Posted inଜାତୀୟ

ମୋଦିଙ୍କୁ ପ୍ରଶଂସା କରୁଛନ୍ତି ଓମାର ଅବଦୁଲ୍ଲାଙ୍କ ଦଳ, ଦ୍ୱନ୍ଦ୍ୱରେ ବିରୋଧୀ ନେତା

ଜମ୍ମୁ,୧୨।୩: ପିପୁଲ୍ସ କନଫରେନ୍ସ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ସଜ୍ଜାଦ ଗନି ଲୋନ କହିଛନ୍ତି ଯେ ବିଧାନସଭାରେ ସରକାର ଏବଂ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି। ମଙ୍ଗଳବାର ବିଧାନସଭାରେ ବଜେଟ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ସଜ୍ଜାଦ ଗନି ଲୋନ ଗୃହରେ ଶାସକ ଦଳ ଏବଂ ମୁଖ୍ୟ ବିରୋଧୀ ଦଳ ଭାଜପାର ବିଧାୟକମାନଙ୍କ ଆଡ଼କୁ ଇଙ୍ଗିତ କରି କହିଥିଲେ ଯେ ସେମାନେ ମଧ୍ୟ ମୋଦିଙ୍କ ପ୍ରଶଂସା କରୁଛନ୍ତି। ଏବେ ଲୋକମାନେ ଜାଣିନାହାଁନ୍ତି ଯେ ଭଲ ପ୍ରଶଂସା କ’ଣ ଏବଂ ଖରାପ ପ୍ରଶଂସା କ’ଣ। ଏହାକୁ ଦେଖି ଆମେ ଏକ ବଡ଼ ଦ୍ୱନ୍ଦ୍ୱରେ ଅଛୁ।
ସଜ୍ଜାଦ ଗନି ଲୋନ ଗୃହରେ ଓମାର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ତାଙ୍କ ବଜେଟରେ ମୋଦି ସରକାରଙ୍କ ପ୍ରଶଂସା ବ୍ୟତୀତ ଆଉ କିଛି ନାହିଁ। ଓମାର ସରକାର ଅଗଷ୍ଟ ୫ପରେ ତାଙ୍କ ବଜେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ଆଗକୁ ବଢାଇଛନ୍ତି। ସବୁକିଛି ମୋଦି ସରକାରଙ୍କର। ସରକାର ଗତ ପାଞ୍ଚ ବର୍ଷରେ ମୋଦି ସରକାରଙ୍କ ସମସ୍ତ ଉପଲବ୍ଧିକୁ ତାଙ୍କ ବଜେଟରେ ସାମିଲ କରିଛନ୍ତି।
ବିଧାନସଭାରେ ଶାସକ ନ୍ୟାସନାଲ କନଫରେନ୍ସର ନିର୍ବାଚନୀ ଇସ୍ତାହାରକୁ ହଲାଇ ସେ କହିଛନ୍ତି ଯେ ମାଗଣା ବିଦ୍ୟୁତ, ମାଗଣା ସିଲିଣ୍ଡର, ମାଗଣା ରାସନ, ଦୈନିକ ମଜୁରିଆଙ୍କୁ ନିୟମିତ କରିବା, ଏକ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ପୂରଣ କରିବା ପାଇଁ ସରକାରଙ୍କୁ ପ୍ରତିବର୍ଷ ପ୍ରାୟ ବାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ସଜ୍ଜାଦ କହିଥିଲେ ଯେ ପାଞ୍ଚ ବର୍ଷ ମଧ୍ୟରେ ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆପଣ ପ୍ରାୟ ୬୫ ହଜାର କୋଟି ଟଙ୍କା କେଉଁଠାରୁ ପାଇବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା କୌଣସି ବଡ଼ ପ୍ୟାକେଜରେ ଅଣାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?