ସିଏମ୍‌ଆର୍‌ଏଫ୍‌କୁ ୧୦୦କୋଟି ଦେଲା ଓଏମ୍‌ସି

ଭୁବନେଶ୍ୱର,୧।୪: ଓଡ଼ିଶା ସରକାରଙ୍କ ଖଣି ବିଭାଗ ଅଧୀନରେ ଥିବା ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (ସିଏମ୍‌ଆର୍‌ଏଫ୍‌)କୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏପରିକି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉ ପରିମାଣର ଅର୍ଥ ରାଶି ସ୍ବରୂପ ଏ ଚେକ୍‌ ହସ୍ତାନ୍ତର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ଓଏମ୍‌ସିର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ, ଓଏମ୍‌ସିର ମ୍ୟାନେଜିଂ ଡାଇରେକ୍ଟର ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଓ। ମହାପ୍ରୟାଣ ଯୋଜନା ପାଇଁ ଉଞ୍ଛ ରାଶି ସିଏମ୍‌ଆର୍‌ଏଫ୍‌କୁ ଦିଆଯାଇଥିବା ଓଏମ୍‌ସି ପକ୍ଷରୁ କୁହାଯାଇଛି। ଏପରିକି ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅଧୀନରେ ଗରିବ ଏବଂ ଅସହାୟ ଲୋକମାନେ ସହାୟତା ପାଇଥାନ୍ତି। ସେହିଭଳି ମୃତକଙ୍କ ଅନ୍ତିମ ସତ୍କାର ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଫଳରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ମହାପ୍ରୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଉକ୍ତ ଯୋଜନାରେ ମୃତକଙ୍କ ଶରୀରକୁ ମୃତ୍ୟୁ ସ୍ଥାନରୁ ନିଜର ବାସସ୍ଥାନ ପର୍ଯ୍ୟନ୍ତ ନେବା ପାଇଁ ସହାୟତା ପ୍ରଦାନ କରାଯାଉଛି। ଅପରପକ୍ଷରେ ରାଜ୍ୟର ଏକ ପ୍ରମୁଖ ନିଗମ ବା ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବେ ଓଏମ୍‌ସି ରାଜ୍ୟ ସରକାରଙ୍କ ଏଭଳି ଏକ ଜନହିତକର ଯୋଜନା ପାଇଁ ଉକ୍ତ ପରିମାଣର ଅର୍ଥ ରାଶି ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଜନକଲ୍ୟାଣ ଯୋଜନା ପାଇଁ ଓଏମ୍‌ସି ପକ୍ଷରୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଉଛି। ଏହାବ୍ୟତୀତ ଓଏମ୍‌ସିର ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ଦିଗରେ ମଧ୍ୟ ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଦ୍ୱାରା ଓଏମ୍‌ସି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିସିନ୍‌ ଖାଇ ୭ କଏଦୀ ଅସୁସ୍ଥ! ଝାରପଡ଼ା ଜେଲ୍‌ରେ ଚାଲିଛି ତଦନ୍ତ

ଭୁବନେଶ୍ୱର,୨୪।୬: ରାଜଧାନୀର ଝାରପଡ଼ା ସ୍ପେଶାଲ୍‌ ଜେଲ୍‌ରେ ୭ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଅସୁସ୍ଥ କଏଦୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ…

ହ୍ରାସ ପାଉଛି ଜମିର ଉର୍ବରତା: ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ଅବସରର ସପ୍ତାହେ ପୂର୍ବରୁ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡା,୨୪।୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ କରିଛି। ଭିଜିଲାନ୍ସ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ପ୍ରସନ୍ନ। କାର୍ଯ୍ୟ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ

ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…

ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଏବେ ୧୪

ଭୁବନେଶ୍ୱର,୨୪।୬(ରବିନାରାୟଣ ଜେନା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାରେ ଅବହେଳା ପ୍ରଦର୍ଶନ କରିବା ଏବେ ୮ଟି ବ୍ୟାଙ୍କକୁ ମହଙ୍ଗା ସାବ୍ୟସ୍ତ…

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

ଭାଜପା ବୁଥ୍‌ ସଭାପତିଙ୍କୁ ବିଚ୍‌ ରାସ୍ତାରେ ନିର୍ମମ ହତ୍ୟା: କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଲେ…

ମହାକାଳପଡ଼ା,୨୪।୬( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ ରାମନଗର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ଟ୍ୟୁସନ ବାହାନାରେ ନାବାଳକଙ୍କୁ ବଳାତ୍କାର କରି ଫସିଲେ ଶିକ୍ଷକ, ପୂରା ଘଟଣା ଜାଣିଲେ…

କଟକ,୨୪।୬(ପ୍ରଭୁ କଲ୍ୟାଣ ପାଲ): ଅପ୍ରାକୃତିକ ଯୌନ ଲାଳସା ହେଲା କାଳ। ନାବାଳକଙ୍କୁ ବଳାତ୍କାର କରି ଫସିଲେ ଉର୍ଦ୍ଦୁ ଶିକ୍ଷକ। ଟ୍ୟୁସନ ବାହାନାରେ ନାବାଳକକୁ ବାରମ୍ବାର ପକାଉଥିଲେ ଲୋଲୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri