ଓଲା ଏସ୍‌୧ ଏୟାରର ଅନାବରଣ

ନୂଆଦିଲ୍ଲୀ,୨୬।୧୦: ଦେଶର ପ୍ରମୁଖ ଇଲେକ୍‌ଟ୍ରିକ୍‌ ଭେଇକିଲ୍‌ (ଇଭି) କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ ପକ୍ଷରୁ ନୂଆ ଓଲା ଏସ୍‌୧ ଏୟାରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ମଡେଲ କମ୍ପାନୀର ଏସ୍‌୧ ପ୍ଲାଟ୍‌ଫର୍ମ ଉପରେ ନିର୍ମିତ ହୋଇଛି। ବିଶେଷକରି ୨.୫ କେଡବ୍ଲ୍ୟୁଏଚ୍‌ ବ୍ୟାଟେରି ପ୍ୟାକ୍‌ ଓ ୪.୫ କେଡବ୍ଲ୍ୟୁ ହବ୍‌ ମୋଟର ଦ୍ୱାରା ପରିଚାଳିତ ଏସ୍‌୧ ଏୟାରର ଓଜନ ମାତ୍ର ୯୯ କେଜି ରହିଛି। ଏହା ଘଣ୍ଟା ପ୍ରତି ୮୫ କି.ମି. ଘଣ୍ଟା’ର ଟପ୍‌ ସ୍ପିଡ୍‌ ପ୍ରଦାନ କରୁଛି ଓ କେବଳ ୪.୩ ସେକେଣ୍ଡରେ ୦ରୁ ୪୦ ବେଗରେ ଗତି କରିପାରୁଛି। ଏହା ଇକୋ ମୋଡ୍‌ରେ ୧୦୦ କି.ମି.ର ଏକ ଆଇଡିସି ରେଞ୍ଜ ସହ ଆସୁଛି। ସେହିଭଳି ନୂଆ ଏସ୍‌୧ ଏୟାର ଏକ ୨ ଟୋନ୍‌ ବଡି କଲର ସ୍କିମ୍‌ ସହ ଏକ ରିଫ୍ରେଶିଂ ଡିଜାଇନ୍‌ ଟ୍ବିଷ୍ଟ୍‌ ହାସଲ କରିଛି। ଅପରପକ୍ଷରେ ଏହି ମଡେଲ ୫ଟି ରଙ୍ଗରେ ଉପଲବ୍ଧ ହେଉଛି। ଓଲା ଏସ୍‌୧ ଏୟାର ପାଇଁ ପର୍‌ଚେଜ୍‌ ୱିଣ୍ଡୋ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଡେଲିଭରି ଆରମ୍ଭ ହେବ। ଏ ସମ୍ପର୍କରେ ଓଲାର ପ୍ରତିଷ୍ଠାତା ଓ ସିଇଓ ଭାବିଶ ଅଗ୍ରୱାଲ କହିଛନ୍ତି, ଓଲା ଏସ୍‌୧ ଏୟାରର ଶୁଭାରମ୍ଭ ସହ ଆମେ ବହୁ ଖୁସି ଅଛୁ। ସେହିଭଳି ଏହାକୁ ଏକ ନୂଆ ମୁଭ୍‌ଓଏସ୍‌ ଫିଚରଗୁଡିକ ସହ ଦୈନନ୍ଦିନ ସ୍କୁଟରକୁ କେବଳ ଫଙ୍କ୍‌ସନାଲ ହେବାଠାରୁ ଏକ ବିଳାସପୂର୍ଣ୍ଣ ଓ ଟେକ୍ନୋଲୋଜି ଦୃଷ୍ଟିରୁ ଅତ୍ୟାଧୁନିକ ଉପତ୍ାଦରେ ରୂପାନ୍ତର କରିଛୁ। ଭାରତର ସମସ୍ତ ୨ଚକିଆ ଯାନକୁ ୨୦୨୫ ସୁଦ୍ଧା ଇଲେକ୍‌ଟ୍ରିକ୍‌ କରିବା ସୁନିଶ୍ଚିତ ନେଇ ଆମର ଲକ୍ଷ୍ୟ ଠିକ୍‌ ଦିଗରେ ଆଗକୁ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଜୀବନ, ବିଦ୍ୟାଳୟ ଛାତ ଦେଇଯାଇଛି ୧୧ କେଭି ବିଦ୍ୟୁତ ତାର

ରିଆମାଳ, ୧୬।୫( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ ପରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମରେ ୧୯୭୨ରେ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ…

ଜମିବାଡ଼ି ବିବାଦରୁ ସାନଭାଇଙ୍କୁ ପିଟି ହତ୍ୟା: ବଡ଼ଭାଇ-ଭାଉଜଙ୍କ ସହ ବନ୍ଧା ହେଲେ ୪

ମହାକାଳପଡ଼ା,୧୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ନାଉରୀ ସାହିରେ ଗୁରୁବାର ସାରେ ଏକ ପରିବାର ମଧ୍ୟରେ ଜମି ବାଡ଼ି ବିବାଦ ଓ ମାଟି…

୨୦୧୪ରେ କେତେ ଥିଲା ପେଟ୍ରୋଲ-ଡିଜେଲ ଦର? ୧୨ ବର୍ଷରେ କେତେ ବଢିଛି? ଜାଣନ୍ତୁ…

ନୂଆଦିଲ୍ଲୀ, ୧୬।୫: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ କ୍ରୁଡ୍‌ ଅଏଲ ବା ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବି ଏବେ ତୈଳ…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ପୁଣି ଆଉ ଗୋଟିଏ ଦେଶ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା: ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ନିହତ

ଓ୍ବାଶିଂଟନ୍‌,୧୬।୫: ଇରାନ ପରେ ପୁଣି ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରିଛି ଆମେରିକା। ନାଇଜେରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ଆମେରିକା ଏବଂ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri