ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ ଜଣକ ହେଲେ ଆଠମଲ୍ଲିକ ଥାନା ନୂଆଗଡ଼ ଗ୍ରାମର ପ୍ରଦୀପ ନାୟକ (୪୫)।
ଘଟଣାରୁ ଜଣାପଡ଼ିଛି ଯେ, ପ୍ରଦୀପ କୌଣସି କାମରେ ସେ ଠାକୁରଗଡ଼ ରାଜିଙ୍ଗ ଅଞ୍ଚଳକୁ ଆସିଥିଲେ। ପରେ ସେ ତାଙ୍କ ବାଇକ୍ ଯୋଗେ ତାଙ୍କ ନୂଆଗଡ଼ ଗ୍ରାମକୁ ଯାଉଥିବାବେଳେ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଠାକୁରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବାଇକ୍କୁ ଜବତ କରିଛି।