ସମଲେଇଙ୍କ ପାଇଁ ଏଣିକି ବ୍ୟବହାର ହେବ ଓମ୍‌ଫେଡ୍‌ ଘିଅ

ସମ୍ବଲପୁର,୨୦ା୯: ମା’ ସମଲେଇ ମନ୍ଦିରରେ ଏଣିକି ବ୍ୟବହାର ହେବ ଓମ୍‌ଫେଡ୍‌ ଘିଅ। ଓମ୍‌ଫେଡ୍‌ ଘିଅ ବ୍ୟବହାର ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରେ ଅଖଣ୍ଡ ଦୀପ ଓ ମହାଆଳତି ପାଇଁ ବ୍ୟବହାର ଏହି ଘିଅ ବ୍ୟବହାର କରାଯିବ। ମନ୍ଦିରର ପବିତ୍ରତା ଓ ସେବାୟତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ କହିଛି।

Share