ପ୍ୟାକେଟ୍‌ରେ ବିସ୍କୁଟ୍‌ ସଂଖ୍ୟା କମ୍‌ ରହିବାରୁ କୋର୍ଟର ଦ୍ୱାରସ୍ଥ ହେଲେ ବ୍ୟକ୍ତି, କ୍ଷତିପୂରଣରେ ମିଳିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୬।୯: ସାଧାରଣତଃ ବିସ୍କୁଟ ପ୍ୟାକେଟ୍‌ର ଦାମ ୫୦ରୁ ୧୦୦ଟଙ୍କା ମଧ୍ୟରେ ହୋଇଥାଏ। ତେବେ ଖାଇବା ସମୟରେ ଗ୍ରାହକ ସେହି ସୀମିତ ଟଙ୍କା ମଧ୍ୟରେ ଏକ୍ସ୍ରଟା ଅଫର ଦେଖି ବିସ୍କୁଟ କିଣି ନିଅନ୍ତି। ବର୍ତ୍ତମାନ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ବିସ୍କୁଟର ପରିମାଣ କମ୍‌ ରହିବା ଯୋଗୁ ବ୍ୟକ୍ତି ଜଣକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

୨୦୨୧ରେ, ଚେନ୍ନାଇର ଏମଏମଡିଏର ମାଥୁର ନିବାସୀ ପି ଦିଲିବାବୁ ପଶୁଙ୍କୁ ଖାଇବାକୁ ଦେବା ପାଇଁ ସନଫିଷ୍ଟ ମେରୀ ଲାଇଟ ବିସ୍କୁଟର ଏକ ପ୍ୟାକେଟ କିଣିଥିଲେ। ଯେତେବେଳେ ସେ ପ୍ୟାକେଟ୍‌ ଖୋଲି ବିସ୍କୁଟ ସଂଖ୍ୟା ଗଣିବାକୁ ଲାଗିଲେ ସେଥିରେ ଗୋଟିଏ ବିସ୍କୁଟ କମ୍‌ ଥିବା ଜାଣିବାକୁ ପାଇଥିଲେ। ଅର୍ଥାତ୍‌ ୧୬ଟି ବିସ୍କୁଟ୍‌ ପରିବର୍ତ୍ତେ ପ୍ୟାକେଟରେ ୧୫ଟି ବିସ୍କୁଟ୍‌ ଥିଲା।

ଦିଲୀବାବୁ ଏଥିପାଇଁ ସ୍ଥାନୀୟ ଦୋକାନ ନିକଟକୁ ଯାଇ ଅଭିଯୋଗ କରିଥିଲେ। ଏହା ପରେ ସେ ଏହି ଘଟଣା ପାଇଁ ଆଇଟିସିରୁ ସ୍ପଷ୍ଟୀକରଣ ମାଗିଥିଲେ, କିନ୍ତୁ ସେଠାରୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା।

ଏହା ପରେ ଦିଲୀବାବୁ ଏକ ପିଟିସନ ଦାଖଲ କରି କମ୍ପାନୀ ଏବଂ ଏହାକୁ ବିକ୍ରୟ କରୁଥିବା ଦୋକାନ ବିରୋଧରେ ଗ୍ରାହକ ଫୋରମରେ ୧୦୦କୋଟି ଟଙ୍କା କ୍ଷତିପୂରଣ ମାଗିବା ସହ ଅନୁଚିତ ବ୍ୟାପର ବ୍ୟବହାର ପାଇଁ ୧୦କୋଟି ଟଙ୍କା ଜରିମାନା ମାଗିଥିଲେ।

ଏନେଇ କୋର୍ଟରେ କମ୍ପାନୀ ଯୁକ୍ତି ରଖିଥିଲା ଯେ, ଉତ୍ପାଦ କେବଳ ଓଜନ ଆଧାରରେ ବିକ୍ରି ହେଉଛି ବିସ୍କୁଟ ସଂଖ୍ୟା ଆଧାରରେ ନୁହେଁ। ତଥାପି କମ୍ପାନୀର ଏପରି ଯୁକ୍ତି ଗ୍ରହଣ କରାଗଲା ନାହିଁ। ଏନେଇ କୋର୍ଟ କମ୍ପାନୀକୁ କହିଥିଲେ ଗ୍ରାହକମାନେ ଓଜନ ଦେଖି ନୁହେଁ ବରଂ ପ୍ୟାକେଟକୁ ଦେଖି ବିସ୍କୁଟ କିଣୁଛନ୍ତି। ତେବେ ବିସ୍କୁଟ ପ୍ୟାକେଟର ବିଜ୍ଞାପନିତ ନେଟ ଓଜନ ୭୬ ଗ୍ରାମ ଥିଲା। ତଥାପି ଆୟୋଗ ଏହାର ଅନୁସନ୍ଧାନ କଲାବେଳେ ସେମାନେ ଜାଣିବାକୁ ପାଇଥିଲେ ପ୍ୟାକେଟ୍‌ ୭୪ ଗ୍ରାମ ଥିଲା।

ତେବେ, କମ୍ପାନୀର ପରାମର୍ଶଦାତା ଯୁକ୍ତି କରିଛନ୍ତି ଯେ ଲିଗାଲ ମେଟ୍ରୋଲୋଜି ନିୟମ ୨୦୧୧ ଅନୁଯାୟୀ ଯଦି ପ୍ରି-ପ୍ୟାକ ହୋଇଥିବା ଜିନିଷର ଘୋଷିତ ନିଟ ପରିମାଣ ୫୦ ଗ୍ରାମରୁ ୧୦୦ ଗ୍ରାମ ମଧ୍ୟରେ ଥାଏ, ତେବେ ଏହିପରି ଆଇଟମଗୁଡିକରେ ଘୋଷିତ ପରିମାଣ ୪.୫ଶତକଡା ହେବା ଉଚିତ। ଏହିପରି ତ୍ରୁଟିକୁ କ୍ଷମା କରିବାକୁ ଅନୁମତି ଦିଆଯାଇଛି।
କିନ୍ତୁ, ଅଗଷ୍ଟ ୨୯ରେ, ଜିଲା ଉପଭୋକ୍ତା ଫୋରମ ଆଇଟିସି ଲିମିଟେଡର ଫୁଡ ଡିଭିଜନ ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲା କାରଣ ବିସ୍କୁଟ ବ୍ରାଣ୍ଡ ସନଫିଷ୍ଟ ମେରି ଲାଇଟ ପ୍ୟାକେଟରେ ଉଲ୍ଲେଖ କରାଯାଇଥିବା ବିସ୍କୁଟ ସଂଖ୍ୟାଠାରୁ କମ ମିଳିଥିଲା। ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri