Posted inଜାତୀୟ

ଅମ୍ରିତ୍‌ପାଲଙ୍କୁ ମିଳୁଥିଲା ବିଦେଶୀ ପାଣ୍ଠି

ଚଣ୍ଡିଗଡ଼/ନୂଆଦିଲ୍ଲୀ, ୨୧ା୩: ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସର ରାଜ୍ୟବ୍ୟାପୀ ଚଢ଼ାଉ ସୋମବାର ତୃତୀୟ ଦିନରେ ପହଞ୍ଚତ୍ଛି। ଭାରତରେ ଖଲିସ୍ତାନୀ ଆନ୍ଦୋଳନ ତେଜିବା ଉଦ୍ୟମ ପଛରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ପୋଲିସ ସନ୍ଦେହ କରୁଛି ବୋଲି ପୋଲିସ ଆଇଜି ସୁଖଚୈନ ସିଂ ଗିଲ୍‌ କହିଛନ୍ତି। ଏହା ବ୍ୟତୀତ ଅମ୍ରିତ୍‌ପାଲଙ୍କ ସଂଗଠନକୁ ଭାରତ ବିରୋଧୀ କାର୍ଯ୍ୟ ପାଇଁ ବିଦେଶରୁ ବିପୁଳ ପାଣ୍ଠି ଆସୁଥିଲା ବୋଲି ସନ୍ଦେହ କରାଯାଉଛି। ଶାନ୍ତି ଓ ସଦ୍‌ଭାବନା ଭଙ୍ଗ ଉଦ୍ୟମ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୧୧୪ ଜଣଙ୍କୁ ଗିରଫ କରାଗଲାଣି। ଏଥିସହିତ ୧୦ଟି ଅସ୍ତ୍ର ଜବତ ହୋଇଥିବା ଆଇଜିପି କହିଛନ୍ତି। ଅମ୍ରିତ୍‌ପାଲଙ୍କ ‘ଓ୍ବାରିସ୍‌ ପଞ୍ଜାବ ଡେ’ ସଂଗଠନ ସହ ସମ୍ପୃକ୍ତ ୫ ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ)ରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ଦଲ୍‌ଜିତ ସିଂ କାଲ୍‌ସି, ଭଗଓ୍ବନ୍ତ ସିଂ, ଗୁର୍‌ମିତ ସିଂ ଏବଂ ପ୍ରଧାନମନ୍ତ୍ରୀ ବାଜେକେଙ୍କୁ ଗିରଫ କରାଯାଇ ଆସାମର ଦିବ୍ରୁଗଡ଼ କେନ୍ଦ୍ରୀୟ ଜେଲ୍‌କୁ ପଠାଇଦିଆଯାଇଛି। ଏହା ବ୍ୟତୀତ ଶନିବାର ରାତିରେ ଜଳନ୍ଧରରେ ଆତ୍ମସମର୍ପଣ କରିଥିବା ଅମ୍ରିତ୍‌ପାଲଙ୍କ ଦାଦା ହର୍‌ଜିତ ସିଂଙ୍କ ବିରୋଧରେ ମଧ୍ୟ ଏନ୍‌ଏସ୍‌ଏ ଲାଗିଛି। ତାଙ୍କୁ ଦିବ୍ରୁଗଡ଼ ଜେଲକୁ ପଠାଯିବ ବୋଲି ପୋଲିସ କହିଛି। ଅସ୍ତ୍ରଶସ୍ତ୍ର ଜବତ ପରେ ଅମ୍ରିତ୍‌ପାଲଙ୍କୁ ଜଣେ ଆତଙ୍କବାଦୀ ବିଚେତନା କରି ତାଙ୍କ ବିରୋଧରେ ତଦନ୍ତ ଚଳାଇବାକୁ ଉଦ୍ୟମ ହେଉଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଅମ୍ରିତ୍‌ପାଲ ଓ ତାଙ୍କର ୭ ସହଯୋଗୀଙ୍କ ବିରୋଧରେ ତଦନ୍ତ କରିପାରେ। ନୂଆ ମାମଲାରେ ଖଲିସ୍ତାନୀ ନେତାଙ୍କୁ ଅଭିଯୁକ୍ତ ନମ୍ବର ଓ୍ବାନ ଭାବେ ଦର୍ଶାଯାଇଛି। ନିଶା ନିବାରଣ କେନ୍ଦ୍ର ଚଳାଇବା ନାଁରେ ଅମ୍ରିତ୍‌ପାଲ ଯୁବବର୍ଗଙ୍କୁ ଅସ୍ତ୍ର ଶିକ୍ଷାଦେବା ସହ ଆତ୍ମଘାତୀ ବୋମା ସାଜିବା ଲାଗି ପ୍ରବର୍ତ୍ତାଉଥିଲେ। ଶନିବାର ଅମ୍ରିତ୍‌ପାଲ ଯେଉଁ ମର୍ସିଡିଜ୍‌ ଏସ୍‌ୟୁଭିରେ ଖସି ପଳାଇଥିଲେ, ତାହା ଡ୍ରଗ୍‌ ବ୍ୟବସାୟୀ ରାଭେଲ ସିଂଙ୍କର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri