ଗୋଟିଏ ପିଲା, ଦୁଇ ଶ୍ରେଣୀରେ ପଡୁଛି ଉପସ୍ଥାନ

ନୟାଗଡ଼ ଅଫିସ,୪।୫: ନୟାଗଡ଼ ଜିଲାରେ ନକଲି ଛାତ୍ରୀଛାତ୍ର। ତାହା ପୁଣି ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚେର ଲମ୍ବିଛି। ଗୋଟିଏ ପିଲାର ନଁା ଦୁଇ ଶ୍ରେଣୀରେ ରହିଛି। ସେଥିପାଇଁ ଉଭୟ ଶ୍ରେଣୀରେ ଉପସ୍ଥାନ ପଡୁଛି। ନୟାଗଡ ବ୍ଲକରେ ଏପରି ୩୨ ପିଲା ଚିହ୍ନଟ ହୋଇଛନ୍ତି। ପ୍ରଶ୍ନ ଉଠୁଛି ଗୋଟିଏ ଛାତ୍ରୀଛାତ୍ରଙ୍କ ନଁା କାହିଁକି ଗୋଟିଏ ଜନ୍ମ ତାରିଖରେ ଭିନ୍ନ ଭିନ୍ନ କ୍ଲାସରେ ଉପସ୍ଥାନ ଖାତାରେ ରହିଛି। ସରକାରୀ ସ୍କୁଲରୁ ଆରମ୍ଭ କରି ବେସରକାରୀ ସ୍କୁଲ ପର୍ଯ୍ୟନ୍ତ ସବୁଠାରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଜିଲା ସାରା ଏପରି ଅବ୍ୟବସ୍ଥା ଦେଖା ଦେଇଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏହାକୁ ତୁରନ୍ତ ସମାଧାନ କରିବାକୁ ପ୍ରୟାସ ଆରମ୍ଭ କରିଛି।
ୟୁନିଟେକ ରେସିଡେଣ୍ଟିଆଲ ହାୟର ସେକେଣ୍ଡାରୀ ସ୍କୁଲ ନୟାଗଡ଼ର ଛାତ୍ର ଅଭିଜିତ ନାୟକଙ୍କ ନଁା ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ରହିଛି। ଜନ୍ମ ତାରିଖ ୨୦୦୬ ନଭେମ୍ବର ୨୯ ରହିଛି। ସେହିଭଳି ୨୦୦୫ ଅକ୍ଟୋବର ୨୦ ତାରିଖ ଜନ୍ମ ତାରିଖ ଥିବା ଏହି ସ୍କୁଲର ଅଭିଶେକ ପରିଡାଙ୍କ ଦ୍ୱାଦଶ ଓ ଏକାଦଶ ଶ୍ରେଣୀରେ ନଁା ରହିଛି। ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଅଙ୍କିତା ଘଡେଇଙ୍କ ନଁା ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ରହିଛି। ୨୦୧୦ ଏପ୍ରିଲ ୨୫ରେ ତାଙ୍କ ଜନ୍ମ ତାରିଖ ରହିଛି। ଏହି ଭଳି ଅନିୟମିତତା ଶ୍ରୀଅରବିନ୍ଦ ଇନଷ୍ଟିଚ୍ୟୁଟ୍‌ ଅଫ ଇଷ୍ଟଗ୍ରାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୟାଗଡ଼, ଗମେଟ ଅପର ପ୍ରାଇମେରୀ ସ୍କୁଲ ମୁ୍‌ଗାଡିଆ, ନୟାଗଡ ପ୍ରଜାମଣ୍ଡଳ ମହିଳା ହାୟର ସେକେଣ୍ଡାରୀ ସ୍କୁଲ ନୟାଗଡ, ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼, ସରକାରୀ ଅପର ପ୍ରାଇମେରୀ ସ୍କୁଲ ବିରୁଡାରେ ମଧ୍ୟ ନକଲି ଛାତ୍ରୀଛାତ୍ର ଅଛନ୍ତି। ଅନ୍ୟପକ୍ଷେ ସରକାରୀ ଅପର ପ୍ରାଇମେରୀ ସ୍କୁଲ ବରପଲ୍ଲୀ, ଉଇସଡମ ଇଂରାଜୀ ମିଡିୟମ ସ୍କୁଲ, ନବଚୌଧୁରୀ ହାୟର ସେକେଣ୍ଡାରୀ ସ୍କୁଲ କେନ୍ଦୁଢ଼ିପି, ବ୍ରଜେନ୍ଦ୍ର ହାଇସ୍କୁଲ ନୟାଗଡ, ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲ ଇଟାମାଟି ପରି ସ୍କୁଲରେ ମଧ୍ୟ ରହିଛି। ଗୋଟିଏ ସ୍କୁଲରେ ଏକାଧିକ ଛାତ୍ରୀଛାତ୍ରଙ୍କ ୨ ଲେଖାଏଁ ଶ୍ରେଣୀରେ ନଁା ରହିଛି। ଏହିପରି ଜିଲାର ଗଣିଆ, ନୂଆଗଁା, ଓଡ଼ଗଁା, ଭାପୁର, ଖଣ୍ଡପଡା, ଦଶପଲ୍ଲା, ରଣପୁର ବ୍ଳକରେ ମଧ୍ୟ ସମାନ ଅବସ୍ଥା ଦେଖା ଦେଇଛି। ଏନେଇ ନୟାଗଡ଼ର ବରିଷ୍ଠ ନାଗରିକ ଭବାନୀ ଚରଣ ଦାଶ କୁହନ୍ତି, ଗୋଟିଏ ପିଲା ନଁା ଦୁଇଟି ସ୍କୁଲରେ ଉପସ୍ଥାନ ପଡୁଥିବାରୁ ଏପରି କାହିଁକି ହୋଇଛି ତା’ର କାରଣ ଖୋଜିବା ଦରକାର। ଏହି ମନ୍ଦ ଉଦ୍ଦେଶ୍ୟ ପଛରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଆତ୍ମସାତ୍‌ର ଲୋଭ ଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ନକଲି ଛାତ୍ରୀଛାତ୍ର ଅଛନ୍ତି। ଏହାର କାରଣ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉ ବୋଲି ସେ କହିଛନ୍ତି। ଗଣିଆର ରାମଚନ୍ଦ୍ର ପ୍ରଧାନ, ନୂଆଗଁାର ଉର୍ମିିଳା ବାରିକ, ଭାପୁରର ଭରତ ସାହୁ, ନୟାଗଡ଼ର ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି, ସରକାରୀ ଓ ବେସରକାରୀ ସ୍କୁଲରେ ନକଲି ଛାତ୍ରୀଛାତ୍ର ଚିନ୍ତାର କାରଣ ପାଲଟିଛି। କାହିଁକି ଏପରି ହୋଇଛି, ଏଥିରେ କେଉଁମାନେ ସଂପୃକ୍ତ ତାର କାରଣ ଖୋଜି ପଦକ୍ଷେପ ନିଆଯିବା ଦରକାର। ନୟାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ କୁହନ୍ତି, ନକଲି ଛାତ୍ରୀଛାତ୍ର କେଉଁଥି ପାଇଁ ବାହାରିଛନ୍ତି ସେନେଇ ବିଚାରବିମର୍ଶ ସହ ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଜିଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କୁହନ୍ତି, ପ୍ରତି ବ୍ଳକ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି ନିଜ ଅଞ୍ଚଳରେ ଥିବା ସ୍କୁଲରେ ଯଦି ନକଲି ଛାତ୍ରୀଛାତ୍ର ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଏହି ବିବାଦର ସମାଧାନ କରାଯାଉ। ଆଗକୁ ଯେପରି ସେମାନଙ୍କ ନଁା ଉପସ୍ଥାନ ଖାତାରେ ରହିବନି ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri