ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକୋଲେଟ୍‌, ପାଣି ବୋତଲ

ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା): ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍‌ଫେଡ୍‌) ପ୍ରସ୍ତୁତ ଚକୋଲେଟ ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବ। ଏନେଇ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ନ୍ୟାଶନାଲ ଡେଏରି ଡେଭଲପ୍‌ମେଣ୍ଟ ବୋର୍ଡ ପକ୍ଷରୁ ଏହାର ପ୍ରୋଜେକ୍ଟ ଡିଜାଇନ କରାଯାଇଛି। କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ପାଇଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି। ଓମଫେଡ୍‌ ପାଣି ବୋତଲ ମଧ୍ୟ ବିକ୍ରି କରିବାକୁ ଯୋଜନା ରହିଛି। ଆସନ୍ତା ୪ ମାସ ଭିତରେ ଓମଫେଡ୍‌ ବଜାରରେ ପାଣି ବିକ୍ରି ଆରମ୍ଭ କରିପାରେ। ସେହିପରି ବୁଧବାର ଅରିଲୋସ୍ଥିତ ଓମଫେଡ୍‌ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିବା ଗଣମାଧ୍ୟମର ୩୦ରୁ ଅଧିକ ପ୍ରତିନିଧିଙ୍କ ସହ ପ୍ଲାଣ୍ଟ ମ୍ୟାନେଜର କାର୍ତ୍ତିକ ପାଲ୍‌ ଓମଫେଡର ଦୁଗ୍ଧ ପ୍ରକ୍ରିୟାକରଣ, ଉପତ୍ାଦ ଓ ଉପତ୍ାଦନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ। ଏବେ ଓମଫେଡ ଦୈନିକ ୫ ଲକ୍ଷ ୧୪ ହଜାର ଲିଟର ଦୁଗ୍ଧ ସଂଗ୍ରହ କରୁଛି। ସେଥିରେ ଦେଶୀ ବା ବିଞ୍ଝାରପୁରୀ ଗାଈ କ୍ଷୀର ହେଉଛି ୨୫୦୦ ଲିଟର। ବର୍ତ୍ତମାନ ଓମଫେଡ୍‌ ପକ୍ଷରୁ ବିଭିନ୍ନ ପ୍ରକାରର କ୍ଷୀର, ଘିଅ, ଦହି, ଲସି, ଖୁଆ, ପେଡ଼ା, ଲହୁଣୀ, ପନିର, ମିଠା ଦହି, ମିଲ୍‌କ ପାଉଡର ଆଦି ଉପତ୍ାଦ ପ୍ରସ୍ତୁତ କରାଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ପ୍ରଣାଳୀରେ ଏହି ସବୁ ଉପତ୍ାଦ ପ୍ରସ୍ତୁତ କରାଯାଉଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କର୍ମନିଯୁକ୍ତି ସମ୍ଭବ ହୋଇପାରିଛି। ଏହାବ୍ୟତୀତ ବର୍ଷକ ଭିତରେ ଓମ୍‌ଫେଡ ୧୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରିଛି। ଘିଅ ଉତ୍ପାଦନ ବୃଦ୍ଧି ପାଇଁ ଆଗାମୀ ଦିନରେ ଓମଫେଡ ଯୋଜନା ରଖିଛି। ମାସକୁ ଓମଫେଡ ୧୨୦ ଟନ୍‌ ଘିଅ ଉତ୍ପାଦନ କରୁଛି। ରାଜ୍ୟର ପ୍ରମୁଖ ମନ୍ଦିରରେ ଏହି ଘିଅ ବ୍ୟବହାର କରାଯାଉଥିବାବେଳେ ଦିଲ୍ଲୀ ହଜଖାସ୍‌ ଜଗନ୍ନାଥ ମନ୍ଦିର ସହ ଆଖପାଖର ଜଗନ୍ନାଥ ମନ୍ଦିରକୁ ମଧ୍ୟ ଓମଫେଡ୍‌ ଘିଅ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?