ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି । ଖବର ଅନୁସାରେ, ଭୁବନେଶ୍ୱର ପଟୁ କଟକ ଆଡକୁ ଯାଉଥିଲା ବେଳେ ଅଘଟଣ । ତେବେ କେଉଁ ଅସୁବିଧା କାରଣରୁ ତେଲ ଟାଙ୍କି ଫାଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ରାସ୍ତାରେ ତେଲ ଭାସିବା କାରଣରୁ ଯାତାୟତ ଠପ୍ ହୋଇଯାଇଥିବା ବେଳେ ଟ୍ରାଫିକ ଜାମ୍ ମଧ୍ୟ ହୋଇଛି । ପଳାଶୁଣୀରୁ ରସୁଲଗଡ଼ ଛକ ଯାଏଁ ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଛି । ତେବେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପହଞ୍ଚି ରାସ୍ତାରେ ବାଲି ପକାଇଛି ।