ଦୁର୍ଦ୍ଦିନରେ ଦଣ୍ଡାଧର ବିସ୍ଥାପିତ

ଢେଙ୍କାନାଳ ଅଫିସ,୯।୪: ଜଳସେଚନ ପ୍ରକଳ୍ପରେ ଯାଇଛି ବାସ। ଉଜୁଡ଼ିଛି ମୂଲ୍ୟବାନ୍‌ ଚାଷଜମି। ଭିଟାମାଟିରୁ ପର ହେବାର ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୪ ଦଶନ୍ଧି। ତଥାପି ମିଳୁନାହିଁ ନ୍ୟାୟ। ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦଣ୍ଡାଧାର ବିସ୍ଥାପିତ।
ଜମିକୁ ଜଳସେଚନ ଯୋଗାଇଦେବା ଲକ୍ଷ୍ୟରେ କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳରେ ୧୯୮୦ରେ ନିର୍ମାଣ କରାଯାଇଥିଲା ଦଣ୍ଡାଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏଥିରେ ବିସ୍ଥାପିତ ହୋଇଥିବା ୫୦୦ରୁ ଊର୍ଦ୍ଧ୍ୱ ପରିବାରକୁ ୪ଟି କଲୋନିରେ ବିଭକ୍ତ କରାଯାଇ ଥଇଥାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେମାନଙ୍କୁ ଘର ଡିହ ପଟ୍ଟା ଏବଂ ପ୍ରତି ପରିବାର ପିଛା ୩ ଏକର ଲେଖାଏ ଚାଷ ଉପଯୋଗୀ ଜମି ଯୋଗାଇ ଦେବାଲାଗି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ବିସ୍ଥାପିତ ପରିବାର ମଧ୍ୟରୁ କେତେକଙ୍କୁ ପଟ୍ଟା ଏବଂ ଚାଷଜମି ମିଳିଥିବାବେଳେ ଅନେକେ ଏବେ ବି ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଅନ୍ୟପଟେ ଯେଉଁମାନଙ୍କୁ ଚାଷ ଜମିପଟ୍ଟା ଏବଂ ଘରଡିହ ମିଳିଛି, ସେମାନେ ଏବେ ବି ଅଡୁଆରେ ପଡ଼ିଛନ୍ତି। କାରଣ ଯୋଗାଇ ଦିଆଯାଇଥିବା ଜମିରୁ ଜବରଦଖଲ ଉଚ୍ଛେଦ ହୋଇପାରୁ ନ ଥିବାରୁ ସେମାନେ କେବଳ କାଗଜକଲମରେ ଏହାର ମାଲିକ ହୋଇ ରହିଛନ୍ତି। ସେହିପରି ଅନେକଙ୍କୁ ମିଳିଥିବା ଚାଷଜମି ଅନୁର୍ବର। ସେଠାରେ ଚାଷ କରିବା ସମ୍ଭବ ହୋଇପାରୁନାହିଁ। ୪ଟି କଲୋନିକୁ ୨ଟି ସ୍ବତନ୍ତ୍ର ଗ୍ରାମର ମାନ୍ୟତା ପ୍ରଦାନ କରିବା ଲାଗି ବିସ୍ଥାପିତ ପ୍ରଜା ମଞ୍ଚ ଦାବି କରି ଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ପୂରଣ ହୋଇପାରିନାହିଁ। ଫଳରେ ବିସ୍ଥାପିତ କଲୋନି ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ତେଣୁ କ୍ଷତିଗ୍ରସ୍ତ ପରିବାରକୁ ମୌଳିକ ସୁବିଧା ଯୋଗାଇ ଦେବା, ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ଶ୍ମଶାନ ଜମି ଚିହ୍ନଟ, ପଟ୍ଟା ମୁତାବକ ଥଇଥାନ କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri