୧୦ ଲକ୍ଷଙ୍କୁ ମିଳିପାରେ ନିଯୁକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ଫୁଡ୍‌ ସର୍ଭିସେସ୍‌ ଇଣ୍ଡଷ୍ଟ୍ରିଜରେ ପୁଣି ଥରେ ସୁଧାର ପରିଲକ୍ଷିିତ ହୋଇଛି। ଏକ ରିପୋର୍ଟ ମୁତାବକ, ଏହି ଶିଳ୍ପ ୨୦୨୧ରେ ପୁଣି ଥରେ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରିବ। ସର୍ଭିସ ଯୋଗାଣକାରୀ କମ୍ପାନୀ ଡାଇନ ଆଉଟର ରିପୋର୍ଟ ମୁତାବକ, ୨୦୨୧ ସୁଦ୍ଧା ୯୦% ରେଷ୍ଟୁରାଣ୍ଟ ଡିଜିଟାଲ ମେନ୍ୟୁ ବ୍ୟବସ୍ଥା ଆପଣାଇବେ। ଡାଇନ ଆଉଟର ଚିଫ୍‌ ଏକଜିକ୍ୟୁଟିଭ ଅଙ୍କିତ ମେହେରୋତ୍ରା କହିଛନ୍ତି, ରେଷ୍ଟୁରାଣ୍ଟ ଶିଳ୍ପ ସବୁଠାରୁ ସଙ୍କଟ ସ୍ଥିତି ଦେଇ ଗତି କରିଛି। ବର୍ତ୍ତମାନ ଅବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି। ଶିଳ୍ପରେ ଏବେ ବଡ ପରିବର୍ତ୍ତନ ଦେଖାଯିବ। ଲୋକମାନେ ବର୍ତ୍ତମାନ ସ୍ବାସ୍ଥ୍ୟବର୍ଦ୍ଧକ ଖାଦ୍ୟ ଉପରେ ପ୍ରାଥମିକତା ଦେଉଛନ୍ତି। ରିପୋର୍ଟ ମୁତାବକ, ୧୦୦% ଉପଭୋକ୍ତା କଣ୍ଟାକ୍ଟ ଲେସ୍‌ ଏବଂ ଡିଜିଟାଲ ନେଣଦେଣ ଆଡ଼କୁ ଅଗ୍ରସର ହେଉଛନ୍ତି। ସେହିଭଳି ଟେକ୍‌ଆଉଟ ବା ପାର୍ସଲ ନେଇଯିବା ଉପରେ ଲୋକମାନେ ଏବେ ଗୁରୁତ୍ୱ ଦେଉଛନ୍ତି। ସୂଚନାଯୋଗ୍ୟ, ଏହି ଶିଳ୍ପ ୭୦ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଥିଲା। ହେଲେ କରୋନା ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବା ଯୋଗୁ ଅନେକଙ୍କ ଚାକିରି ଚାଲିଯାଇଛି। ୩୦% ରେଷ୍ଟୁରାଣ୍ଟ ବନ୍ଦ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri