ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ଅନ୍ତର୍ଭୁକ୍ତୀମୂଳକ ଅଭିବୃଦ୍ଧି ସୁନିଶ୍ଚିତ କରିବାର ବ୍ୟାପକ ଦୃଷ୍ଟିକୋଣ ସହିତ ସମନ୍ୱିତ। ‘ଲୋକଭବନ’ ଜନସାଧାରଣଙ୍କ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିବ। ସମସ୍ତଙ୍କ ପାଇଁ ସୁଗମତା ଉପରେ ଧ୍ୟାନ ଦିଆଯିବ। ରାଜଭବନ ନାଁ ପରିବର୍ତ୍ତନ ସହିତ ଓଡ଼ିଶା ଉପନିବେଶବାଦୀ ନାମଗୁଡ଼ିକରୁ ଦୂରେଇ ଯାଇ ଶାସନ ପାଇଁ ଏକ ଲୋକକେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଜଭବନକୁ ‘ଲୋକଭବନ’ ଭାବେ ନାମକରଣ କରିବା ଏକ ମାଇଲଖୁଣ୍ଟ। ଏହା ଗଣତନ୍ତ୍ର ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଦ୍ୱାରା ପରିଚାଳିତ ଭବିଷ୍ୟତକୁ ପ୍ରତିଫଳିତ କରେ। ‘ରାଜଭବନ’ ଶଦ୍ଦକୁ ଏକ ଉପନିବେଶବାଦୀ ଶଦ୍ଦ ବ୍ୟବହାର କରିବାର କାରଣ ହେଉଛି ଇଂରେଜ ଶାସନ କାଳରେ ଏହାକୁ ‘ଗଭର୍ନର ହାଉସ’ ନାମରେ ନାମିତ କରାଯାଇଥିଲା। ଉପନିବେଶବାଦରେ ବିଦେଶୀ ଶକ୍ତି ଅନ୍ୟ ଦେଶକୁ ଉପନିବେଶ ଭାବେ ଉପସ୍ଥାପନ କରେ। ପରିଣାମ ସଦୃଶ ଅନେକ ଦେଶ ଆତ୍ମନିର୍ଭରତା ହରାଇବା ସହିତ ସ୍ଥାନୀୟ ରାଜନୈତିକ ସଂସ୍କୃତି ନଷ୍ଟ ହୋଇଥିଲା। ବିଦେଶୀ ସାମ୍ରାଜ୍ୟବାଦୀ ନୀତି ବିଶ୍ୱର ରାଜନୈତିକ ଏବଂ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥିଲା। ବିଶ୍ୱର ଅନେକ ଦେଶ ଦୀର୍ଘ ସମୟ ପରେ ସ୍ୱାଧୀନତା ପାଇଥିଲେ। ସମ୍ପ୍ରତି କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଦୃଷ୍ଟିକୋଣରୁ ଉପନିବେଶବାଦୀ ଶବ୍ଦର ବ୍ୟବହାରକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଯେଭଳିଭାବେ ‘ରାଜଭବନରୁ ଲୋକଭବନକୁ’ ରୂପାନ୍ତରିତ କରାଯାଇଛି।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜଭବନର ନାମ ଲୋକଭବନକୁ ପରିବର୍ତ୍ତନ କରିଛି। ରାଜଭବନଗୁଡ଼ିକର ଇତିହାସ ସମ୍ପର୍କରେ ଯଦି ଆଲୋଚନା କରାଯାଏ, ତେବେ ରାଜଭବନ ନାଁରୁ ମନେହୁଏ ଆଗରୁ ରାଜାରାଜୁଡ଼ାମାନେ ଏଠାରେ ରହୁଥିଲେ। କିନ୍ତୁ ସତକଥା ହେଉଛି ବ୍ରିଟିଶ ଶାସନ ପୂର୍ୱରୁ ଭାରତରେ କୌଣସି ରାଜଭବନ ନ ଥିଲା। ସେତେବେଳେ ରାଜାରାଜୁଡ଼ା, ମୋଗଲ ବାଦଶାହମାନେ ମୁଖ୍ୟତଃ ରାଜମହଲ, ଦୁର୍ଗ ଆଦିରେ ରହୁଥିଲେ। କିନ୍ତୁ ଭାରତରେ ବ୍ରିଟିଶ ଶାସନ ଆରମ୍ଭ ହେବା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ଦେଶର କୋଲକାତା, ବମ୍ୱେ ଓ ମାଡ୍ରାସ ପ୍ରେସିଡେନ୍ସି ସ୍ଥାପନ କରାଗଲା। ଏସବୁ ପ୍ରେସିଡେନ୍ସିଗୁଡ଼ିକର ପରିଚାଳନା ପାଇଁ ଗଭର୍ନରମାନଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ରହିବା ପାଇଁ ବାସଭବନ ନିର୍ମାଣ କରାଯାଇଥିଲା। ସେଗୁଡ଼ିକୁ ଗଭରମେଣ୍ଟ ହାଉସ କୁହାଯାଉଥିଲା। କିନ୍ତୁ ପ୍ରଥମେ ସେଗୁଡ଼ିକ ସାଧାରଣ କୋଠା ଥିଲା, ପରେ ସେଗୁଡ଼ିକ ବୃହତ୍‌ ବଙ୍ଗଳାରେ ପରିଣତ କରାଗଲା, ଯାହାକୁ ଗଭର୍ନର ହାଉସ କୁହାଗଲା। ୧୭୭୩ରେ ରେଗୁଲେଟିଂ ଆକ୍ଟ ଅନୁସାରେ କାଲକାଟାକୁ ରାଜଧାନୀ କରାଗଲା ଓ ତାହାର ଗଭର୍ନରଙ୍କୁ ଗଭର୍ନର ଜେନେରାଲ କୁହାଗଲା ଓ ସେ କାଲକାଟା ଗଭରମେଣ୍ଟ ହାଉସରେ ରହିଲେ। ୧୯୧୧ ପର୍ଯ୍ୟନ୍ତ ଭାରତର ଭାଇସରୟ ଏଠାରେ ରହୁଥିଲେ। ସେହିପରି ବମ୍ୱେ ଓ ମାଡ୍ରାସ ଗଭରମେଣ୍ଟ ହାଉସଗୁଡ଼ିକର କଳେବରକୁ ବୃଦ୍ଧି କରାଗଲା। ୧୯୧୨ରେ ଦିଲ୍ଲୀରେ ଭାଇସରୟଙ୍କ ବାସଭବନକୁ ଭାଇସରୟ ଲଜ ବୋଲି କୁହାଗଲା। ସ୍ୱାଧୀନତା ପରେ ତାହାକୁ ରାଷ୍ଟ୍ରପତି ଭବନ କୁହାଗଲା। ସେହିପରି ପ୍ରୋଭିନ୍ସିଆଲ ଗଭର୍ନର ହାଉସଗୁଡ଼ିକୁ ରାଜଭବନ ବୋଲି କୁହାଗଲା। ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ରାଷ୍ଟ୍ରପତି ଭବନ ହେଉ କିମ୍ୱା ପ୍ରତ୍ୟେକ ରାଜ୍ୟର ରାଜ୍ୟପାଳଙ୍କ ସରକାରୀ ବାସଭବନ ରାଜଭବନ ବ୍ରିଟିଶ ଶାସନ ସମୟର ଏ ସମସ୍ତ ସରକାରୀ ବାସଭବନ ସ୍ୱାଧୀନତାର ପରବର୍ତ୍ତୀ ମୁହୂର୍ତ୍ତରେ ନାମ ପରିବର୍ତ୍ତନ ହୋଇଥିଲା।
ଓଡ଼ିଶାର ପ୍ରଥମ ରାଜଭବନ କଟକରେ ପ୍ରତିଷ୍ଠିତ ହୋଇଥିଲା। ଏହି ରାଜଭବନ କୋଠାକୁ ଆଜି ଦେଖିପାରିବେ। ଏହାର ମୂଳ ନାଁ ଲାଲବାଗ ପ୍ୟାଲେସ। ଓଡ଼ିଶାକୁ ଶାସନ କରୁଥିବା ଅନେକ ଶାସକ ଓ କ୍ଷମତାଶାଳୀଙ୍କୁ ଦେଖିଛି ଏହି ମହଲ। ଏହାକୁ କଟକରେ ରହୁଥିବା ମୋଗଲ ସୁବେଦାରଙ୍କ ପାଇଁ ୧୬୩୩ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ପରେ ଏହା ମରାଠାମାନଙ୍କ ହାତକୁ ଚାଲିଯାଇଥିଲା। ସେମାନେ ଏହି କୋଠାରେ କେତେକ ପରିବର୍ତ୍ତନ କରିଥିଲେ। ମରାଠାଙ୍କ ପରେ ୧୮୦୩ ଖ୍ରୀଷ୍ଟାବ୍ଦରେ ବ୍ରିଟିଶମାନଙ୍କ ଅକ୍ତିଆରକୁ ଚାଲିଯାଇଥିଲା। ତେବେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହାକୁ ବିକ୍ରି କରିଦେଇଥିଲା। ୧୮୬୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ ଇରିଗେଶନ କମ୍ପାନୀ ଏହାକୁ ଖରିଦ କରିଥିଲା। ଏହାର ପରବର୍ଷ ୧୮୬୩ରେ ବ୍ରିଟିଶ ସରକାର ଏହି ଇରିଗେଶନ କମ୍ପାନୀର ଅଧିଗ୍ରହଣ କରିବା ସହ କୋଠାଟି ବ୍ରିଟିଶ ସରକାରଙ୍କ ଅଧୀନକୁ ଆସିଥିଲା। ସେବେଠାରୁ କଟକରେ ଅବସ୍ଥାପିତ ବ୍ରିଟିଶ କମିଶନର ଓ କଲେକ୍ଟରମାନେ ଏହି କୋଠାରେ ରହୁଥିଲେ। ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ ୧୯୪୧ରେ କିଛି ସମୟ ପାଇଁ ଏହି କୋଠାରେ ରହୁଥିଲେ।
ଉଲ୍ଲେଖଯୋଗ୍ୟ ଯେ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାଠାରୁ ୧୯୪୨ ପର୍ଯ୍ୟନ୍ତ ପୁରୀରେ ଥିବା ଗଭରମେଣ୍ଟ ହାଉସକୁ ଗଭର୍ନରଙ୍କ ବାସଭବନ କରାଯାଇଥିଲା। ୧୯୪୨ରେ ରାଜଭବନ କଟକକୁ ଯିବା ପରେ ବି ଏହା ଏପର୍ଯ୍ୟନ୍ତ ଗଭର୍ନରଙ୍କ ଗ୍ରୀଷ୍ମକାଳୀନ ବାସଭବନ ଅଥବା ଓଡ଼ିଶାର ଦ୍ୱିତୀୟ ରାଜଭବନ ହୋଇ ରହିଛି। ୧୮ ଜୁଲାଇ ୧୯୪୨ରେ ବ୍ରିଟିଶ ସରକାର ଲାଲବାଗ ପ୍ୟାଲେସକୁ ଗଭର୍ନର ହାଉସ ରୂପେ ଘୋଷଣା କଲେ। ସାର୍‌ ହାଥ୍ରୋନ ଲୁଇସ ଏହି କୋଠାରେ ରହିଥିବା ଓଡ଼ିଶାର ପ୍ରଥମ ଗଭର୍ନର ଥିଲେ। ୧୯୪୨ରୁ ୧୯୬୦ ପର୍ଯ୍ୟନ୍ତ ଏହା ଗଭର୍ନର ହାଉସ ରହିଥିଲା। ସ୍ୱାଧୀନତା ପରେ ଗଭର୍ନରମାନଙ୍କୁ ରାଜ୍ୟପାଳ ବି କୁହାଗଲା ଓ ଲାଲବାଗ ପ୍ୟାଲେସକୁ କୁହାଗଲା ରାଜଭବନ।
ସ୍ୱାଧୀନତା ପରେ ଓ ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରାଯିବା ପରେ ଏକ ନୂଆ ରାଜଭବନର ପରିକଳ୍ପନା କରାଗଲା। ଏହି ରାଜଭବନର ନିର୍ମାଣ କାର୍ଯ୍ୟ ୧୯୫୯ରେ ଶେଷ ହେଲା ଓ ତତ୍‌କାଳୀନ ରାଜ୍ୟପାଳ ୟଶୋବନ୍ତ ନାରାୟଣ ସୁକତାନକର ୧୯୬୦ରେ ନୂଆ ରାଜଭବନରେ ରହିବା ଆରମ୍ଭ କଲେ। ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନଭେମ୍ୱର ୨୫ର ଚିଠି ଆଧାରରେ ଭୁବନେଶ୍ୱର ରାଜଭବନ ଓ ପୁରୀ ରାଜଭବନର ନାମ ପରିବର୍ତ୍ତନ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି। ଡିସେମ୍ୱର ୧ରୁ ଭୁବନେଶ୍ୱର ଏବଂ ପୁରୀରେ ଥିବା ରାଜଭବନର ନାମକୁ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ଭାବେ ନାମିତ କରାଯାଇଛି। ସମସ୍ତ ସରକାରୀ କାର୍ଯ୍ୟ ପାଇଁ ଡିସେମ୍ୱର ୧ରୁ ଏହି ନାମ ପରିବର୍ତ୍ତନ ତତ୍କାଳ ଲାଗୁ ହୋଇଛି। ୨୦୨୪ରେ ରାଜ୍ୟପାଳଙ୍କ ସମ୍ମିଳନୀ ସମୟରେ ହୋଇଥିବା ସୁପାରିସ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରେ ଉପନିବେଶ ଯୁଗର ଶବ୍ଦରୁ ଦୂରେଇ ଯାଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ସମଗ୍ର ଭାରତରେ ରାଜଭବନମାନଙ୍କର ନାମକୁ ‘ଲୋକଭବନ’ ନାମରେ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ଲୋକଙ୍କୁ ରାଜଭବନର ନିକଟତର କରିବା ଲାଗି ଏହାର ନାମ ପରିବର୍ତ୍ତନ କରାଯିବା ଜରୁରୀ ଥିଲା। ଏହା ଦ୍ୱାରା ଐତିହାସିକ କୋଠା ସମସ୍ତଙ୍କ ପାଇଁ ଆଉ ଏକ ଭୟ ପ୍ରତୀକ ହୋଇ ରହିବ ନାହିଁ। ଏହା ସମସ୍ତଙ୍କ ପାଇଁ ଖୋଲା ରହିବ।
– ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ-୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri