ଦୁର୍ଦ୍ଦିନରେ ଦଣ୍ଡାଧର ବିସ୍ଥାପିତ

ଢେଙ୍କାନାଳ ଅଫିସ,୯।୪: ଜଳସେଚନ ପ୍ରକଳ୍ପରେ ଯାଇଛି ବାସ। ଉଜୁଡ଼ିଛି ମୂଲ୍ୟବାନ୍‌ ଚାଷଜମି। ଭିଟାମାଟିରୁ ପର ହେବାର ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୪ ଦଶନ୍ଧି। ତଥାପି ମିଳୁନାହିଁ ନ୍ୟାୟ। ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦଣ୍ଡାଧାର ବିସ୍ଥାପିତ।
ଜମିକୁ ଜଳସେଚନ ଯୋଗାଇଦେବା ଲକ୍ଷ୍ୟରେ କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳରେ ୧୯୮୦ରେ ନିର୍ମାଣ କରାଯାଇଥିଲା ଦଣ୍ଡାଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏଥିରେ ବିସ୍ଥାପିତ ହୋଇଥିବା ୫୦୦ରୁ ଊର୍ଦ୍ଧ୍ୱ ପରିବାରକୁ ୪ଟି କଲୋନିରେ ବିଭକ୍ତ କରାଯାଇ ଥଇଥାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେମାନଙ୍କୁ ଘର ଡିହ ପଟ୍ଟା ଏବଂ ପ୍ରତି ପରିବାର ପିଛା ୩ ଏକର ଲେଖାଏ ଚାଷ ଉପଯୋଗୀ ଜମି ଯୋଗାଇ ଦେବାଲାଗି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ବିସ୍ଥାପିତ ପରିବାର ମଧ୍ୟରୁ କେତେକଙ୍କୁ ପଟ୍ଟା ଏବଂ ଚାଷଜମି ମିଳିଥିବାବେଳେ ଅନେକେ ଏବେ ବି ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଅନ୍ୟପଟେ ଯେଉଁମାନଙ୍କୁ ଚାଷ ଜମିପଟ୍ଟା ଏବଂ ଘରଡିହ ମିଳିଛି, ସେମାନେ ଏବେ ବି ଅଡୁଆରେ ପଡ଼ିଛନ୍ତି। କାରଣ ଯୋଗାଇ ଦିଆଯାଇଥିବା ଜମିରୁ ଜବରଦଖଲ ଉଚ୍ଛେଦ ହୋଇପାରୁ ନ ଥିବାରୁ ସେମାନେ କେବଳ କାଗଜକଲମରେ ଏହାର ମାଲିକ ହୋଇ ରହିଛନ୍ତି। ସେହିପରି ଅନେକଙ୍କୁ ମିଳିଥିବା ଚାଷଜମି ଅନୁର୍ବର। ସେଠାରେ ଚାଷ କରିବା ସମ୍ଭବ ହୋଇପାରୁନାହିଁ। ୪ଟି କଲୋନିକୁ ୨ଟି ସ୍ବତନ୍ତ୍ର ଗ୍ରାମର ମାନ୍ୟତା ପ୍ରଦାନ କରିବା ଲାଗି ବିସ୍ଥାପିତ ପ୍ରଜା ମଞ୍ଚ ଦାବି କରି ଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ପୂରଣ ହୋଇପାରିନାହିଁ। ଫଳରେ ବିସ୍ଥାପିତ କଲୋନି ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ତେଣୁ କ୍ଷତିଗ୍ରସ୍ତ ପରିବାରକୁ ମୌଳିକ ସୁବିଧା ଯୋଗାଇ ଦେବା, ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ଶ୍ମଶାନ ଜମି ଚିହ୍ନଟ, ପଟ୍ଟା ମୁତାବକ ଥଇଥାନ କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri