ଭୁବନେଶ୍ୱରରେ କିଣନ୍ତୁ କି ଦିଲ୍ଲୀରେ, ସମାନ ମୂଲ୍ୟରେ ମିଳିବ ସୁନା; ସରକାରଙ୍କ ବଡ଼ ଯୋଜନା…

ନୂଆଦିଲ୍ଲୀ,୧୮।୭: ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ ଦେଶରେ ଏକ ସମାନ ଦର ଲାଗୁ ହୋଇପାରେ। ଏହି ନୀତି ଲାଗୁ ହେବା ପରେ ପୁରା ଦେଶରେ ସୁନା ଦର ଏକସମାନ ହୋଇଯିବ। ଅର୍ଥାତ ତୁମେ ସୁନା ଦିଲ୍ଲୀରେ କିଣ ନଚେତ ଡେରାଡୁନରେ କିଣ, ସମାନ ମୂଲ୍ୟ ଦେବାକୁ ହେବ। ଏହି ପଲିସିକୁ ଜେମ୍‌ ଆଣ୍ଡ ଜୁଏଲାରୀ କାଉନସିଲ ସହମତି ଦେଇଛି। ଦେଶର ବଡ଼ ବଡ଼ ଜୁଏଲର୍ସ ଏହି ପଲିସି ଲାଗି ରାଜି ହୋଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ବର୍ତ୍ତମାନ ଏହି ଉଦ୍ୟୋଗ ସହ ଜଡ଼ିତ ଅନ୍ୟ ହିତାଧାରୀଙ୍କ ସହ ଆଲୋଚନା ଜାରି ରହିଛି। ସେପ୍ଟେମ୍ବର ମାସରେ ଏହି ପଲିସି ଲାଗୁ କରାଯିବା ଆଶା ରହିଛି। ଏହା କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଯୋଜନା। ଏହାର ଲକ୍ଷ୍ୟ ପୁରା ଦେଶରେ ଏକ ସମାନ ସୁନା ଦର ଲାଗୁ କରିବା। ଏହି ପଲିସି ଦ୍ୱାରା ଦେଶର ପ୍ରତ୍ୟେକ ଅଞ୍ଚଳରେ ସୁନା ଦର ଏକ ସମାନ ହେବ। ସରକାର ଏଥିଲାଗି ‘ନ୍ୟାଶନାଲ ବୁଲିୟନ ଏକ୍ସଚେଞ୍ଜ’ ସ୍ଥାପନ କରିବେ। ଏହା ଜରିଆରେ ସୁନା ଦର ନିର୍ଦ୍ଧାରିତ କରାଯିବ। ଏହି ଦର ଉପରେ ସୁନା ବିକ୍ରି କରାଯିବ।

ସାରା ଦେଶରେ ଏକପ୍ରକାର ଦାମ ହେବା ଯୋଗୁ ସୁନା ବଜାରରେ ଉନ୍ନତି ପରିଲକ୍ଷିତ ହେବ। ଏଥିସହ ଗ୍ରାହକମାନେ ସମାନ ମୂଲ୍ୟରେ କ୍ରୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଝଡ଼ବର୍ଷା ଆଲର୍ଟ, IMD କହିଲା ବଢିପାରେ ପବନର ବେଗ!

ନୂଆଦିଲ୍ଲୀ,୨୨।୪: ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗରମ ଆରମ୍ଭ ହୋଇଥିବାବେଳେ, ଉତ୍ତର-ପୂର୍ୱ ଭାରତରେ ପ୍ରବଳ ବର୍ଷାର ପ୍ରକୋପ ଜାରି ରହିଛି। ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ୧୩ଟି ରାଜ୍ୟ ପାଇଁ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

ଟିଉସନ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ପାଟକୁରା,୨୨।୪(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ତଥା ଗରଦପୁର ବ୍ଳକ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କେରୁଆ…

ଭାରତୀୟ ଜାହାଜ ଉପରେ ଭୟଙ୍କର ଆକ୍ରମଣ, ହର୍ମୁଜରେ ୨ଟା ଜାହାଜକୁ ହାଇଜ୍ୟାକ୍‌ କଲେ…

ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ବୁଧବାର ଦୁଇଟି ଜାହାଜ…

ପରମାଣୁର କୋଡ ମାଗିଲେ ଟ୍ରମ୍ପ, ଯୁଦ୍ଧ ବିରତି ଭିତରେ ଭୟଙ୍କର ଖବର…

ତେହରାନ,୨୨।୪: ଇରାନ ସହିତ ବିବାଦ ମଧ୍ୟରେ, ପୂର୍ୱତନ CIA ଅଧିକାରୀ ଲାରି ଜନସନ ଏକ ପ୍ରମୁଖ ଦାବି କରିଛନ୍ତି। ଜନସନଙ୍କ ଅନୁସାରେ, ହୱାଇଟ ହାଉସ ସିଚୁଏସନ ରୁମରେ…

ତେଲେଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସ୍ତ୍ରୀ

ଭବାନୀପାଟଣା,୨୨।୪(ଉତ୍ତମ କୁମାର ଦାଶ): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ନିଖୋଜ ହୋଇଗଲେ ଶ୍ରମିକ । ନିଖୋଜ ଶ୍ରମିକ ଜଣକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri