ଅଲିମ୍ପିଆଡ ପୁରସ୍କାର: ପ୍ରତ୍ୟୁଷ ବେହେରାଙ୍କୁ ଗୋଲ୍ଡ ମେଡାଲ

ମୋରଡ଼ା,୯ା୯(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ବିଦ୍ୟଜ୍ୟୋତି ପବ୍ଲିକ ସ୍କୁଲରେ ଅଲିମ୍ପିଆଡ ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଡାଇରେକ୍ଟର ସଞ୍ଜୟ କୁମାର ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶହୀଦ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ କୁମାର ଭୋଇ ଏବଂ ୟୁଜିଏସ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋର୍ତିମୟୀ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଆଇଟିଓ଼ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରତ୍ୟୁଷ ବେହେରାଙ୍କୁ ଗୋଲ୍ଡ ମେଡାଲ ସହିତ ୧୨୦୦ ଟଙ୍କାର ଚେକ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l ସେହିପରି ଛାତ୍ର ଅଂଶୁମାନ ବେହେରା, ସୌମ୍ୟ ଶଙ୍କର ସେନାପତି, ବିଶ୍ୱରଞ୍ଜନ ମହାନ୍ତ, ଛାତ୍ରୀ ଦୀପଶିକ୍ଷା ମହାପାତ୍ର, ଆକ୍ରତି ରାଉଳଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ତାପସୀ ଲେଙ୍କା, ସଂଗୀତା ପାଣିଗ୍ରାହୀ, ଶୁଭଶ୍ରୀ ମହାନ୍ତ, ପ୍ରିୟଙ୍କା ରାୟବାବୁ, ନମିତା ମହାନ୍ତ, ପ୍ରିୟଙ୍କା ସିଂବାବୁ, ପ୍ରକୃତିପ୍ରୀତମ ମହାନ୍ତ, ସୁମିତ ମହାନ୍ତ, ସଞ୍ଚିତା ବେହେରା, ସ୍ବପ୍ନା ମୁର୍ମୁ, ବିଜୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତୁମର ସ୍ବାମୀ ମରିଯିବ…’, ଏମିତି କହି ତିନି ବର୍ଷ ଧରି ମହିଳାଙ୍କୁ ବଳାତ୍କାର କଲେ ‘କ୍ୟାପ୍ଟେନ’, ପେନ ଡ୍ରାଇଭରେ ମିଳିଲା ୫୮ଟି ଭିଡିଓ

ନାସିକ,୨୦।୩: ମହାରାଷ୍ଟ୍ରର ନାସିକରେ, ପୋଲିସ ଗୁରୁବାର ଅବସରପ୍ରାପ୍ତ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ଅଶୋକ କୁମାର ଖରାଟଙ୍କୁ ଗିରଫ କରିଛି। ଅଶୋକଙ୍କ ବିରୋଧରେ ତିନି ବର୍ଷରୁ ଅଧିକ ସମୟ…

ବଢିଲା ଯୁଦ୍ଧ ଭୟ! ଆମେରିକାକୁ ଆଖି ଦେଖାଇଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୦।୩: ଇରାନ, ବର୍ତ୍ତମାନ ମୁସଲିମ ବିଶ୍ୱରେ ବିଚ୍ଛିନ୍ନ ହୋଇଯାଇଥିବା ବେଳେ, ଶ୍ରୀଲଙ୍କାରୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସଂସଦକୁ ସୂଚନା ଦେଇଛନ୍ତି…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟକୁ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର, ଉତ୍କୃଷ୍ଟତା ପ୍ରମାଣ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ପୁନର୍ବାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛନ୍ତି। ଇତିମଧ୍ୟରେ ଭାରତ ସରକାରଙ୍କ…

ଦ୍ୱୈତ ସଦସ୍ୟତାକୁ ନେଇ ସଙ୍କଟ: ନୀତୀଶ-ନୀତିନଙ୍କୁ ୧୦ ଦିନ ମଧ୍ୟରେ ନେବାକୁ ପଡିବ ନିଷ୍ପତ୍ତି – ନଚେତ ଯାଇପାରେ ରାଜ୍ୟ ସଭା ଆସନ

ନୂଆଦିଲ୍ଲୀ,୨୦।୩: ପୁଣିଥରେ ବିହାର ରାଜନୀତିରେ ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ ଉତ୍ତେଜନା ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା ନୀତିନ ନବୀନଙ୍କ ରାଜ୍ୟ ସଭା…

ଗଞ୍ଜାମରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ ବନ୍ଦ, ଖାଉଟି ଅସନ୍ତୁଷ୍ଟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛ। ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର…

ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ପାଳିଲେ ପଖାଳ ଦିବସ: ଧାନବିକ୍ରି ଦାବି ନେଇ…

ବରଗଡ଼,୨୦ା୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ ଡେଲିଭରି ପାଇଁ ଅପେକ୍ଷା କରନ୍ତୁ…’

ନୂଆଦିଲ୍ଲୀ,୨୦।୩: ଏକ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ, ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ ଦେଶର ସମସ୍ତ ରିଫାଇନାରୀ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି। ସେ ଉଲ୍ଲେଖ…

ତେଜିଲା ଆନ୍ଦୋଳନ: ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଲେ ଚାଷୀ

ଚାନ୍ଦବାଲି,୨୦।୩: ଭଦ୍ରକ ଜିଲା ତିହିଡି ବ୍ଲକ ଚାରିତରଫ ସୋସାଇଟରେ ଶୁକ୍ରବାର ଚାଷୀ ଅସନ୍ତୋଷ ଦେଖାଦେଇଛି। ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ କରି ଚାଷୀମାନେ ରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri