ତେଲ ଦର ଆହୁରି ବଢ଼ିବ

ନୂଆଦିଲ୍ଲୀ: କୋଭିଡ୍‌ ସଂକ୍ରମଣ ଯୋଗୁ ସାରା ବିଶ୍ୱ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହି ମହାମାରୀ ପାଇଁ ବଜାର ଅବସ୍ଥା ମଧ୍ୟ ଭଲ ନ ଥିବାରୁ ନିବେଶକମାନେ ନିବେଶ କରିବାକୁ ପଛାଉଛନ୍ତି। ଫଳରେ ତୈଳ କ୍ଷେତ୍ରରୁ ନିବେଶ ହ୍ରାସ ପାଉଥିବାରୁ ଏହାର ପ୍ରଭାବ ଇନ୍ଧନ ଦର ଉପରେ ପଡୁଛି। ବର୍ତ୍ତମାନ ସମୟରେ ତୈଳ କ୍ଷେତ୍ରରେ ନିବେଶ ନ ହେଲେ ଇନ୍ଧନ ଦର ଉଚ୍ଚା ରହିବ ବୋଲି ତୈଳ ଉତ୍ତୋଳନ କମ୍ପାନୀଗୁଡିକ ଆଶଙ୍କା କରୁଥିବା ସୂଚନା ମିଳିଛି। କାତାରରେ ଅନୁଷ୍ଠିତ ‘ଇକୋନୋମିକ ଫୋରମ’ରେ ପ୍ରମୁଖ ତୈଳ କମ୍ପାନୀଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କ ପକ୍ଷରୁ ଆକଳନ କରାଯାଇଥିବା ଏହି ଘଟଣା ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବଜାରର ଚାହିଦା ଓ ଯୋଗାଣ ସନ୍ତୁଳନ ରକ୍ଷା ହୋଇପାରୁ ନ ଥିବାରୁ ହୁଏତ କ୍ରୁଡ୍‌ ଅଏଲର ବ୍ୟାରେଲ ପିଛା ଦର ୧୦୦ ଡଲାରକୁ ଛୁଇଁପାରେ ବୋଲି କମ୍ପାନୀର ସିଇଓମାନେ ପୂର୍ବାନୁମାନ କରିଛନ୍ତି। ମାନ୍ଦାବସ୍ଥା ଯୋଗୁ ଏପରି ମୂଲ୍ୟବୃଦ୍ଧି ସ୍ବଳ୍ପକାଳୀନ ପାଇଁ ହୋଇପାରେ, ହେଲେ କ୍ରୁଡ୍‌ ଅଏଲର ପ୍ରାଇସ ୧୦୦ ଡଲାର ଛୁଇଁବା ନିଶ୍ଚିତ ବୋଲି ସେମାନେ ଆଗୁଆ ଆକଳନ କରିଛନ୍ତି।
ରୟାଲ ଡଚ୍‌ ସେଲ୍‌ ପିଏଲସିଙ୍କ ସିଇଓ, ଟୋଟଲ ଏର୍ନ୍‌ଜୀଙ୍କ ଏସ୍‌ଇ ସମେତ ବ୍ୟବସାୟୀ ଓ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇ କୋଭିଡ୍‌ ପରବର୍ତ୍ତୀ ବିଶ୍ୱରେ ତୈଳ ମୂଲ୍ୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଗୋଟିଏ ପଟେ ତୈଳ କ୍ଷେତ୍ରର ବିକାଶ ଲାଗି ନିବେଶ ଆସୁ ନ ଥିବା ବେଳେ ଅପରପକ୍ଷରେ ଚାହିଦା ବୃଦ୍ଧି ପାଉଛି। ଦର ବୃଦ୍ଧି ଓ ନିବେଶ ବର୍ତ୍ତମାନ ସମୟରେ ବିଶ୍ୱ ତୈଳ ବଜାରକୁ ଅସନ୍ତୁଳିତ କରି ରଖିଛି। ଏହି ସମସ୍ୟା ସାମୟିକ ସମୟ ପାଇଁ ହେଉ ପଛେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍‌ ମୂଲ୍ୟ ଆଗାମୀ ଦିନରେ ସର୍ବୋଚ୍ଚ ସ୍ତରକୁ ପହଞ୍ଚତ୍ବା ଏକପ୍ରକାର ନିଶ୍ଚିତ ବୋଲି ସିଇଓମାନେ କହିଛନ୍ତି। ଏହି ଆକଳନକୁ ଏକ୍ସନ ମୋବାଇଲ କର୍ପୋରେଶନର ସିଇଓ ଡାରେନ ଉଡସ୍‌ ମଧ୍ୟ ସମର୍ଥନ କରି କହିଛନ୍ତି, ଅର୍ଥନୀତି ପୁଣି ଉଠିବ ଓ ସେହି ଅନୁସାରେ ଚାହିଦା ମଧ୍ୟ ବଢିବ। ତେଣୁ ଆମେ ଯୋଗାଣ ଓ ଚାହିଦାକୁ ପୁଣି ସନ୍ତୁଳିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି। ତେବେ ସେ ପର୍ଯ୍ୟନ୍ତ ସୁଦ୍ଧା ସାରା ବିଶ୍ୱରେ କ୍ରୁଡ୍‌ ମୂଲ୍ୟ ବୃଦ୍ଧି ଭଳି ପରିସ୍ଥିତି ଉପୁଜିପାରେ ବୋଲି ସେ କହିଛନ୍ତି। ତେବେ ଟ୍ରେଡିଂ ହାଉସ୍‌ ଟ୍ରାଫିଗୁରା ଗ୍ରୁପ୍‌ ଏହି ମୂଲ୍ୟବୃଦ୍ଧି ହୁଏତ ଆଗାମୀ ବର୍ଷ ସମ୍ଭବ ବୋଲି କହିଛନ୍ତି। ତେବେ ଚଳିତ ବର୍ଷ ଏହା ଏତେଟା ଚିନ୍ତାଜନକ ହୋଇ ନ ପାରେ ବୋଲି ସେ କହିଛନ୍ତି। କରୋନା ମହାମାରୀର ମୁକାବିଲା ଲାଗି ବର୍ତ୍ତମାନ ବିଭିନ୍ନ ଦେଶରେ ବ୍ୟାପକ ଟିକାକରଣ କରାଯାଉଛି। ଏଥିଲାଗି ଚଳିତ ବର୍ଷ ତୈଳ ଆବଶ୍ୟକତା ପ୍ରାୟ ୪୬% ପର୍ଯ୍ୟନ୍ତ ବଢିଥିବା ଗୋଲ୍ଡମ୍ୟାନ ସ୍ୟାଚ୍‌ ଗ୍ରୁପ୍‌ ଇନକ୍‌ କହିଛନ୍ତି। ବ୍ୟାଙ୍କ ଅଫ୍‌ ଆମେରିକା କର୍ପୋରେଶନ ମଧ୍ୟ ସମାନ ଆକଳନ କରିଛି। ବର୍ତ୍ତମାନ ନ୍ୟୁୟର୍କରେ ବେଞ୍ଚମାର୍କ କ୍ରୁଡ୍‌ ବ୍ୟାରେଲ ପିଛା ୭୪.୯୦ ଡଲାରରେ କାରବାର ହେଉଛି। ତେବେ ଗତବର୍ଷ (୨୦୨୦) ବିଶ୍ୱ ତୈଳ ବଜାର ଲାଗି ସବୁଠୁ ଅଶାନ୍ତ ବର୍ଷ ଥିଲା। କୋଭିଡ୍‌ ସଂକ୍ରମଣ ଯୋଗୁ ବିଭିନ୍ନ ଦେଶରେ ତୈଳ ଚାହିଦା ହ୍ରାସ ଫଳରେ ଏହାର ମୂଲ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଚଳିତବର୍ଷ ପରିସ୍ଥିତି ଭିନ୍ନ ରହିଛି, ଆମେରିକାରେ ପୁଣି ଜନଗହଳି ସହ ବିମାନ ଉଡାଣ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ବିଶ୍ୱ ଅର୍ଥନୀତିରେ ଅଭିବୃଦ୍ଧି ମଧ୍ୟ ଆସିଲାଣି ହୁଏତ ଏଥିପାଇଁ କିଛି ସମୟ ଦରକାର ପଡିପାରେ ହେଲେ ବର୍ତ୍ତମାନର ଚାହିଦା ବୃଦ୍ଧି ଯୋଗୁ କ୍ରୁଡ୍‌ ମୂଲ୍ୟ ମଧ୍ୟ ଉଚ୍ଚା ରହିବ। ତେବେ ପରେ ଏହା ପୁଣି ସ୍ବାଭାବିକ ହୋଇଯିବ ବୋଲି ଫୋରମରେ ଆଶାବ୍ୟକ୍ତ କରାଯାଇଛି। ବର୍ତ୍ତମାନର ଘଟଣା ଓ ଚାହିଦା ଯୋଗୁ କ୍ରୁଡ୍‌ ମୂଲ୍ୟ ବୃଦ୍ଧି ସହ କମ୍ପାନୀଙ୍କୁ ସହାୟ ହେବ। ଫଳରେ ଏନର୍ଜି ଟ୍ରାଞ୍ଜିସନ ପ୍ଲାନ୍‌ରେ କାର୍ଯ୍ୟ କରିବା ଦ୍ୱାରା ଏହା ବେଶ୍‌ ସହାୟକ ହେବା ସହ ଅଧିକ ନଗଦ ପ୍ରବାହ ଯୋଗୁ ଶେୟାର ହୋଲ୍ଡରଙ୍କୁ ମଧ୍ୟ ଲାଭବାନ କରିବ ବୋଲି ବିପି ପିଏଲ୍‌ସିଙ୍କ ସିଇଓ ବର୍ନାଡ ଲୁନି ଆଶାବ୍ୟକ୍ତ କରିଛନ୍ତି। ତେବେ କ୍ରୁଡ୍‌ ବ୍ୟାରେଲ ପିଛା ଦର ୧୦୦ ଡଲାରକୁ ପହଞ୍ଚତ୍ବାର ଆଶା କ୍ଷୀଣ ବୋଲି ଟୋଟଲ ଏନର୍ଜୀଙ୍କ ସିଇଓ ପ୍ୟାଟ୍ରିକ ପଏନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri