Ola ବାଇକ୍‌ ବୁକ୍‌ କରିଥିବା ଗ୍ରାହକଙ୍କ ପାଇଁ ଖୁସିଖବର, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଡେଲିଭରି

ନୂଆଦିଲ୍ଲୀ,୧୩।୪: ଓଲା ଇଲେକ୍ଟ୍ରିକ୍‌ ବାଇକ ରୋଡଷ୍ଟର ଏକ୍ସ (Ola Roadster X) ବୁକ୍‌ କରିଥିବା ଗ୍ରାହକମାନଙ୍କ ପାଇଁ ଏକ ଖୁସି ଖବର। ଓଲା ଏହାର ବାଇକ୍‌ର ଉତ୍ପାଦନ ଆରମ୍ଭ କରିଛି। କେବଳ ଏତିକି ନୁହେଁ, କିଛି ଡିଲରଙ୍କ ପାଖରେ ବାଇକଗୁଡ଼ିକ ପହଞ୍ଚିବା ମଧ୍ୟ ଆରମ୍ଭ ହୋଇଗଲାଣି। ଆଶା କରାଯାଉଛି ଯେ ବୁକିଂ କରିଥିବା ଗ୍ରାହକମାନଙ୍କୁ ବାଇକର ଡେଲିଭରି ଖୁବଶୀଘ୍ର ଆରମ୍ଭ ହେବ।

ଓଲା ରୋଡଷ୍ଟରରେ ଟେଲିସ୍କୋପିକ ଫ୍ରଣ୍ଟ ଫୋର୍କ ଏବଂ ରିଅର୍‌ରେ ଡୁଆଲ ସକ୍‌ ଅବ୍‌ଜର୍ବର ଅଛି। ଏହି ବାଇକ୍‌ରେ ୧୮ ଇଞ୍ଚର ଫ୍ରଣ୍ଟ ଆଲୟ ହ୍ବିଲ୍‌ ଏବଂ ୧୭ ଇଞ୍ଚର ରିଅର ଆଲୟ ହ୍ବିଲ୍‌ ରହିଛି। ଉଭୟରେ ଟ୍ୟୁବଲେସ ଟାୟାର ଲାଗିଛି। ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୧୮୦ ମିମି। Ola ବାଇକ୍‌ରେ ୪.୩ ଇଞ୍ଚର LCD ଇନ୍‌ଷ୍ଟ୍ରୁମେଣ୍ଟ ପ୍ୟାନେଲ ଅଛି, ଯେଉଁଥିରେ ବ୍ଲୁଟୁଥ୍‌ ସଂଯୋଗ, ଟର୍ନ-ବାଇ-ଟର୍ନ ନାଭିଗେସନ, ରିଭର୍ସ ମୋଡ ଏବଂ କ୍ରୁଜ କଣ୍ଟ୍ରୋଲ ଭଳି ବୈଶିଷ୍ଟ୍ୟ ରହିଛି।

Olaର ଏହି ବାଇକ ତିନୋଟି ଭିନ୍ନ ବ୍ୟାଟେରୀ ପ୍ୟାକ ବିକଳ୍ପ ୩.୫kWh, ୪.୫kWh ଏବଂ ୬kWh ସହିତ ଉପଲବ୍ଧ। ଏହି ବାଇକ୍‌ର ମୂଲ୍ୟ ପ୍ରାୟ ଟଙ୍କାରୁ ଆରମ୍ଭ ହୁଏ। ଦିଲ୍ଲୀରେ ଏହାର ମୂଲ୍ୟ ୧.୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ପ୍ରାୟ ୧.୫୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ବିଶେଷ କଥା ହେଉଛି ବାଇକ୍‌ର ସର୍ବାଧିକ ରେଞ୍ଜ ୨୪୮ କିଲୋମିଟର ଏବଂ ଏହା ବ୍ୟାଟେରୀ ପ୍ୟାକ ଉପରେ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri