ବଜାରକୁ ଆସିଲା ଓଲାର ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌; ମାତ୍ର ୨୫ ପଇସା ଖର୍ଚ୍ଚରେ ଚାଲିବ ୧ କିମି

ନୂଆଦିଲ୍ଲୀ,୨୨।୧୦: ଦୀପାବଳି ଉପଲକ୍ଷେ ଓଲା ଇଲେକ୍ଟ୍ରିକ ଏହାର ନୂଆ ଇଲେକ୍ଟ୍ରିକ ସ୍କୁଟର ଏସ୍‌୧କୁ ଭାରତୀୟ ବଜାରରେ ଲଞ୍ଚ କରିଛି। କିଲୋମିଟର ପିଛା ଏହି ସ୍କୁଟରରେ ୨୫ ପଇସା ଖର୍ଚ୍ଚ ହେବ ବୋଲି କମ୍ପାନୀର ପ୍ରମୁଖ ଭାବିଶ ଅଗ୍ରଓ୍ବାଲ କହିଛନ୍ତି। ଓଲା ଏସ୍‌୧ ଏୟାରର ଶୋ’ରୁମ ମୂଲ୍ୟ ୮୪,୯୯୯ ଟଙ୍କା ରଖାଯାଇଛି। କିନ୍ତୁ ଦୀପାବଳି ଉପଲକ୍ଷେ ଏହି ଇଲେକ୍ଟ୍ରିକ ସ୍କୁଟର ଉପରେ ଅଫର୍‌ ରହିଛି। ୨୪ ଅକ୍ଟୋବର ପର୍ଯ୍ୟନ୍ତ କିମ୍ବା ପୂର୍ବରୁ ଏହା ୭୯,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ଏହାକୁ ମାତ୍ର ୯୯୯ ଟଙ୍କା ବୁକ କରାଯାଇପାରିବ।

କମ୍ପାନୀ କହିଛି, ଓଲା ଏସ୍‌୧ ଏୟାରକୁ ଗୋଟିଏ ଥର ଚାର୍ଜ କରିଲେ ଏହା ଇକୋ ମୋଡ୍‌ରେ ୧୦୧ କିମି ଯାତ୍ରା କରିପାରିବ। ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୯୦ କିମି ରହିଛି। ୪.୩ ସେକେଣ୍ଡରେ ଏହା ୦-୪୦ କିମି ବେଗରେ ଯାଇପାରିବ। ଏହାର ଓଜନ ୯୯ କିଲୋଗ୍ରାମ ରହିଛି।

Ola S1 Air Electric Scooter Launched In India

ଓଲା ଏହାର ସ୍କୁଟରରେ ୩୪ ଲିଟର ଅଣ୍ଡର ସିଟ୍‌ ଷ୍ଟୋରେଜ୍‌ ଦେଇଛି। ଆପଣ ଚାହିଁଲେ ସ୍କୁଟରର ସ୍କ୍ରିନ୍‌ ଏବଂ ଶବ୍ଦକୁ ବଦଳାଇପାରିବେ। ଗାଡ଼ିରେ ୧୦ଓ୍ବାଟ୍‌ର ସ୍ପିକର ରହିଛି। ଏହାଛଡ଼ା ଫ୍ଲାଟ୍‌ ଫୁଟ୍‌ବୋର୍ଡ, ସ୍କଲ୍ପଟେଡ୍‌ ସିଟ୍‌, ଟୁଇନ୍‌ ରିଅର ସସ୍‌ପେନ୍‌ସନ ଏବଂ ଫ୍ରଣ୍ଟ ଟେଲିସ୍କୋପିକ୍‌ ଫର୍କ ସସ୍‌ପେନ୍ସନ ମଧ୍ୟ ଦିଆଯାଇଛି।

ଏହି ସ୍କୁଟରକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୪.୫ ଘଣ୍ଟା ଲାଗିବ। ଏଥିରେ ତିନୋଟି ରାଇଡ୍‌ ମୋଡ୍‌ ଦିଆଯାଇଛି। ସେଗୁଡ଼ିକ ହେଉଛି ଇକୋ, ସାଧାରଣ ଏବଂ ସ୍ପୋଟ୍ସ। ଏହା ୫ ରଙ୍ଗରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri