ଖଇରା,୨୪ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ଅଧୀନ ରାଇକୁଳା ଗ୍ରାମର ଜଣେ କାଂଶବାଂଶ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ତାଙ୍କ ନାମ ଶୁକୁଟି ମାଝୀ(୭୦)। ଶନିବାର ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖଇରା ଓ ଅଡା କେନ୍ଦ୍ରରୁ ୨ଟି ଟିମ୍ ରବିବାର ସକାଳଠାରୁ ଖୋଜାଖୋଜି ଜାରି ରଖିଥିଲେ ହେଁ ଖବର ଲେଖା ହେବା ସୁଦ୍ଧା ବୃଦ୍ଧାଙ୍କର ପତ୍ତା ମିଳିନାହିଁ। ପ୍ରବଳ ସ୍ରୋତ ଯୋଗୁ ଅଗ୍ନିଶମ ବାହିନୀକୁ ଖୋଜାଖୋଜିରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

