ଓଏମ୍‌ସିକୁ ପୁଣି ସଫଳତା: ମିଳିଲା ୧୯ ସ୍ବର୍ଣ୍ଣ, ୨ ରୌପ୍ୟ ପୁରସ୍କାର

ଭୁବନେଶ୍ୱର,୧୫।୯: ଭୁବନେଶ୍ୱରଠାରେ ଆୟୋଜିତ ‘କନ୍‌ଭେନଶନ ଅନ୍‌ କ୍ୱାଲିଟି କନ୍‌ସେପ୍ଟସ୍‌’ (ସିସିକ୍ୟୁଏସ୍‌-୨୦୨୫)ର ସପ୍ତମ ଚାପ୍ଟରରେ ଓଡ଼ିଶା ଖଣି ନିଗମ୍‌(ଓଏମସି)ର କ୍ୱାଲିଟି ସର୍କଲ ଦଳଗୁଡ଼ିକ ସଫଳତାର ସହ ୧୯ଟି ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପୁରସ୍କାର ହାସଲ କରିଛନ୍ତି।

କ୍ୱାଲିଟି ସର୍କଲ ଫୋରମ୍‌ ଅଫ ଇଣ୍ଡିଆ(କ୍ୟୁସିଏଫ୍‌ଆଇ) ଭୁବନେଶ୍ୱର ଚାପ୍ଟର ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଆତ୍ମନିର୍ଭର ବିକଶିତ ଭାରତ ପାଇଁ କ୍ୱାଲିଟି କନ୍‌ସେପ୍ଟସ୍‌ ବିଷୟବସ୍ତୁ ଅଧୀନରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରେ ଅବସ୍ଥାପିତ ଶିଳ୍ପାନୁଷ୍ଠାନଗୁଡିକ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଓଏମ୍‌ସି ପକ୍ଷରୁ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ନିଜ ନବସୃଜନ ପ୍ରଣାଳୀ, ଦଳଗତ କାର୍ଯ୍ୟ ଏବଂ ସମସ୍ୟା ସମାଧାନ ପଦ୍ଧତି ପ୍ରଦର୍ଶନ କରିଥିଲେ। ସମ୍ମିଳନୀରେ କେସ୍‌ ଷ୍ଟଡି ଉପସ୍ଥାପନା, ଜ୍ଞାନ ପରୀକ୍ଷା ଏବଂ ମଡେଲ ପ୍ରଦର୍ଶନ ମାଧ୍ୟମରେ ପ୍ରତିଯୋଗିତା କରାଯାଇଥିଲା।

ଉତ୍ପାଦନ, ବିକ୍ରୟ, ପରିବେଶ ସୁରକ୍ଷା, ବୈଷୟିକ ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଗୁଣବତ୍ତା ନିୟନ୍ତ୍ରଣ, ସ୍ବାସ୍ଥ୍ୟସେବା ଆଧାରିତ ବିଭିନ୍ନ ପ୍ରକଳ୍ପ ଉପରେ ଓଡ଼ିଶା ଖଣି ନିଗମର ସର୍ବମୋଟ ୨୨ଟି ଦଳ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ବର୍ଣ୍ଣ ବର୍ଗରେ ପୁରସ୍କୃତ ବିଜେତା ଦଳଗୁଡ଼ିକ ଆଗାମୀ ଦିନରେ ଜାତୀୟସ୍ତରର ଏନ୍‌ସିକ୍ୟୁସି-୨୦୨୫ରେ ଓଏମ୍‌ସି ପକ୍ଷରୁ ପ୍ରତିନିଧିତ୍ୱ କରିବେ।

କ୍ୟୁସିଏଫ୍‌ଆଇ ଭଳି ଜାତୀୟସ୍ତର ପ୍ଲାଟଫର୍ମରେ ଓଡ଼ିଶା ଖଣି ନିଗମ ସର୍ବଦା ଉତ୍କୃଷ୍ଟ ପ୍ରଦର୍ଶନ କରିଆସିଛି। ଓଏମ୍‌ସି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦଳଗୁଡ଼ିକ ଏନ୍‌ସିକ୍ୟୁସିରେ ଉତ୍କର୍ଷତା ହାସଲ କରି ଅନେକ ପୁରସ୍କାର ଗ୍ରହଣ କରିଛନ୍ତି।ଏଥିସହିତ ସମ୍ମିଳନୀରେ ସ୍ବର୍ଣ୍ଣ ଏବଂ ରୌପ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି।

ଉଲ୍ଲେଖ୍ୟଯୋଗ୍ୟ ଯେ, ୨୦୨୩ରେ ଚୀନର ବେଜିଂଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଆଇସିକ୍ୟୁସିସିରେ ଓଏମ୍‌ସି ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଦୁଇଟି ଦଳ ସ୍ବର୍ଣ୍ଣ ପୁରସ୍କାର ପାଇଛନ୍ତି। ଏହା ଖଣି କ୍ଷେତ୍ର ମଧ୍ୟରେ ଉତ୍କୃଷ୍ଟ ଗୁଣବତ୍ତା ହାସଲ ପାଇଁ ଓଡ଼ିଶା ଖଣି ନିଗମର ନେତୃତ୍ୱକୁ ସୁଦୃଢ଼ କରିଛି।

କ୍ୟୁସିଏଫ୍‌ଆଇ ହେଉଛି ଏକ ବୃହତ ତଥା ପ୍ରତିଷ୍ଠିତ ସଂଗଠନ, ଯାହା ଗୁଣବତ୍ତା ହାସଲ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ନୂତନ ଆବିଷ୍କାର ଏବଂ ସିଦ୍ଧାନ୍ତଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଥାଏ। ତୃଣମୂଳ ସ୍ତରରେ ନବସୃଜନ ଏବଂ ସଷ୍ଟେନବଲ୍‌ ପ୍ରାକ୍ଟିସେସ୍‌ ଭଳି ଉନ୍ନତମାନର ପଦକ୍ଷେପଗୁଡ଼ିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିଥାଏ।

ଏପରିକି କାର୍ଯ୍ୟକ୍ଷେତ୍ରର ଉତ୍ପାଦକତା ଏବଂ ସୁରକ୍ଷା ବୃଦ୍ଧି ଦିଗରେ ଗଠନ ହୋଇଥିବା ଅନେକ ପଦକ୍ଷେପଗୁଡ଼ିକୁ ଏଠାରେ ଅଂଶଗ୍ରହଣ କରିଥିବା କ୍ୱାଲିଟି ସର୍କଲ ଦଳଗୁଡ଼ିକ ପ୍ରଦର୍ଶନ କରିଥାନ୍ତି। କାର୍ଯ୍ୟକ୍ଷମ ଉତ୍କର୍ଷତା ହାସଲ କରିବା ପାଇଁ ଯେଉଁ ସବୁ ଦିଗ ଉପରେ କାର୍ଯ୍ୟ କରିଛନ୍ତି ସେହି ଅଭିନବ ପଦ୍ଧତି ସମ୍ପର୍କରେ ଏହି ସମ୍ମିଳନୀରେ ପ୍ରଦର୍ଶନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri