Posted inଜାତୀୟ

‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ

‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ
ନୂଆଦିଲ୍ଲୀ,୧।୯: ଏକ ଦେଶ-ଏକ ନିର୍ବାଚନକୁ ନେଇୁ ଜାତୀୟ ରାଜନୀତି ସରଗରମ ରହିଛି। ଆଶା କରାଯାଉଛି କି, ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଷୟରେ ଚର୍ଚ୍ଚା ହେବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ବିରୋଧୀ ଲଗାତାର ତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିରି ଅଧ୍ୟକ୍ଷ କରିଛନ୍ତି। ଏହି କମିଟିରି ଏକ ଦେଶ ଏକ ନିର୍ବାଚନ ନେଇ ଆଲୋଚନା ଓ ବିଚାର ବିମର୍ଶ କରିବ। ଏହିକ୍ରମରେ କୋବିନ୍ଦଙ୍କୁ କମିଟିର ଅଧ୍ୟକ୍ଷ ଭାବେ କିପରି ନିଯୁକ୍ତି ହେଉଛି ସେ ନେଇ ମଧ୍ୟ ବିରୋଧୀ ଲଗାତାର ପ୍ରଶ୍ନବାଣ ମାରି ଚାଲିଛନ୍ତି। ବହୁ କେନ୍ଦ୍ର ମନ୍ତ୍ରୀ ଏହି ପ୍ରସଙ୍ଗରେ ସମର୍ଥନ ଜଣାଇବା ସହ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି କମିଟିକୁ ସମର୍ଥନ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ବିରୋଧୀ ଭୟଭୀତ ହୋଇ ଯାଇଛନ୍ତି ବୋଲି ସେ କହିଛନ୍ତି।
‘ଏ ପ୍ରସଙ୍ଗରେ ସଂସଦରେ ଆଲୋଚନା ହେବ। ବିରୋଧୀ କାହିଁକି ଏତେ ଭୟଭୀତ? ଗଣତନ୍ତ୍ରର ବିକାଶ ବିଷୟରେ ଆଲୋଚନା ହେବ ଏବଂ ଭାରତ ହେଉଛି ଗଣତନ୍ତ୍ରର ମାତା। ଏହା ବିକାଶର ଏକ ଅଂଶ।

ଦେଶର ବିକାଶ ପାଇଁ ପାରିତ ହୋଇଥିବା ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ବର୍ତ୍ତମାନ ଏକ କମିଟି ଗଠନ କରାଯାଇଛି, ଯାହା ଏନେଇ ପରାମର୍ଶ ଦେବ ଏବଂ ତା’ପରେ ସମସ୍ତଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ୧୯୬୭ ପର୍ଯ୍ୟନ୍ତ ଲୋକସଭା ଏବଂ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ପ୍ରତି ମାସରେ ନିର୍ବାଚନ ଅନୁଷ୍ଠିତ ହେଉଛି ଯାହା ଖର୍ଚ୍ଚ ବହୁଳ। ଏହା ଉପରେ ଏକ ଆଲୋଚନା ହେବା ନିହାତି ଜରୁରୀ।’
କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବ୍ୟତୀତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ‘ମୁଁ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସ୍ବାଗତ କରୁଛି। ନିର୍ବାଚନରେ ଖର୍ଚ୍ଚ ହୋଇଥିବା ଅଧିକ ଅର୍ଥକୁ ଏହାଦ୍ୱାରା ସଞ୍ଚୟ କରିହେବ, ଯାହା ଜନ କଲ୍ୟାଣକାରୀ ଯୋଜନାରେ ବ୍ୟବହୃତ ହୋଇପାରିବ’।
ସେହିପରି ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଏହି ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ଏବଂ ଏହାକୁ ଏକ ସଠିକ ପ୍ରସ୍ତାବ ବୋଲି କହିଛନ୍ତି।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଉତ୍ତରପ୍ରଦେଶବାସୀଙ୍କ ତରଫରୁ ସେ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଉଛି। ଏହି ପଦକ୍ଷେପ ପ୍ରଶଂସନୀୟ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିପାଇଁ ଗଠିତ କମିଟିର ସଭାପତି କରାଯାଇଛି ବୋଲି ଶୁଣି ଆମେ ବହୁତ ଖୁସି। ବାରମ୍ବାର ନିର୍ବାଚନ ହେବା ଦ୍ୱାରା ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ଉପୁଜୁଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ନିଷ୍ପତ୍ତିକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ସଭାପତି କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ‘ଏକାଧିକ ନିର୍ବାଚନରେ ବହୁ ଅର୍ଥ ଖର୍ଚ୍ଚ ହୋଇଥାଏ ଏବଂ ପ୍ରତ୍ୟେକ ଥର ଭାରତ ନିର୍ବାଚନ ମୋଡରେ ଥିବାବେଳେ ବିକାଶର ଅନେକ କ୍ଷତି ହୋଇଥାଏ।’

ଲୋକ ଜନଶକ୍ତି ପାର୍ଟି (ରାମ ଭିଲାସ)ଅଧ୍ୟକ୍ଷ ଚିରାଗ ପାସୱାନ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଯଦି ଏହାକୁ ଅଣାଯାଏ ତେବେ ଲୋକ ଜନଶକ୍ତି ପାର୍ଟି ଏହାକୁ ସମର୍ଥନ କରିବେ। ଏକ ଦେଶ ଏକ ନିର୍ବାଚନ କାର୍ଯ୍ୟକାରୀ କରାଯାଉ। କାର୍ଯ୍ୟକାରୀ ହେବା ପୂର୍ବରୁ ଆଲୋଚନା ହେବା ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri