ଓଏମ୍‌ସିର ସମ୍ପୂର୍ଣ୍ଣ ପରିମଳ ଅଭିଯାନ

ଭୁବନେଶ୍ୱର,୬।୮ (ଅଭୟ ଦାଶ): ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ନିକଟରେ ଏକ ଅଭିନବ ଅଭିଯାନ ‘ସମ୍ପୂର୍ଣ୍ଣ ପରିମଳ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଓଏମ୍‌ସି ଅଧୀନରେ ଥିବା ଖଣି ଅଞ୍ଚଳବର୍ତ୍ତୀ ଗାଁଗୁଡ଼ିକରେ ପରିଷ୍କାର, ପରିଚ୍ଛନ୍ନତା ସାଙ୍ଗକୁ ଲୋକଙ୍କ ମଧ୍ୟରେ ସ୍ବଚ୍ଛତାକୁ ନେଇ ବ୍ୟବହାରଗତ ପରିବର୍ତ୍ତନ ଆଣିବା ଲାଗି ନିଗମ ନିରନ୍ତର ପ୍ରୟାସ କରୁଛି। ଏପରିକି ନିଗମର ୫ଟି ଖଣି ଅଞ୍ଚଳରେ ଥିବା ପ୍ରାୟ ୩୮ ଗାଁରେ ଓଏମ୍‌ସିର ସମ୍ପୂର୍ଣ୍ଣ ପରିମଳ ଅଭିଯାନ ବେଶ୍‌ ଲୋକପ୍ରିୟ ହୋଇପାରିଛି। ବିଶେଷକରି ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ନିଗମ ଖଣି ଅଞ୍ଚଳର ପ୍ରତ୍ୟେକ ଗାଁକୁ ବାହ୍ୟ ଶୌଚମୁକ୍ତ କରିବା ଦିଗରେ କାର୍ଯ୍ୟ କରୁଛି। ଉଲ୍ଲେଖଯୋଗ୍ୟ, ଜିଲା ପ୍ରଶାସନ ସହଯୋଗରେ ଏଭଳି ଏକ ମହତ ପ୍ରୟାସକୁ କାର୍ଯ୍ୟକାରୀ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲାର ସୁକୁରଙ୍ଗୀ କ୍ରୋମାଇଟ ଖଣି ଅଞ୍ଚଳରେ ଥିବା ୧୫ଟି ଗାଁରେ ଉକ୍ତ ଅଭିଯାନର ଆରମ୍ଭ ସହ ୨୫୭୭ ନୂତନ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ୩୦୮ ଶୌଚାଳୟର ମରାମତି କରାଯାଇଥିଲା। ପରବର୍ତ୍ତୀ ସମୟରେ ବଳକା ୨୩ଟି ଗାଁରେ ଉକ୍ତ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା। ସେହିଭଳି ଦୈତାରୀ ଖଣି ଅଞ୍ଚଳ ଅଧୀନ ହରିଚନ୍ଦନପୁର ବ୍ଲକର ୮ଟି ଗାଁ, ଗନ୍ଧମାର୍ଦ୍ଦନ ଖଣି ଅଞ୍ଚଳରେ ଥିବା ବାଂଶପାଳ ବ୍ଲକର ୧୧ଟି ଗାଁ ଏବଂ ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ଅଞ୍ଚଳ ଅଧୀନ ଲହୁଣିପଡ଼ା ବ୍ଲକରେ ଥିବା ୪ଟି ଗାଁକୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଉପରୋକ୍ତ ଗାଁଗୁଡିକରେ ୨୪୨୨ଟି ଶୌଚାଳୟ ନିର୍ମାଣ କରାଯାଇଛି। ଏପରିକି ଉକ୍ତ ଅଞ୍ଚଳରେ ସ୍ବଚ୍ଛତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୋକଙ୍କ ଜୀବନ ଧାରଣର ମାନରେ ମଧ୍ୟ ଉନ୍ନତି ଆସିଛି। ଖଣି ଅଞ୍ଚଳରେ ସମ୍ପୂର୍ଣ୍ଣ ପରିମଳ ଅଭିଯାନକୁ ଆରମ୍ଭ କରିବା ପୂର୍ବରୁ ଓଏମ୍‌ସି ପକ୍ଷରୁ ଏକ ସର୍ଭେ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ପରିମଳର ସ୍ଥିତି ସମ୍ପର୍କରେ ଯାଞ୍ଚ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?