ଗୋଟିଏ ସିଗାରେଟ ବଦଳାଇ ଦେଇଥିଲା ଏହି ପ୍ରସିଦ୍ଧ ଅଭିନେତାଙ୍କ ଜୀବନ

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍‌ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ ୩ଥର ସହ ଅଭିନେତା ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି। କିନ୍ତୁ ୧୯୭୩ରେ ବେଇମାନ ଫିଲ୍ମ ପାଇଁ ସେ ପୁରସ୍କାର ନେବାକୁ ମନା କରିଦେଇଥିଲେ। ସେ ଦର୍ଶାଇଥିଲେ ଯେ କମଲ ଅମରୋହୀଙ୍କ ଫିଲ୍ମ ‘ପାକିଜା’କୁ କୌଣସି ପୁରସ୍କାର ଦିଆଯାଇ ନ ଥିଲା। ଫିଲ୍ମ ଫେୟାର ଚୟନ ସମିତି ଉପରକୁ ଖପ୍ପା ହୋଇ ସେ ପୁରସ୍କାର ଗ୍ରହଣ କରି ନ ଥିଲେ। ଫିଲ୍ମରେ ସେ ଜଣେ ପୋଲିସ କନଷ୍ଟେବଳ ଭୂମିକାରେ ନଜର ଆସିଥିଲେ।
ପ୍ରାନ ସିଗାରେଟ୍‌କୁ ନିଜ ପ୍ରଥମ ପ୍ରେମ ବୋଲି କହୁଥିଲେ। ଷଷ୍ଠ ଶ୍ରେଣୀରୁ ଏହି ଅଭ୍ୟାସ ସେ ଆରମ୍ଭ କରିଥିଲେ। ଥରେ ସେ ସିଗାରେଟ୍‌ ଆଣିବାକୁ ଗୋଟିଏ ଦୋକାନ ଯାଇଥିଲେ। ଏହି ସମୟରେ ତାଙ୍କୁ ଫିଲ୍ମ ରାଇଟର୍‌ ମହମ୍ମଦ ବଲୀଙ୍କ ସହ ଦେଖାହୋଇଥିଲା। ବଲୀ ପ୍ରାନଙ୍କୁ ଦେଖି ତାଙ୍କୁ ନିଜ ଫିଲ୍ମରେ ନେବାକୁ କହିଥିଲେ। ଏହାପରେ ପ୍ରାନ ପଞ୍ଜାବୀ ଫିଲ୍ମ ୟମଲା ଜଟରେ କ୍ୟାରିୟର୍‌ ଆରମ୍ଭ କରିଥିଲେ।
ପ୍ରାନ୍‌ ଜଣେ ଦକ୍ଷ ଅଭିନେତା ଥିଲେ। ସେ ପାଖାପାଖି ୩୫୦ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ କେତୋଟି ଲୋକପ୍ରିୟ ଫିଲ୍ମ ହେଲା ‘ଖାନ୍ଦାନ’, ‘ପିପିଲି ସାହେବ’, ‘ହାଲାକୁ, ମଧୁମତୀ’, ‘ଜିସ ଦେଶମେଁ ଗଙ୍ଗା ବହତି ହେ’, ‘ଉପକାର’, ସହିଦ’, ପୂରବ ଔର୍‌ ପଶ୍ଚିମ’, ରାମ ଔର୍‌ ଶ୍ୟାମ’, ‘ଆଁସୁ ବନ ଗୟେ ଫୁଲ’, ଜନି ମେରା ନାମ’, ‘ଭିକ୍ଟୋରିଆ ନଂ ୨୦୩’, ‘ବେଇମାନ’, ‘ଜଞ୍ଜୀର’, ‘ଡନ’, ‘ଅମର ଆକବର ଆନ୍ଥୋନି’ ଓ ‘ଦୁନିୟା’। ଅଭିନେତା ଓ ନିର୍ଦ୍ଦେଶକ ମନୋଜ କୁମାର ହିଁ ‘ଉପକାର’ ସିନେମାରେ ପ୍ରଥମଥର ପାଇଁ ପ୍ରାନଙ୍କୁ ଭିନ୍ନ ଚରିତ୍ରରେ ସୁଯୋଗ ଦେଇଥିଲେ। ଏହାପରେ ପ୍ରାନ ଚରିତ୍ର ଅଭିନୟରେ ମନୋନିବେଶ କରିଥିଲେ।

ବି.ଦ୍ର: ସିଗାରେଟ୍‌ ପିଇବା ଶରୀର ପ୍ରତି ହାନିକାରକ


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri