ଦୋକାନକୁ ଆସୁଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ଟ୍ରକ୍‌

ଜୁନାଗଡ଼,୨୪ା୫(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ଠାରେ ଶନିବାର ସକାଳେ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧଙ୍କ ନାମ କଳ୍ପେଶ୍ୱର ମେହେର (୭୦) ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବଳଦିଆମାଲ ଛକ ଠାରେ ଥିବା ନିଜ ଦୋକାନକୁ କଳ୍ପେଶ୍ୱର ଆସୁଥିବାବେଳେ ବାଟରେ ଜୟପୁର ଆଡ଼କୁ ଯାଉଥିବା ଏକ ଟ୍ରକ୍‌ ନଂ(ଟିଏସ୍‌ ୦୮ ୟୁ ଇ-୮୮୩୮) ତାଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଟ୍ରକ୍‌କୁ ଅଟକ ରଖିଥିବାବେଳେ ଚାଳକଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Share
Tags: accident