ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶାର ମହିଳାମାନେ ଆତ୍ମନିର୍ଭରଶୀଳ ହେଉଛନ୍ତି ବୋଲି କହିଥିଲେ। ବଲାଙ୍ଗୀର ଜିଲାର ୪ ଲକ୍ଷ ଏବଂ ଓଡ଼ିଶାର ୧ କୋଟିରୁ ଊଦ୍ଧର୍‌ବ ମହିଳାଙ୍କ ପାଖକୁ ଆଜି ସୁଭଦ୍ରାର ଚତୁର୍ଥ କିସ୍ତି ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ।

ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଏମ୍‌ପିଙ୍କ ପ୍ରତିନିଧି ଦିନେଶ ଶର୍ମା, ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର,ଏଡିଏମ୍‌ ଡ. ବିଜୟାନନ୍ଦ ସେଠୀ, ସିଡିଓ ତରଣୀ ସୁନା, ସିଡିଏମ୍‌ଓ ପୁଷ୍ପାଞ୍ଜଳି ମିଶ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଚାସୀନ ଥିଲେ।

Dharitri –Odisha’s No.1 Trusted Odia Daily

Share