ସ୍ବାଧୀନତା ଦିବସରେ ଲଞ୍ଚ୍‌ କରିବ ଓଲା ସ୍କୁଟର, ଭିଡିଓ ଶେୟାର କରି ଏମିତି କହିଲେ କମ୍ପାନୀ ସିଇଓ

ନୂଆଦିଲ୍ଲୀ,୧୪ା୮: ଓଲା ଇଲେକ୍ଟ୍ରିକ୍‌ କମ୍ପାନୀ ୧୫ ଅଗଷ୍ଟରେ ନିଜର ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରିବ। ଲଞ୍ଚ୍‌ ପୂର୍ବରୁ କମ୍ପାନୀର ସିଇଓ ଭବିଶ ଅଗ୍ରଓ୍ବାଲ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେଉଛି।

ଓଲା ଇଲେକ୍ଟ୍ରିକ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ କମ୍ପାନୀ ସିଇଓ ଭବିଶ ଅଗ୍ରଓ୍ବାଲ ଓଲା ସ୍କୁଟରର ଦାମ୍‌ କହୁଛନ୍ତି। ଏଥିରେ କ୍ୟାପଶନ ଲେଖାଯାଇଛି, ସ୍କୁଟର ରବିବାର ଆସୁଛି। ମାତ୍ର ସିଇଓ କହୁଛନ୍ତି ଏହାର ଦାମ୍‌ ଆଜି ହିଁ କହି ଦେଉଛି।

ଏହି ଭିଡିଓ ଏକ ମାର୍କେଟିଂ ଜିମିକ। ଯାହାର ଶେଷରେ ଏକ ମଜାଳିଆ ଧୂନ୍‌ ଶୁଣିବାକୁ ମିଳୁଛି ଆଉ କୌଣସି ଦାମ୍‌ କୁହାଯାଉନାହିଁ।

ଏଥିରେ ଲୋକପ୍ରିୟ ରାପର ରଫତାର କହୁଛନ୍ତି, ଓଲାର ଇଲେକ୍ଟ୍ରି୍‌କ ସ୍କୁଟର ଆସୁଛି। ଏଥିପାଇଁ ମୁଁ ପ୍ରସ୍ତୁତ।

ଏହି ସ୍କୁଟର ଅଗଷ୍ଟ ୧୫ ତାରିଖ ଅପରାହ୍ନ ୨ଟାରେ ଲଞ୍ଚ୍‌ କରିବ। ଏହାର ବୁକିଂ ଆରମ୍ଭ ହୋଇସାରିଲାଣି। ୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ଲୋକ ବୁକ୍‌ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୯।୬: କୋଭିଡ୍‌-୧୯ ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ଲକଡାଉନ ଜାରି କରିଥିଲେ । ଏହି ସଂକ୍ରମଣର ଭୟାବହତା ପାଇଁ ସରକାର ନାନା...

ଫ୍ୟୁଚର ରିଟେଲକୁ ୨ ବର୍ଷର ମହଲତ: ଋଣ ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଫ୍ୟୁଚର ରିଟେଲର ଋଣ ରିକାଷ୍ଟ ଯୋଜନାକୁ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକ ଅନୁମୋଦନ ପ୍ରଦାନ କରିଛନ୍ତି। ଫଳରେ କମ୍ପାନୀ ଏହାର ଋଣ ପଇଠ ଅବଧିକୁ ୨...

ରାଜ୍ୟରେ ସ୍ଥାପନ ହେବ ୧୮ ଇ-ଯାନଚାର୍ଜିଂ ଷ୍ଟେଶନ

ନୂଆଦିଲ୍ଲୀ,୪-୧: ଦେଶର ୨୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୬୨ ସହରରେ ଇ-ଯାନ ଲାଗି ୨୬୩୬ ଚାର୍ଜିଂ ଷ୍ଟେଶନ ସ୍ଥାପନ କରାଯିବ। ଓଡିଶାରେ ଏହି...

ନିଜ କର୍ମଚାରୀଙ୍କୁ ଆମାଜନର ପ୍ରସ୍ତାବ ;ଚାକିରି ଛାଡ଼, ବ୍ୟବସାୟ କର

ନୂଆଦିଲ୍ଲୀ,୧୫-୫: ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ ଏହାର କର୍ମଚାରୀଙ୍କୁ ଏକ ଅଦ୍ଭୁତ ପ୍ରସ୍ତାବ ଦେଇଛି। ଗ୍ରାହକଙ୍କ ନିକଟରେ ସାମଗ୍ରୀକୁ ଯଥାଶୀଘ୍ର ପହଞ୍ଚାଇବା ଲକ୍ଷ୍ୟରେ କମ୍ପାନୀ...

ଇଣ୍ଡିଗୋ ବିବାଦରେ ନୂଆ ମୋଡ;ପ୍ରମୋଟର ଗଙ୍ଗଓ୍ବାଲଙ୍କୁ ଜେରା କରିବ ବୋର୍ଡ

ନୂଆଦିଲ୍ଲୀ,୧୬-୭: ଇଣ୍ଡିଗୋ ଏୟାରଲାଇନ୍‌ ପ୍ରମୋଟରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ଅସନ୍ତୁଷ୍ଟ ଜଣେ ପ୍ରମୋଟରଙ୍କ ପତ୍ରରୁ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ଗମ୍ଭୀର...

ସନ୍ୟାସୀ ପାଲଟିଲେ ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି…

ମୁମ୍ବାଇ,୨୯।୪: ଦୁନିଆର ମୋହମାୟା ଛାଡ଼ି ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି ପ୍ରକାଶ ଶାହା ସନ୍ୟାସୀ ପାଲଟିଛନ୍ତି। ସେ ଜଣେ ଜୈନ ସାଧୁଙ୍କଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଛନ୍ତି।...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%

ଭୁବନେଶ୍ୱର,୧।୬(ବ୍ୟୁରୋ) – ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ...

ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସ ପକ୍ଷରୁ ‘ସୱାଲିଆ’ ଅଭିଯାନ

ନୂଆଦିଲ୍ଲୀ,୨୯।୩ ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ସହଯୋଗୀ କମ୍ପାନୀ ଜେଏସଡବ୍ଲ୍ୟୁ ପେଣ୍ଟ୍‌ସ ପକ୍ଷରୁ ଏକ ଭିନ୍ନ ଧରଣର ମାର୍କେଟିଂ କ୍ୟାମ୍ପେନ ବଳିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ‘ସୱାଲିଆ’କୁ...

Advertisement
Archives

Model This Week