ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଖପରାପଲ୍ଲୀ ଗ୍ରାମର ବିଶୁ ନାୟକ ଗତ ୨ ତାରିଖ ଦିନ ବଡ଼ନଦୀରେ ଭାସି ଯାଇଥିଲେ। ଶୁକ୍ରବାର ରାତିରେ ତାଙ୍କ ମୃତଦେହକୁ କୁଲାଡ଼ ନିକଟରୁ ଉଦ୍ଧାର କରାଯାଇଛି। ପୋଲିସ ରାତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇ ଦେଉଛି। ଶନିବାର ତାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି।
ଘଟଣାରୁ ପ୍ରକାଶ ଯେ, ଗତ ୨ ତାରିଖରେ ବିଶୁ କୁଲାଡ଼କୁ କୌଣସି କାମରେ ଆସିଥିଲେ। ଏହି ସମୟରେ ସେ ନଦୀ ପାର ହେବା ବେଳେ ବର୍ଷା ପାଣିରେ ବୁଡ଼ିଯାଇଥିଲେ। ଏନେଇ ପରିବାର ଲୋକ ଶୁକ୍ରବାର ବିଶୁଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ଭଞ୍ଜନଗର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନଦୀରୁ ବାହାର କରିଥିଲେ। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।


