ବାଇକ୍‌ରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ

ପୁରୀ ଅଫିସ ୩ା୮: ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାସତ୍ତ୍ୱେ କେତେକ କ୍ଷେତ୍ରରେ ଅଭାବନୀୟ ଚିତ୍ର ସାମ୍ନାକୁ ଆସୁଛି। ମଙ୍ଗଳବାର ପୁରୀ ସହରରେ ବାଇକ୍‌ ଯୋଗେ ଜଣେ ବୃଦ୍ଧାଙ୍କ ମୃତଦେହ ବୁହାଯାଉଥିବା ଦେଖିବାକୁ ମିଳିଥିଲା। ସ୍ବର୍ଗରଥ ନ ମିଳିବା ଓ ଆମ୍ବୁଲାନ୍ସ ମନା କରିଦେବାରୁ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ୧୦କି.ମି. ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏହି ମୃତଦେହ ଏକ ଲୁନା ଯୋଗେ ଅଣାଯାଇଥିଲା। ମୃତକ ଜଣଙ୍କ ହେଲେ ପୁରୀ ସଦର ବ୍ଲକ ଅନ୍ତର୍ଗତ ତଳଜଙ୍ଗ ଗ୍ରାମର ରମା ନାୟକ (୭୭)।
ପ୍ଳୂଚନା ଅନୁଯାୟୀ, ମଙ୍ଗଳବାର ଭୋର ସମୟରେ ରମା ଶୌଚ ହେବା ଲାଗି ଗ୍ରାମ ନିକଟସ୍ଥ ନଦୀକୁ ଯାଇଥିଲେ। ତେବେ ନଦୀରେ ତାଙ୍କ ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇଥିଲେ। ଅନେକ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାରବର୍ଗ ଖୋଜାଖୋଜି କରିଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ରମା ନଦୀରେ ଭାସୁଥିବା ଦେଖିବାକୁ ପାଇ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ପରେ ଫୋନ୍‌ କରାଯିବାରୁ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ମାତ୍ର ରମା ମରିଯାଇଥିବା କହି ତାଙ୍କୁ ଆମ୍ବୁଲାନ୍ସରେ ନେବା ପାଇଁ କର୍ମଚାରୀ ମନା କରିବା ସହ ତାଙ୍କ ଘର ଲୋକଙ୍କଠାରୁ ଏକ ସାଦା କାଗଜରେ ଦସ୍ତଖତ ନେଇ ସେଠାରୁ ପଳାଇଥିଲେ। ନିରାଶ ହୋଇ ପରିବାର ଲୋକେ ରମାଙ୍କୁ ପ୍ରଥମେ ସାଇକେଲ ଓ ପରେ ଲୁନାରେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ଲାଗି କହିଥିଲେ। ଡାକ୍ତରଙ୍କୁ ପଚାରିବାରେ ମୃତଦେହ ନେବାକୁ ସେମିତି କିଛି ସୁବିଧା ନ ଥିବା ଓ ସେମାନେ ନିଜେ ନେଇଯିବାକୁ ସେମାନଙ୍କୁ କହିଥିଲେ। ମେଡିକାଲ ଇନ୍‌ଚାର୍ଜଙ୍କୁ ପରିବାର ଲୋକେ ଫୋନ କରିଥିଲେ ମଧ୍ୟ ସେ ରିସିଭ କରି ନ ଥିଲେ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୃତଦେହ ନେବାକୁ ମନା କରିଦିଆଯାଇଥିଲା। ରମାଙ୍କ ପରିବାରର ଆର୍ଥକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଘରୋଇ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ମେଡିକାଲକୁ ଆଣିବା ପାଇଁ ଅସମର୍ଥ ହୋଇଥିଲେ। ଏପରି କି ମୃତଦେହ ବୋହିବା ପାଇଁ ଗାଡ଼ି ନ ଥିଲା। ତେଣୁ ରମାଙ୍କ ପରିବାର ଲୋକେ ଅନ୍ୟ ଉପାୟ ନ ପାଇ ମୃତଦେହକୁ ଏକ ଲୁନାରେ ଧରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ବାଟରେ ରମାଙ୍କ ଗୋଡ଼ ରାସ୍ତାରେ ଘଷି ହେଉଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri