ଛତ୍ରପୁର,୧୯।୧୦: ଗଞ୍ଜାମ ଜିଲ୍ଲାର ବଡମାଧପୁରରେ ଏକ ଦୁର୍ଘଟଣାରେ ରାମ କେଳା ନାମକ ଜଣେ ଅନୁସୂଚିତ ଜାତିର ଦରିଦ୍ର ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେ ରାସ୍ତାରେ ଯାଉଥିବା ବେଳେ ଏକ ସ୍କୁଟି ଧକ୍କା ଦେଇଥିଲା, ଫଳରେ ସେ ଗୁରୁତର ଆହତ ହୋଇ ଛତ୍ରପୁର ମେଡିକାଲରେ ମୃତ୍ୟୁବରଣ କରିଥିଲେ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ରାମଙ୍କ ଦରିଦ୍ର ପରିବାର ଶବ ଦାହ ପାଇଁ ଖର୍ଚ୍ଚ କରିବାକୁ ଅସମର୍ଥ ଥିଲେ। ଏହି ଦୁଃଖଦ ସମୟରେ ଶ୍ୟାମାକାଳୀ ଯୁବକ ସଂଘର ସଭାପତି ଏସ୍. ଯୁଧିଷ୍ଠିର ରେଡ୍ଡୀ, ସମ୍ପାଦକ ଶିବ ରଞ୍ଜନ ସାହୁ ଓ ଅନ୍ୟ ସଦସ୍ୟମାନେ ଆଗେଇ ଆସି ଶବ ଦାହ ବ୍ୟବସ୍ଥା କରିଛନ୍ତି ଓ ପରିବାରକୁ ଅର୍ଥିକ ସହାୟତା ଦେଇଛନ୍ତି। ସଂଘ କହିଛି, “ମାନବତା ଓ ସେବା ଆମର ମୁଖ୍ୟ ଲକ୍ଷ୍ୟ। ଆବଶ୍ୟକ ସ୍ଥାନରେ ଆମେ ଲୋକଙ୍କ ପାଖରେ ଥାଉ।” ଏହି ମାନବିକ କାର୍ଯ୍ୟକୁ ଗ୍ରାମବାସୀ ଓ ଅଧିକାରୀମାନେ ପ୍ରଶଂସା କରିଛନ୍ତି।


