Posted inଜାତୀୟ

‘ସ୍ପିକର’ ଉପରେ ନଜର

ନୂଆଦିଲ୍ଲୀ,୧୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ତୃତୀୟ ପାଳି ଶାସନ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଏବଂ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଭରସାରେ କେନ୍ଦ୍ରରେ ସରକାର ଗଢ଼ାଯାଇଥିବାରୁ ଏନ୍‌ଡିଏର ଏହି ଦୁଇ ବଡ଼ ସହଯୋଗୀ ଲୋକ ସଭା ବାଚସ୍ପତି ପଦ ହାତେଇବା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ମେଣ୍ଟ ରାଜନୀତିର ଦୁଇ ଭେଟେରାନ୍‌ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଓ ନୀତୀଶ କୁମାର ନିଜ ନିଜ ଦଳ ପାଇଁ ଏହି ପଦକୁ ଢାଲ ଭାବେ ବ୍ୟବହାର କରିପାରନ୍ତି। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ବାଚସ୍ପତି ପଦ ହାତଛଡ଼ା କରିବାକୁ ଚାହୁଁନାହିଁ। ତେଣୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ବାଚସ୍ପତି ପଦ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଅତୀତରେ ଦଳବଦଳ, ବିଭାଜନ ଓ ସରକାର ପତନ ଭଳି ଅନେକ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପାର୍ଲାମେଣ୍ଟ ନିମ୍ନ ସଦନ ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଉପରେ ଅନେକ କିଛି ନିର୍ଭର କରିଥାଏ।
‘ଯାହାର ସ୍ପିକର, ତାହାର ସରକାର’। ତେଣୁ ଭାଜପା ବାଚସ୍ପତି ପଦ ଅନ୍ୟ କୌଣସି ସହଯୋଗୀଙ୍କୁ ଛାଡ଼ିବାକୁ ନାରାଜ। ଆନ୍ଧ୍ର ପ୍ରଦେଶ ଭାଜପା ସଭାପତି ଡି. ପୁରନ୍ଦେଶ୍ୱରୀ ଏହି ଦୌଡ଼ରେ ଥିବା କୁହାଯାଉଛି। ପୁରନ୍ଦେଶ୍ୱରୀ ହେଉଛନ୍ତି ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଟି. ରାମାରାଓଙ୍କ ଝିଅ ତଥା ଚନ୍ଦ୍ରାବାବୁଙ୍କ ଶାଳୀ। ପୁରନ୍ଦେଶ୍ୱରୀଙ୍କ ସ୍ବାମୀ ଦଗ୍ଗୁବତୀ ଭେଙ୍କଟେଶ୍ୱର ରାଓ ପୂର୍ବରୁ କଂଗ୍ରେସ ଏମ୍‌ପି ଥିଲେ ଏବଂ ପରେ ବର୍ତ୍ତମାନ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ବିଧାୟକ। ରାଜମହେନ୍ଦ୍ରି ଏମ୍‌ପି ପୁରନ୍ଦେଶ୍ୱରୀ ଏହା ପୂର୍ବରୁ ମନମୋହନ ସିଂଙ୍କ କ୍ୟାବିନେଟରେ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ସମ୍ଭାଳିସାରିଛନ୍ତି। ଆନ୍ଧ୍ରପ୍ରଦେଶରୁ ତେଲଙ୍ଗାନାକୁ ଅଲଗା କରି ସ୍ବତନ୍ତ୍ର ରାଜ୍ୟ ଗଠନ କରିବା ପ୍ରତିବାଦରେ ସେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାରରୁ ଇସ୍ତଫା ଦେଇଥିଲେ। ପୁରନ୍ଦେଶ୍ୱରୀ ୨୦୧୪ରେ ଭାଜପରେ ସାମିଲ ହୋଇଥିଲେ। ୩ ଥର ଏମ୍‌ପି ହୋଇସାରିଥିବା ପୁରନ୍ଦେଶ୍ୱରୀଙ୍କୁ ମୋଦି ୩.୦ରେ ସାମିଲ କରାଯାଇ ନ ଥିବାରୁ ବାଚସ୍ପତି ପଦରେ ତାଙ୍କୁ ଅବସ୍ଥାପିତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ବାଚସ୍ପତି ନିର୍ବାଚନ ପ୍ରକ୍ରିୟା
ସମ୍ବିଧାନ ଅନୁସାରେ ନୂଆ ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ ବାଚସ୍ପତି ପଦ ଖାଲି ହୋଇଥାଏ। ରାଷ୍ଟ୍ରପତି ଜଣେ ପ୍ରୋଟେମ୍‌ ସ୍ପିକରଙ୍କୁ ନିଯୁକ୍ତ କରିଥାଆନ୍ତି, ଯିଏକି ନୂଆ ଏମ୍‌ପିମାନଙ୍କୁ ଶପଥପାଠ କରାଇଥାନ୍ତି। ଲୋକ ସଭାର ସଂଖ୍ୟାଗରିଷ୍ଠ ସଦସ୍ୟ ନୂଆ ବାଚସ୍ପତି ଚୟନ କରିଥାଆନ୍ତି। ଏଥିନିମନ୍ତେ କୌଣସି ବିଧିବଦ୍ଧ ମାନଦଣ୍ଡ ନ ଥିଲେ ମଧ୍ୟ ସମ୍ବିଧାନ ଓ ସଂସଦୀୟ ନିୟମଗୁଡ଼ିକ ସମ୍ପର୍କରେ ଅଭିଜ୍ଞ ସଦସ୍ୟଙ୍କୁ ବାଚସ୍ପତି ପଦରେ ଅବସ୍ଥାପିତ କରାଯାଇଥାଏ। ଗତ ୨ଟି ଲୋକ ସଭାରେ ସଂଖ୍ୟାଗରିଷ୍ଠ ଭାଜପାର ସୁମିତ୍ରା ମହାଜନ ଏବଂ ଓମ୍‌ ବିର୍ଲା ବାଚସ୍ପତି ପଦ ଅଳଙ୍କୃତ କରିଥିଲେ।
କୌଶଳୀ ପରିଚାଳକ
ଲୋକ ସଭା ଅଧ୍ୟକ୍ଷ ଏକ କୌଶଳୀ ପରିଚାଳକ ପଦ। ଗୃହ ପରିଚାଳନାରେ ବାଚସ୍ପତିଙ୍କୁ ନିରପେକ୍ଷ ବିବେଚନା କରାଯାଏ। କିନ୍ତୁ ଏହି ମର୍ଯ୍ୟାଦାଜନକ ଦାୟିତ୍ୱ ତୁଲାଉଥିବା ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରୁ ନିର୍ବାଚିତ ହୋଇ ଆସିଥାନ୍ତି। ତେଣୁ ସମ୍ପୃକ୍ତ ଦଳ ପ୍ରତି ସେ ଢଳି ରହିଥିବା ଦେଖାଯାଏ। କଂଗ୍ରେସ ଭେଟେରାନ୍‌ ଏନ୍‌. ସଞ୍ଜୀବା ରେଡ୍ଡୀ ଚତୁର୍ଥ ଲୋକ ସଭାର ବାଚସ୍ପତି ନିର୍ବାଚିତ ହେବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କିନ୍ତୁ ପି.ଏ. ସାଙ୍ଗ୍‌ମା, ସୋମନାଥ ଚାଟାର୍ଜୀ ଏବଂ ମୈରା କୁମାରଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳି ନ ଥିଲା। ୨୦୦୮ରେ ଉପା ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବେଳେ ସୋମନାଥ ଚାଟାର୍ଜୀଙ୍କୁ ତାଙ୍କ ନିରପେକ୍ଷ ଭୂମିକା ଯୋଗୁ ସିପିଆଇଏମ୍‌ରୁ ବହିଷ୍କୃତ ହେବାକୁ ପଡ଼ିଥିଲା। ସୋମନାଥ ଏହାକୁ ‘ତାଙ୍କ ଜୀବନର ସବୁଠୁ ଦୁଃଖଦ ଦିନ’ ବୋଲି ଅଭିହିତ କରିଥିଲେ। ଦଳୀୟ ସଦସ୍ୟତା ହରାଇଥିଲେ ମଧ୍ୟ ସେ ଶେଷ ପର୍ଯ୍ୟନ୍ତ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ।

ଗମାଙ୍ଗଙ୍କ ଗୋଟିଏ ଭୋଟ
୧୯୯୯ରେ କଂଗ୍ରେସ ଏମ୍‌ପି ଗିରିଧର ଗମାଙ୍ଗଙ୍କ ଗୋଟିଏ ଭୋଟ ଅଟଳ ବିହାରୀ ବାଜପେୟୀଙ୍କ ସରକାରର ପତନ ଘଟାଇଥିଲା। ଗମାଙ୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇସାରିଥିବାବେଳେ ଲୋକ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ନ ଥିବାରୁ ସରକାର ବିରୋଧରେ ଭୋଟ ଦେଇପାରିଥିଲେ। ସେତେବେଳେ ଏନ୍‌ଡିଏର ଦ୍ୱିତୀୟ ବଡ଼ ସହଯୋଗୀ ଟିଡିପିର ଜିଏମ୍‌ସି ବାଲାଯୋଗୀ ବାଚସ୍ପତି ଥିଲେ। ବାଲାଯୋଗୀ ଚାହିଁଥିଲେ ଆସ୍ଥାଭୋଟ ବେଳେ ଗମାଙ୍ଗଙ୍କ ଭୋଟକୁ ଅବୈଧ ଘୋଷଣା କରିପାରିଥାନ୍ତେ ବୋଲି କୁହାଯାଏ। କିନ୍ତୁ ସେ ସେପରି ନ କରି ଗମାଙ୍ଗଙ୍କୁ ଭୋଟ ଦେବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଫଳରେ ବାଜପେୟୀ ସରକାର ସପକ୍ଷରେ ୨୬୯ ଏବଂ ବିରୋଧରେ ୨୭୦ ଭୋଟ ପଡ଼ିଥିଲା। ୧୯୯୮ରେ ଚନ୍ଦ୍ରାବାବୁଙ୍କ ଦାବି ଅନୁସାରେ ବାଲାଯୋଗୀଙ୍କୁ ବାଚସ୍ପତି ନିଯୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri