ଓଏମ୍‌ସିକୁ ପୁଣି ସଫଳତା: ମିଳିଲା ୧୯ ସ୍ବର୍ଣ୍ଣ, ୨ ରୌପ୍ୟ ପୁରସ୍କାର

ଭୁବନେଶ୍ୱର,୧୫।୯: ଭୁବନେଶ୍ୱରଠାରେ ଆୟୋଜିତ ‘କନ୍‌ଭେନଶନ ଅନ୍‌ କ୍ୱାଲିଟି କନ୍‌ସେପ୍ଟସ୍‌’ (ସିସିକ୍ୟୁଏସ୍‌-୨୦୨୫)ର ସପ୍ତମ ଚାପ୍ଟରରେ ଓଡ଼ିଶା ଖଣି ନିଗମ୍‌(ଓଏମସି)ର କ୍ୱାଲିଟି ସର୍କଲ ଦଳଗୁଡ଼ିକ ସଫଳତାର ସହ ୧୯ଟି ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପୁରସ୍କାର ହାସଲ କରିଛନ୍ତି।

କ୍ୱାଲିଟି ସର୍କଲ ଫୋରମ୍‌ ଅଫ ଇଣ୍ଡିଆ(କ୍ୟୁସିଏଫ୍‌ଆଇ) ଭୁବନେଶ୍ୱର ଚାପ୍ଟର ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଆତ୍ମନିର୍ଭର ବିକଶିତ ଭାରତ ପାଇଁ କ୍ୱାଲିଟି କନ୍‌ସେପ୍ଟସ୍‌ ବିଷୟବସ୍ତୁ ଅଧୀନରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରେ ଅବସ୍ଥାପିତ ଶିଳ୍ପାନୁଷ୍ଠାନଗୁଡିକ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଓଏମ୍‌ସି ପକ୍ଷରୁ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ନିଜ ନବସୃଜନ ପ୍ରଣାଳୀ, ଦଳଗତ କାର୍ଯ୍ୟ ଏବଂ ସମସ୍ୟା ସମାଧାନ ପଦ୍ଧତି ପ୍ରଦର୍ଶନ କରିଥିଲେ। ସମ୍ମିଳନୀରେ କେସ୍‌ ଷ୍ଟଡି ଉପସ୍ଥାପନା, ଜ୍ଞାନ ପରୀକ୍ଷା ଏବଂ ମଡେଲ ପ୍ରଦର୍ଶନ ମାଧ୍ୟମରେ ପ୍ରତିଯୋଗିତା କରାଯାଇଥିଲା।

ଉତ୍ପାଦନ, ବିକ୍ରୟ, ପରିବେଶ ସୁରକ୍ଷା, ବୈଷୟିକ ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଗୁଣବତ୍ତା ନିୟନ୍ତ୍ରଣ, ସ୍ବାସ୍ଥ୍ୟସେବା ଆଧାରିତ ବିଭିନ୍ନ ପ୍ରକଳ୍ପ ଉପରେ ଓଡ଼ିଶା ଖଣି ନିଗମର ସର୍ବମୋଟ ୨୨ଟି ଦଳ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ବର୍ଣ୍ଣ ବର୍ଗରେ ପୁରସ୍କୃତ ବିଜେତା ଦଳଗୁଡ଼ିକ ଆଗାମୀ ଦିନରେ ଜାତୀୟସ୍ତରର ଏନ୍‌ସିକ୍ୟୁସି-୨୦୨୫ରେ ଓଏମ୍‌ସି ପକ୍ଷରୁ ପ୍ରତିନିଧିତ୍ୱ କରିବେ।

କ୍ୟୁସିଏଫ୍‌ଆଇ ଭଳି ଜାତୀୟସ୍ତର ପ୍ଲାଟଫର୍ମରେ ଓଡ଼ିଶା ଖଣି ନିଗମ ସର୍ବଦା ଉତ୍କୃଷ୍ଟ ପ୍ରଦର୍ଶନ କରିଆସିଛି। ଓଏମ୍‌ସି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦଳଗୁଡ଼ିକ ଏନ୍‌ସିକ୍ୟୁସିରେ ଉତ୍କର୍ଷତା ହାସଲ କରି ଅନେକ ପୁରସ୍କାର ଗ୍ରହଣ କରିଛନ୍ତି।ଏଥିସହିତ ସମ୍ମିଳନୀରେ ସ୍ବର୍ଣ୍ଣ ଏବଂ ରୌପ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି।

ଉଲ୍ଲେଖ୍ୟଯୋଗ୍ୟ ଯେ, ୨୦୨୩ରେ ଚୀନର ବେଜିଂଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଆଇସିକ୍ୟୁସିସିରେ ଓଏମ୍‌ସି ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଦୁଇଟି ଦଳ ସ୍ବର୍ଣ୍ଣ ପୁରସ୍କାର ପାଇଛନ୍ତି। ଏହା ଖଣି କ୍ଷେତ୍ର ମଧ୍ୟରେ ଉତ୍କୃଷ୍ଟ ଗୁଣବତ୍ତା ହାସଲ ପାଇଁ ଓଡ଼ିଶା ଖଣି ନିଗମର ନେତୃତ୍ୱକୁ ସୁଦୃଢ଼ କରିଛି।

କ୍ୟୁସିଏଫ୍‌ଆଇ ହେଉଛି ଏକ ବୃହତ ତଥା ପ୍ରତିଷ୍ଠିତ ସଂଗଠନ, ଯାହା ଗୁଣବତ୍ତା ହାସଲ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ନୂତନ ଆବିଷ୍କାର ଏବଂ ସିଦ୍ଧାନ୍ତଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଥାଏ। ତୃଣମୂଳ ସ୍ତରରେ ନବସୃଜନ ଏବଂ ସଷ୍ଟେନବଲ୍‌ ପ୍ରାକ୍ଟିସେସ୍‌ ଭଳି ଉନ୍ନତମାନର ପଦକ୍ଷେପଗୁଡ଼ିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିଥାଏ।

ଏପରିକି କାର୍ଯ୍ୟକ୍ଷେତ୍ରର ଉତ୍ପାଦକତା ଏବଂ ସୁରକ୍ଷା ବୃଦ୍ଧି ଦିଗରେ ଗଠନ ହୋଇଥିବା ଅନେକ ପଦକ୍ଷେପଗୁଡ଼ିକୁ ଏଠାରେ ଅଂଶଗ୍ରହଣ କରିଥିବା କ୍ୱାଲିଟି ସର୍କଲ ଦଳଗୁଡ଼ିକ ପ୍ରଦର୍ଶନ କରିଥାନ୍ତି। କାର୍ଯ୍ୟକ୍ଷମ ଉତ୍କର୍ଷତା ହାସଲ କରିବା ପାଇଁ ଯେଉଁ ସବୁ ଦିଗ ଉପରେ କାର୍ଯ୍ୟ କରିଛନ୍ତି ସେହି ଅଭିନବ ପଦ୍ଧତି ସମ୍ପର୍କରେ ଏହି ସମ୍ମିଳନୀରେ ପ୍ରଦର୍ଶନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ସାଂଘାତିକ ଧମକ, ଦେଲେ ୪୮ ଘଣ୍ଟାର ଅଲ୍ଟିମେଟମ୍‌, ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଇରାନକୁ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଛନ୍ତି। ସେ ଚେତାବନୀ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri