କରାଯାଉଛି। ତେଣୁ, ପିଆଜର ପାଇକାରୀ ଏବଂ ଖୁଚୁରା ମୂଲ୍ୟ ହ୍ରାସ ପାଇଛି।

ସେପ୍ଟେମ୍ବର 2024 ରୁ ରପ୍ତାନି ଶୁଳ୍କ ଲାଗୁ ହେବା ସତ୍ତ୍ୱେ, ଚଳିତ ଆର୍ଥିକ ବର୍ଷରେ ଦେଶରେ ମାର୍ଚ୍ଚ 18 ସୁଦ୍ଧା ପିଆଜ ରପ୍ତାନି 11.65 ଲକ୍ଷ ଟନରେ ପହଞ୍ଚିଛି। ସେପ୍ଟେମ୍ବର 2024ରେ ମାସିକ ପିଆଜ ରପ୍ତାନି 0.72 ଲକ୍ଷ ଟନ ଥିଲା, ଯାହା ଚଳିତ ବର୍ଷ ଜାନୁଆରୀରେ 1.85 ଲକ୍ଷ ଟନକୁ ବୃଦ୍ଧି ପାଇଛି। ରବି ଫସଲର ଯୋଗାଣ ବୃଦ୍ଧି ଯୋଗୁଁ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ପିଆଜ ମୂଲ୍ୟ ହ୍ରାସ ପାଇଛି। ଏସିଆର ସର୍ବବୃହତ ପାଇକାରୀ ପିଆଜ ବଜାର ମହାରାଷ୍ଟ୍ରର ଲାସଲଗାଓଁ ଏବଂ ପିମ୍ପଲଗାଓଁରେ ମାର୍ଚ୍ଚ 21 ତାରିଖରେ ମୂଲ୍ୟ ଯଥାକ୍ରମେ କ୍ୱିଣ୍ଟାଲ ପ୍ରତି 1,330 ଟଙ୍କା ଏବଂ 1,325 ଟଙ୍କା ଥିଲା। ମନ୍ତ୍ରଣାଳୟ କହିଛି ଯେ ଗତ ମାସରେ ସର୍ବଭାରତୀୟ ସ୍ତରରେ ପିଆଜ ମୂଲ୍ୟ ହାରାହାରି 39 ପ୍ରତିଶତ ହ୍ରାସ ପାଇଛି। ସେହିପରି, ଗତ ମାସରେ ପିଆଜର ଖୁଚୁରା ମୂଲ୍ୟ ହାରାହାରି ୧୦ ପ୍ରତିଶତ ହ୍ରାସ ପାଇଛି।

ଆଗାମୀ ମାସଗୁଡ଼ିକରେ ଦେଶରେ ପିଆଜ ଦର ନିୟନ୍ତ୍ରଣରେ ରହିବ ବୋଲି ଆଶା କରାଯାଉଛି। କୃଷି ମନ୍ତ୍ରଣାଳୟ ଆକଳନ କରିଛି ଯେ ଚଳିତ ବର୍ଷ ରବି ଫସଲରେ ପିଆଜ ଉତ୍ପାଦନ ୨୨୭ ଲକ୍ଷ ଟନ ହେବ, ଯାହା ଗତ ବର୍ଷର ୧୯୨ ଲକ୍ଷ ଟନ ତୁଳନାରେ ୧୮ ପ୍ରତିଶତ ଅଧିକ। ରବି ଫସଲ ପିଆଜ, ଯାହା ଭାରତର ମୋଟ ଉତ୍ପାଦନର 70-75 ପ୍ରତିଶତ ହୋଇଥାଏ, ଅକ୍ଟୋବର-ନଭେମ୍ବରରେ ଖରିଫ ଫସଲର ଯୋଗାଣ ଆରମ୍ଭ ହେବା ପର୍ଯ୍ୟନ୍ତ ବଜାରରେ ମୂଲ୍ୟ ସ୍ଥିର ରଖିବା ପାଇଁ ଅତ୍ୟନ୍ତ ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?