ରାଉରକେଲା,୧୮ା୧: ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁଶାନ୍ତ କୁମାର ବିଶ୍ୱାଳଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ମିଳିବ। ଏନେଇ ଇଣ୍ଡିଆ ଓ୍ବାନ୍ ଏୟାର ସିଇଓ ପ୍ରେମ କୁମାର ଗର୍ଗ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଓ୍ବାନ୍ ଏୟାର ସଂସ୍ଥାରେ ଚାକିରି ମିଳିବା ସହ ୫ ମାସ ପର୍ଯ୍ୟନ୍ତ ପରିବାରର ସମସ୍ତ ଖର୍ଚ୍ଚ ମଧ୍ୟ ସଂସ୍ଥା ଉଠାଇବ। ବିମାନ ଭଗ୍ନାବଶେଷ ୨/୩ ଦିନ ମଧ୍ୟରେ ଭୁବନେଶ୍ବର ଉଠାଇ ନିଆଯିବ।
ସୂଚନାଯୋଗ୍ୟ, ଜାନୁଆରୀ ୧୦ରେ ଜଲଦା ନିକଟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଦୁଇ ପାଇଲଟଙ୍କ ସମେତ ଛଅ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଉଥିବା ବେଳେ ଗୁରୁତର ସୁଶାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ଘଟିଥିଲା।