ପହଲଗାମ ଆତଙ୍କବାଦୀ ଆକ୍ରମଣ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସିଏମଓ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି,ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ମିଳିବ। ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ।

କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଏକ ଘୃଣ୍ୟ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି, ନିରୀହ ନାଗରିକଙ୍କ ଉପରେ ହୋଇଥିବା ବର୍ବର ଏବଂ ଅର୍ଥହୀନ ଆକ୍ରମଣରେ ମୁଁ ଗଭୀର ଭାବରେ ମର୍ମାହତ।

ଅବଦୁଲ୍ଲା କହିଛନ୍ତି, ପହଲଗାମରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ମୁଁ ଗଭୀର ଦୁଃଖିତ। ନିର୍ଦ୍ଦୋଷ ନାଗରିକଙ୍କ ବିରୋଧରେ ଏହି ବର୍ବର ଏବଂ ଅର୍ଥହୀନ ନିଷ୍ଠୁରତାର ଆମ ସମାଜରେ କୌଣସି ସ୍ଥାନ ନାହିଁ। ଆମେ ଏହି ଘଟଣାର ଦୃଢ଼ ନିନ୍ଦା କରୁଛୁ।

ଜମ୍ମୁ ଏବଂ କଶ୍ମୀରର ସିଏମଓ କାର୍ଯ୍ୟାଳୟ ପକ୍ଷରୁ ଏହି ସମ୍ପର୍କରେ କୁହାଯାଇଛି ଯେ, ଆମେ ହରାଇଥିବା ମୂଲ୍ୟବାନ ଜୀବନ ପାଇଁ ସମବେଦନା ଜଣାଉଛୁ। ଆତଙ୍କବାଦୀ ଆକ୍ରମଣରେ ନିରୀହ ସାଧାରଣ ଲୋକଙ୍କ ଜୀବନହାନୀ ପାଇଁ କୌଣସି ପରିମାଣର ଟଙ୍କା କ୍ଷତିପୂରଣ ଦେଇପାରିବ ନାହିଁ। ଏହା ସତ୍ତ୍ୱେ, ଜମ୍ମୁ-କାଶ୍ମୀର ସରକାର ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପୀଡିତମାନଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଆମେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଆମର ସମବେଦନା ପ୍ରକାଶ କରୁଛୁ। ଏହି ଦୁଃଖର ସମୟରେ ଜମ୍ମୁ ଏବଂ କଶ୍ମୀର ସରକାର ଆପଣଙ୍କ ସହିତ ଅଛନ୍ତି। ଆତଙ୍କବାଦ କେବେ ବି ଆମର ସଂକଳ୍ପକୁ ଭାଙ୍ଗିପାରିବ ନାହିଁ। ଏହି ବର୍ବରତା ପଛରେ ଥିବା ଲୋକଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ ବୋଲି ସିଏମଓ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ପହଲଗାମ୍‌ ଜିଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ପ୍ରାକୃତିକ ଶୋଭାରାଜି ପାଇଁ ‘ମିନି ସୁଇଜରଲାଣ୍ଡ’ ଭାବେ ପରିଚିତ ଦକ୍ଷିଣ କଶ୍ମୀରର ମୁଖ୍ୟ ପର୍ଯ୍ୟଟନସ୍ଥଳ ବୈସରନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ସଦସ୍ୟମାନେ ଅନୂ୍ୟନ ୫୦ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏହି ଅତର୍କିତ ଆକ୍ରମଣରେ ଜଣେ ଓଡ଼ିଆ ଓ ୨ ଜଣ ବିଦେଶୀଙ୍କ ସମେତ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଆହତଙ୍କୁ ଉଦ୍ଧାର କରିବା ପାଇଁ ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାଉଦି ଗସ୍ତ ଛାଡ଼ି ଭାରତ ଫେରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରେ ସଦ୍ୟତମ ପରିସ୍ଥିତି ସମ୍ପର୍କରେ ଏକ ବୈଠକ କରିଛନ୍ତି। ଏଥିରେ NSA ଅଜିତ ଡୋଭାଲ ଉପସ୍ଥିତ ଥିଲେ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କଶ୍ମୀର ଯାଇ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ସହିତ ପରିସ୍ଥିତି ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ବିମାନସେବା ପ୍ରଭାବିତ, ୧୧୦୦ ଉଡାଣ ରଦ୍ଦ, ୪୦୦୦ ବିମାନ ବିଳମ୍ବ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୨୭।୧୨: ଶୁକ୍ରବାର (ଡିସେମ୍ବର ୨୬) ଖ୍ରୀଷ୍ଟମାସ ଛୁଟି ସତ୍ତ୍ୱେ ଆମେରିକାର ବିମାନ କମ୍ପାନୀଗୁଡ଼ିକ ୧୦୦୦ ରୁ ଅଧିକ ଉଡ଼ାଣ ବାତିଲ କରିଛନ୍ତି, କାରଣ ଦେଶର ଅଧିକାଂଶ...

କୋଭିଡ୍‌ ପରେ ପ୍ରଦୂଷଣ ସବୁଠୁ ବିପଦ: ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୭ା୧୨(ପି.ଟି.):ଭାରତରେ କୋଭିଡ୍‌-୧୯ ମହାମାରୀ ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏତିକି ନୂଆ ଜିଲା ପାଇଁ ଖୁବ୍‌ଶୀଘ୍ର ନିଯୁକ୍ତ ହେବେ…

ନୂଆଦିଲ୍ଲୀ,୨୭ା୧୨: ଦିଲ୍ଲୀ ସରକାର ଖୁବ୍‌ଶୀଘ୍ର ରାଜଧାନୀରେ ନୂତନ ପ୍ରଶାସନିକ ଢାଞ୍ଚା ଅନୁଯାୟୀ ଅଧିକାରୀମାନଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଜାରି କରିବେ। ଏହି ନିଷ୍ପତ୍ତି ଅନୁଯାୟୀ, ୧୩ଟି...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

କ୍ୱିଭ ଉପରେ ପୁଣି ମିଶାଇଲ ସହ ଡ୍ରୋନ ଆକ୍ରମଣ କଲା ରୁଷିଆ, ପରିସ୍ଥିତି ଜଟିଳ

କ୍ୱିଭ,୨୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେଉଥିବା ପରି ମନେ ହେଉଛି।...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri