୧.୭୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଗୋଡ୍ରେଜ୍‌ ଗ୍ରୁପ୍‌ର ହୋଇପାରେ ବିଭାଜନ

ନୂଆଦିଲ୍ଲୀ,୩।୧୦: ୧.୭୬ ଲକ୍ଷ କୋଟି ମୂଲ୍ୟର ଗୋଡ୍ରେଜ୍‌ ଗ୍ରୁପ ୧୮୯୭ରେ ପ୍ରତିଷ୍ଠା ହୋଇଥିଲା୍‌। ଏବେ ଏହି ୧୨୬ ବର୍ଷର କମ୍ପାନୀର ବିଭାଜନକୁ ନେଇ ଖବର ଆସୁଛି। ପ୍ରଥମେ ଏହି କମ୍ପାନୀ ତାଲା ବିକ୍ରିରୁ ବ୍ୟବସାୟ ଆରମ୍ଭ କରିଥିଲା। ଏହି ଗ୍ରୁପ ଭାରତର ପ୍ରଥମ ଲିଭର୍‌ ଟେକ୍ନୋଲୋଜି ବିଶିଷ୍ଟ ତାଲା ନିର୍ମାଣ କରିଥିଲା। ସେତେବେଳେ ବମ୍ବେରେ ଅପରାଧ ବଢ଼ୁଥିବା ବେଳେ ଲୋକମାନଙ୍କ ଆବଶ୍ୟତକାକୁ ପ୍ରାଧ୍ୟାନ୍ୟ ଦେଇ କମ୍ପାନୀ ସ୍ବତନ୍ତ୍ର ତାଲା ପ୍ରସ୍ତୁତ କରିଥିଲା। ଦୁଇ ଭାଇ ଅର୍ଦେଶିର ଗୋଡ୍ରେଜ୍‌ ଏବଂ ପିରୋଜଶା ଗୋଡ୍ରେଜ୍‌ ପ୍ରଥମେ ଏହାକୁ ଆରମ୍ଭ କରିଥିଲେ। ସମୟ ସହ ଗ୍ରୁପ୍‌ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛି। ଏବେ ଏହି ଗ୍ରୁପ୍‌ ବିଭାଜନ ହୋଇପାରେ।

ଗୋଡ୍ରେଜ୍‌ ଗ୍ରୁପ୍‌ରେ ବର୍ତ୍ତମାନ ୫ ତାଲିକାଭୁକ୍ତ କମ୍ପାନୀ ରହିଛି। ଏଥି ମଧ୍ୟରେ ଗୋଡ୍ରେଜ୍‌ ଇଣ୍ଡଷ୍ଟ୍ରିଜ୍‌, ଗୋଡ୍ରେଜ୍‌ ଗ୍ରାହକ ଉତ୍ପାଦ, ଗୋଡ୍ରେଜ୍‌ ଆଗ୍ରୋଭେଟ୍‌, ଗୋଡ୍ରେଜ୍‌ ପ୍ରପର୍ଟିଜ୍‌ ଏବଂ ଲାଇଫ ସାଇନ୍ସ ଆଦି ଅନ୍ତର୍ଭୁକ୍ତ ଅଛି। ଏହି ସମସ୍ତ କାରୋବାର ବଣ୍ଟା ଯାଇପାରେ ବୋଲି କୁହାଯାଇଥିଲେ ହେଁ ଆଧିକାରିକ ଭାବେ ଘୋଷଣା ହୋଇନାହିଁ।

ଗୋଡ୍ରେଜ୍‌ ପରିବାରରେ ଏବେ ଦୁଇ ଗୋଷ୍ଠୀ ଅଛନ୍ତି। ଗୋଡ୍ରେଜ୍‌ ଗ୍ରୁପ୍‌ ମୁଖ୍ୟ ଆଦି ଗୋଡ୍ରେଜ୍‌ ଏବଂ ନାଦିର ଗୋଡ୍ରେଜ୍‌ ଇଣ୍ଡଷ୍ଟ୍ରିଜ୍‌ ଏବଂ ଆସୋସିଏଟ୍ସର ମୁଖ୍ୟ ଅଛନ୍ତି। ସେହିଭଳି ଅନ୍ୟ କମ୍ପାନୀ ସମ୍ପର୍କୀୟ ଜାମଦେଶ ଗୋଡ୍ରେଜ୍‌ ଏବଂ ସ୍ମିତା କୃଷ୍ଣା ଗୋଡ୍ରେଜ୍‌ଙ୍କ ପାଖରେ ରହିଛି। ଏବେ ଏହି ଇଞ୍ଜିନିୟରିଂ, ସୁରକ୍ଷା, ଏଗ୍ରି, ରିଏଲ ଇଷ୍ଟେଟ୍‌ ଏବଂ ଉପଭୋକ୍ତା ଉତ୍ପାଦଗୁଡ଼ିକୁ ବଣ୍ଟାଯାଇପାରେ। ଉଭୟ ପକ୍ଷଙ୍କ ମଧ୍ୟରେ ୩୪୦୦ ଏକରର ଜମି ବଣ୍ଟା ମଧ୍ୟ ଯିବ ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri