Posted inଜାତୀୟ

ଅମ୍ରିତ୍‌ପାଲଙ୍କୁ ମିଳୁଥିଲା ବିଦେଶୀ ପାଣ୍ଠି

ଚଣ୍ଡିଗଡ଼/ନୂଆଦିଲ୍ଲୀ, ୨୧ା୩: ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସର ରାଜ୍ୟବ୍ୟାପୀ ଚଢ଼ାଉ ସୋମବାର ତୃତୀୟ ଦିନରେ ପହଞ୍ଚତ୍ଛି। ଭାରତରେ ଖଲିସ୍ତାନୀ ଆନ୍ଦୋଳନ ତେଜିବା ଉଦ୍ୟମ ପଛରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ପୋଲିସ ସନ୍ଦେହ କରୁଛି ବୋଲି ପୋଲିସ ଆଇଜି ସୁଖଚୈନ ସିଂ ଗିଲ୍‌ କହିଛନ୍ତି। ଏହା ବ୍ୟତୀତ ଅମ୍ରିତ୍‌ପାଲଙ୍କ ସଂଗଠନକୁ ଭାରତ ବିରୋଧୀ କାର୍ଯ୍ୟ ପାଇଁ ବିଦେଶରୁ ବିପୁଳ ପାଣ୍ଠି ଆସୁଥିଲା ବୋଲି ସନ୍ଦେହ କରାଯାଉଛି। ଶାନ୍ତି ଓ ସଦ୍‌ଭାବନା ଭଙ୍ଗ ଉଦ୍ୟମ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୧୧୪ ଜଣଙ୍କୁ ଗିରଫ କରାଗଲାଣି। ଏଥିସହିତ ୧୦ଟି ଅସ୍ତ୍ର ଜବତ ହୋଇଥିବା ଆଇଜିପି କହିଛନ୍ତି। ଅମ୍ରିତ୍‌ପାଲଙ୍କ ‘ଓ୍ବାରିସ୍‌ ପଞ୍ଜାବ ଡେ’ ସଂଗଠନ ସହ ସମ୍ପୃକ୍ତ ୫ ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ)ରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ଦଲ୍‌ଜିତ ସିଂ କାଲ୍‌ସି, ଭଗଓ୍ବନ୍ତ ସିଂ, ଗୁର୍‌ମିତ ସିଂ ଏବଂ ପ୍ରଧାନମନ୍ତ୍ରୀ ବାଜେକେଙ୍କୁ ଗିରଫ କରାଯାଇ ଆସାମର ଦିବ୍ରୁଗଡ଼ କେନ୍ଦ୍ରୀୟ ଜେଲ୍‌କୁ ପଠାଇଦିଆଯାଇଛି। ଏହା ବ୍ୟତୀତ ଶନିବାର ରାତିରେ ଜଳନ୍ଧରରେ ଆତ୍ମସମର୍ପଣ କରିଥିବା ଅମ୍ରିତ୍‌ପାଲଙ୍କ ଦାଦା ହର୍‌ଜିତ ସିଂଙ୍କ ବିରୋଧରେ ମଧ୍ୟ ଏନ୍‌ଏସ୍‌ଏ ଲାଗିଛି। ତାଙ୍କୁ ଦିବ୍ରୁଗଡ଼ ଜେଲକୁ ପଠାଯିବ ବୋଲି ପୋଲିସ କହିଛି। ଅସ୍ତ୍ରଶସ୍ତ୍ର ଜବତ ପରେ ଅମ୍ରିତ୍‌ପାଲଙ୍କୁ ଜଣେ ଆତଙ୍କବାଦୀ ବିଚେତନା କରି ତାଙ୍କ ବିରୋଧରେ ତଦନ୍ତ ଚଳାଇବାକୁ ଉଦ୍ୟମ ହେଉଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଅମ୍ରିତ୍‌ପାଲ ଓ ତାଙ୍କର ୭ ସହଯୋଗୀଙ୍କ ବିରୋଧରେ ତଦନ୍ତ କରିପାରେ। ନୂଆ ମାମଲାରେ ଖଲିସ୍ତାନୀ ନେତାଙ୍କୁ ଅଭିଯୁକ୍ତ ନମ୍ବର ଓ୍ବାନ ଭାବେ ଦର୍ଶାଯାଇଛି। ନିଶା ନିବାରଣ କେନ୍ଦ୍ର ଚଳାଇବା ନାଁରେ ଅମ୍ରିତ୍‌ପାଲ ଯୁବବର୍ଗଙ୍କୁ ଅସ୍ତ୍ର ଶିକ୍ଷାଦେବା ସହ ଆତ୍ମଘାତୀ ବୋମା ସାଜିବା ଲାଗି ପ୍ରବର୍ତ୍ତାଉଥିଲେ। ଶନିବାର ଅମ୍ରିତ୍‌ପାଲ ଯେଉଁ ମର୍ସିଡିଜ୍‌ ଏସ୍‌ୟୁଭିରେ ଖସି ପଳାଇଥିଲେ, ତାହା ଡ୍ରଗ୍‌ ବ୍ୟବସାୟୀ ରାଭେଲ ସିଂଙ୍କର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ନୂଆ ଦଳ ଗଠନ କଲେ ସିଦ୍ଧୁ! ଦଳରୁ ଅଲଗା ହେବା ପରେ…

ଚଣ୍ଡିଗଡ଼,୭।୪: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri