ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି ।

ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ଧମକ । ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ମାଲିକାନାକୁ ନେଇ ବିବାଦ ଲାଗି ରହିଛି । ପୂର୍ବରୁ ୬ ତାରିଖରେ ଘରେ ପଶି ବୃଦ୍ଧ ବାପାଙ୍କୁ ହତ୍ୟା ଧମକ ଦେଇଥିଲେ । ଏନେଇ ସେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏହାପରେ ସେ ଡିସିପିଙ୍କୁ ଭେଟିଲେ । ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।

&nbsp

Dharitri – Odisha’s No.1 Odia Daily
;

Share