ଗୋଟିଏ ପିଲା, ଦୁଇ ଶ୍ରେଣୀରେ ପଡୁଛି ଉପସ୍ଥାନ

ନୟାଗଡ଼ ଅଫିସ,୪।୫: ନୟାଗଡ଼ ଜିଲାରେ ନକଲି ଛାତ୍ରୀଛାତ୍ର। ତାହା ପୁଣି ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚେର ଲମ୍ବିଛି। ଗୋଟିଏ ପିଲାର ନଁା ଦୁଇ ଶ୍ରେଣୀରେ ରହିଛି। ସେଥିପାଇଁ ଉଭୟ ଶ୍ରେଣୀରେ ଉପସ୍ଥାନ ପଡୁଛି। ନୟାଗଡ ବ୍ଲକରେ ଏପରି ୩୨ ପିଲା ଚିହ୍ନଟ ହୋଇଛନ୍ତି। ପ୍ରଶ୍ନ ଉଠୁଛି ଗୋଟିଏ ଛାତ୍ରୀଛାତ୍ରଙ୍କ ନଁା କାହିଁକି ଗୋଟିଏ ଜନ୍ମ ତାରିଖରେ ଭିନ୍ନ ଭିନ୍ନ କ୍ଲାସରେ ଉପସ୍ଥାନ ଖାତାରେ ରହିଛି। ସରକାରୀ ସ୍କୁଲରୁ ଆରମ୍ଭ କରି ବେସରକାରୀ ସ୍କୁଲ ପର୍ଯ୍ୟନ୍ତ ସବୁଠାରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଜିଲା ସାରା ଏପରି ଅବ୍ୟବସ୍ଥା ଦେଖା ଦେଇଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏହାକୁ ତୁରନ୍ତ ସମାଧାନ କରିବାକୁ ପ୍ରୟାସ ଆରମ୍ଭ କରିଛି।
ୟୁନିଟେକ ରେସିଡେଣ୍ଟିଆଲ ହାୟର ସେକେଣ୍ଡାରୀ ସ୍କୁଲ ନୟାଗଡ଼ର ଛାତ୍ର ଅଭିଜିତ ନାୟକଙ୍କ ନଁା ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ରହିଛି। ଜନ୍ମ ତାରିଖ ୨୦୦୬ ନଭେମ୍ବର ୨୯ ରହିଛି। ସେହିଭଳି ୨୦୦୫ ଅକ୍ଟୋବର ୨୦ ତାରିଖ ଜନ୍ମ ତାରିଖ ଥିବା ଏହି ସ୍କୁଲର ଅଭିଶେକ ପରିଡାଙ୍କ ଦ୍ୱାଦଶ ଓ ଏକାଦଶ ଶ୍ରେଣୀରେ ନଁା ରହିଛି। ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଅଙ୍କିତା ଘଡେଇଙ୍କ ନଁା ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ରହିଛି। ୨୦୧୦ ଏପ୍ରିଲ ୨୫ରେ ତାଙ୍କ ଜନ୍ମ ତାରିଖ ରହିଛି। ଏହି ଭଳି ଅନିୟମିତତା ଶ୍ରୀଅରବିନ୍ଦ ଇନଷ୍ଟିଚ୍ୟୁଟ୍‌ ଅଫ ଇଷ୍ଟଗ୍ରାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୟାଗଡ଼, ଗମେଟ ଅପର ପ୍ରାଇମେରୀ ସ୍କୁଲ ମୁ୍‌ଗାଡିଆ, ନୟାଗଡ ପ୍ରଜାମଣ୍ଡଳ ମହିଳା ହାୟର ସେକେଣ୍ଡାରୀ ସ୍କୁଲ ନୟାଗଡ, ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼, ସରକାରୀ ଅପର ପ୍ରାଇମେରୀ ସ୍କୁଲ ବିରୁଡାରେ ମଧ୍ୟ ନକଲି ଛାତ୍ରୀଛାତ୍ର ଅଛନ୍ତି। ଅନ୍ୟପକ୍ଷେ ସରକାରୀ ଅପର ପ୍ରାଇମେରୀ ସ୍କୁଲ ବରପଲ୍ଲୀ, ଉଇସଡମ ଇଂରାଜୀ ମିଡିୟମ ସ୍କୁଲ, ନବଚୌଧୁରୀ ହାୟର ସେକେଣ୍ଡାରୀ ସ୍କୁଲ କେନ୍ଦୁଢ଼ିପି, ବ୍ରଜେନ୍ଦ୍ର ହାଇସ୍କୁଲ ନୟାଗଡ, ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲ ଇଟାମାଟି ପରି ସ୍କୁଲରେ ମଧ୍ୟ ରହିଛି। ଗୋଟିଏ ସ୍କୁଲରେ ଏକାଧିକ ଛାତ୍ରୀଛାତ୍ରଙ୍କ ୨ ଲେଖାଏଁ ଶ୍ରେଣୀରେ ନଁା ରହିଛି। ଏହିପରି ଜିଲାର ଗଣିଆ, ନୂଆଗଁା, ଓଡ଼ଗଁା, ଭାପୁର, ଖଣ୍ଡପଡା, ଦଶପଲ୍ଲା, ରଣପୁର ବ୍ଳକରେ ମଧ୍ୟ ସମାନ ଅବସ୍ଥା ଦେଖା ଦେଇଛି। ଏନେଇ ନୟାଗଡ଼ର ବରିଷ୍ଠ ନାଗରିକ ଭବାନୀ ଚରଣ ଦାଶ କୁହନ୍ତି, ଗୋଟିଏ ପିଲା ନଁା ଦୁଇଟି ସ୍କୁଲରେ ଉପସ୍ଥାନ ପଡୁଥିବାରୁ ଏପରି କାହିଁକି ହୋଇଛି ତା’ର କାରଣ ଖୋଜିବା ଦରକାର। ଏହି ମନ୍ଦ ଉଦ୍ଦେଶ୍ୟ ପଛରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଆତ୍ମସାତ୍‌ର ଲୋଭ ଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ନକଲି ଛାତ୍ରୀଛାତ୍ର ଅଛନ୍ତି। ଏହାର କାରଣ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉ ବୋଲି ସେ କହିଛନ୍ତି। ଗଣିଆର ରାମଚନ୍ଦ୍ର ପ୍ରଧାନ, ନୂଆଗଁାର ଉର୍ମିିଳା ବାରିକ, ଭାପୁରର ଭରତ ସାହୁ, ନୟାଗଡ଼ର ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି, ସରକାରୀ ଓ ବେସରକାରୀ ସ୍କୁଲରେ ନକଲି ଛାତ୍ରୀଛାତ୍ର ଚିନ୍ତାର କାରଣ ପାଲଟିଛି। କାହିଁକି ଏପରି ହୋଇଛି, ଏଥିରେ କେଉଁମାନେ ସଂପୃକ୍ତ ତାର କାରଣ ଖୋଜି ପଦକ୍ଷେପ ନିଆଯିବା ଦରକାର। ନୟାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ କୁହନ୍ତି, ନକଲି ଛାତ୍ରୀଛାତ୍ର କେଉଁଥି ପାଇଁ ବାହାରିଛନ୍ତି ସେନେଇ ବିଚାରବିମର୍ଶ ସହ ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଜିଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କୁହନ୍ତି, ପ୍ରତି ବ୍ଳକ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି ନିଜ ଅଞ୍ଚଳରେ ଥିବା ସ୍କୁଲରେ ଯଦି ନକଲି ଛାତ୍ରୀଛାତ୍ର ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଏହି ବିବାଦର ସମାଧାନ କରାଯାଉ। ଆଗକୁ ଯେପରି ସେମାନଙ୍କ ନଁା ଉପସ୍ଥାନ ଖାତାରେ ରହିବନି ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri