ତେଲ ଦର ଆହୁରି ବଢ଼ିବ

ନୂଆଦିଲ୍ଲୀ: କୋଭିଡ୍‌ ସଂକ୍ରମଣ ଯୋଗୁ ସାରା ବିଶ୍ୱ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହି ମହାମାରୀ ପାଇଁ ବଜାର ଅବସ୍ଥା ମଧ୍ୟ ଭଲ ନ ଥିବାରୁ ନିବେଶକମାନେ ନିବେଶ କରିବାକୁ ପଛାଉଛନ୍ତି। ଫଳରେ ତୈଳ କ୍ଷେତ୍ରରୁ ନିବେଶ ହ୍ରାସ ପାଉଥିବାରୁ ଏହାର ପ୍ରଭାବ ଇନ୍ଧନ ଦର ଉପରେ ପଡୁଛି। ବର୍ତ୍ତମାନ ସମୟରେ ତୈଳ କ୍ଷେତ୍ରରେ ନିବେଶ ନ ହେଲେ ଇନ୍ଧନ ଦର ଉଚ୍ଚା ରହିବ ବୋଲି ତୈଳ ଉତ୍ତୋଳନ କମ୍ପାନୀଗୁଡିକ ଆଶଙ୍କା କରୁଥିବା ସୂଚନା ମିଳିଛି। କାତାରରେ ଅନୁଷ୍ଠିତ ‘ଇକୋନୋମିକ ଫୋରମ’ରେ ପ୍ରମୁଖ ତୈଳ କମ୍ପାନୀଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କ ପକ୍ଷରୁ ଆକଳନ କରାଯାଇଥିବା ଏହି ଘଟଣା ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବଜାରର ଚାହିଦା ଓ ଯୋଗାଣ ସନ୍ତୁଳନ ରକ୍ଷା ହୋଇପାରୁ ନ ଥିବାରୁ ହୁଏତ କ୍ରୁଡ୍‌ ଅଏଲର ବ୍ୟାରେଲ ପିଛା ଦର ୧୦୦ ଡଲାରକୁ ଛୁଇଁପାରେ ବୋଲି କମ୍ପାନୀର ସିଇଓମାନେ ପୂର୍ବାନୁମାନ କରିଛନ୍ତି। ମାନ୍ଦାବସ୍ଥା ଯୋଗୁ ଏପରି ମୂଲ୍ୟବୃଦ୍ଧି ସ୍ବଳ୍ପକାଳୀନ ପାଇଁ ହୋଇପାରେ, ହେଲେ କ୍ରୁଡ୍‌ ଅଏଲର ପ୍ରାଇସ ୧୦୦ ଡଲାର ଛୁଇଁବା ନିଶ୍ଚିତ ବୋଲି ସେମାନେ ଆଗୁଆ ଆକଳନ କରିଛନ୍ତି।
ରୟାଲ ଡଚ୍‌ ସେଲ୍‌ ପିଏଲସିଙ୍କ ସିଇଓ, ଟୋଟଲ ଏର୍ନ୍‌ଜୀଙ୍କ ଏସ୍‌ଇ ସମେତ ବ୍ୟବସାୟୀ ଓ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇ କୋଭିଡ୍‌ ପରବର୍ତ୍ତୀ ବିଶ୍ୱରେ ତୈଳ ମୂଲ୍ୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଗୋଟିଏ ପଟେ ତୈଳ କ୍ଷେତ୍ରର ବିକାଶ ଲାଗି ନିବେଶ ଆସୁ ନ ଥିବା ବେଳେ ଅପରପକ୍ଷରେ ଚାହିଦା ବୃଦ୍ଧି ପାଉଛି। ଦର ବୃଦ୍ଧି ଓ ନିବେଶ ବର୍ତ୍ତମାନ ସମୟରେ ବିଶ୍ୱ ତୈଳ ବଜାରକୁ ଅସନ୍ତୁଳିତ କରି ରଖିଛି। ଏହି ସମସ୍ୟା ସାମୟିକ ସମୟ ପାଇଁ ହେଉ ପଛେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍‌ ମୂଲ୍ୟ ଆଗାମୀ ଦିନରେ ସର୍ବୋଚ୍ଚ ସ୍ତରକୁ ପହଞ୍ଚତ୍ବା ଏକପ୍ରକାର ନିଶ୍ଚିତ ବୋଲି ସିଇଓମାନେ କହିଛନ୍ତି। ଏହି ଆକଳନକୁ ଏକ୍ସନ ମୋବାଇଲ କର୍ପୋରେଶନର ସିଇଓ ଡାରେନ ଉଡସ୍‌ ମଧ୍ୟ ସମର୍ଥନ କରି କହିଛନ୍ତି, ଅର୍ଥନୀତି ପୁଣି ଉଠିବ ଓ ସେହି ଅନୁସାରେ ଚାହିଦା ମଧ୍ୟ ବଢିବ। ତେଣୁ ଆମେ ଯୋଗାଣ ଓ ଚାହିଦାକୁ ପୁଣି ସନ୍ତୁଳିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି। ତେବେ ସେ ପର୍ଯ୍ୟନ୍ତ ସୁଦ୍ଧା ସାରା ବିଶ୍ୱରେ କ୍ରୁଡ୍‌ ମୂଲ୍ୟ ବୃଦ୍ଧି ଭଳି ପରିସ୍ଥିତି ଉପୁଜିପାରେ ବୋଲି ସେ କହିଛନ୍ତି। ତେବେ ଟ୍ରେଡିଂ ହାଉସ୍‌ ଟ୍ରାଫିଗୁରା ଗ୍ରୁପ୍‌ ଏହି ମୂଲ୍ୟବୃଦ୍ଧି ହୁଏତ ଆଗାମୀ ବର୍ଷ ସମ୍ଭବ ବୋଲି କହିଛନ୍ତି। ତେବେ ଚଳିତ ବର୍ଷ ଏହା ଏତେଟା ଚିନ୍ତାଜନକ ହୋଇ ନ ପାରେ ବୋଲି ସେ କହିଛନ୍ତି। କରୋନା ମହାମାରୀର ମୁକାବିଲା ଲାଗି ବର୍ତ୍ତମାନ ବିଭିନ୍ନ ଦେଶରେ ବ୍ୟାପକ ଟିକାକରଣ କରାଯାଉଛି। ଏଥିଲାଗି ଚଳିତ ବର୍ଷ ତୈଳ ଆବଶ୍ୟକତା ପ୍ରାୟ ୪୬% ପର୍ଯ୍ୟନ୍ତ ବଢିଥିବା ଗୋଲ୍ଡମ୍ୟାନ ସ୍ୟାଚ୍‌ ଗ୍ରୁପ୍‌ ଇନକ୍‌ କହିଛନ୍ତି। ବ୍ୟାଙ୍କ ଅଫ୍‌ ଆମେରିକା କର୍ପୋରେଶନ ମଧ୍ୟ ସମାନ ଆକଳନ କରିଛି। ବର୍ତ୍ତମାନ ନ୍ୟୁୟର୍କରେ ବେଞ୍ଚମାର୍କ କ୍ରୁଡ୍‌ ବ୍ୟାରେଲ ପିଛା ୭୪.୯୦ ଡଲାରରେ କାରବାର ହେଉଛି। ତେବେ ଗତବର୍ଷ (୨୦୨୦) ବିଶ୍ୱ ତୈଳ ବଜାର ଲାଗି ସବୁଠୁ ଅଶାନ୍ତ ବର୍ଷ ଥିଲା। କୋଭିଡ୍‌ ସଂକ୍ରମଣ ଯୋଗୁ ବିଭିନ୍ନ ଦେଶରେ ତୈଳ ଚାହିଦା ହ୍ରାସ ଫଳରେ ଏହାର ମୂଲ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଚଳିତବର୍ଷ ପରିସ୍ଥିତି ଭିନ୍ନ ରହିଛି, ଆମେରିକାରେ ପୁଣି ଜନଗହଳି ସହ ବିମାନ ଉଡାଣ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ବିଶ୍ୱ ଅର୍ଥନୀତିରେ ଅଭିବୃଦ୍ଧି ମଧ୍ୟ ଆସିଲାଣି ହୁଏତ ଏଥିପାଇଁ କିଛି ସମୟ ଦରକାର ପଡିପାରେ ହେଲେ ବର୍ତ୍ତମାନର ଚାହିଦା ବୃଦ୍ଧି ଯୋଗୁ କ୍ରୁଡ୍‌ ମୂଲ୍ୟ ମଧ୍ୟ ଉଚ୍ଚା ରହିବ। ତେବେ ପରେ ଏହା ପୁଣି ସ୍ବାଭାବିକ ହୋଇଯିବ ବୋଲି ଫୋରମରେ ଆଶାବ୍ୟକ୍ତ କରାଯାଇଛି। ବର୍ତ୍ତମାନର ଘଟଣା ଓ ଚାହିଦା ଯୋଗୁ କ୍ରୁଡ୍‌ ମୂଲ୍ୟ ବୃଦ୍ଧି ସହ କମ୍ପାନୀଙ୍କୁ ସହାୟ ହେବ। ଫଳରେ ଏନର୍ଜି ଟ୍ରାଞ୍ଜିସନ ପ୍ଲାନ୍‌ରେ କାର୍ଯ୍ୟ କରିବା ଦ୍ୱାରା ଏହା ବେଶ୍‌ ସହାୟକ ହେବା ସହ ଅଧିକ ନଗଦ ପ୍ରବାହ ଯୋଗୁ ଶେୟାର ହୋଲ୍ଡରଙ୍କୁ ମଧ୍ୟ ଲାଭବାନ କରିବ ବୋଲି ବିପି ପିଏଲ୍‌ସିଙ୍କ ସିଇଓ ବର୍ନାଡ ଲୁନି ଆଶାବ୍ୟକ୍ତ କରିଛନ୍ତି। ତେବେ କ୍ରୁଡ୍‌ ବ୍ୟାରେଲ ପିଛା ଦର ୧୦୦ ଡଲାରକୁ ପହଞ୍ଚତ୍ବାର ଆଶା କ୍ଷୀଣ ବୋଲି ଟୋଟଲ ଏନର୍ଜୀଙ୍କ ସିଇଓ ପ୍ୟାଟ୍ରିକ ପଏନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସେକ୍ସରେ ୧୪୦ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୩-୫: ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୧୪୦ ପଏଣ୍ଟ ବୃଦ୍ଧି ଘଟିଛି। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ବ୍ୟାଙ୍କିଙ୍ଗ ଏବଂ...

ଏପ୍ରିଲ-ଫେବୃଆରୀରେ ବିଦ୍ୟୁତ ଚାହିଦାରେ ୧୦ ପ୍ରତିଶତ ବୃଦ୍ଧି: ଛୁଇଁଲା ୧୩୭୫ ବିଲିୟନ ୟୁନିଟ…

ନୂଆଦିଲ୍ଲୀ,୧୯।୩ : ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଫେବୃଆରୀ ମଧ୍ୟରେ ଭାରତରେ ବିଦ୍ୟୁତ ଚାହିଦା ୧୦ ପ୍ରତିଶତ ବୃଦ୍ଧି ହୋଇ ୧୩୭୫.୫୭ ବିଲିୟନ ୟୁନିଟ ରେ ପହଞ୍ଚିଛି।...

ମେ ୧୫ ଯାଏ ଦେଇହେବ ଭବିଷ୍ୟନିଧି ଦେୟ ରାଶି

ନୂଆଦିଲ୍ଲୀ,୧୬ା୪: ବର୍ତ୍ତମାନ ଲକ୍‌ଡାଉନ ଅବଧି ବଢ଼ିବା ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କର୍ମଚାରୀଙ୍କ ଅସୁବିଧାକୁ ଧ୍ୟାନରେ ରଖି ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି...

ଏବେ ଜୋମାଟୋରେ ଇସ୍ତଫା ପର୍ବ: କମ୍ପାନୀ ଛାଡ଼ିଲେ ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା

ନୂଆଦିଲ୍ଲୀ,୧୯।୧୧: ଟୁଇଟର ପରେ ଏବେ ଜୋମାଟୋରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। କମ୍ପାନୀର ୩ ବରିଷ୍ଠ ଅଧିକାରୀ କମ୍ପାନୀକୁ ବିଦାୟ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ କମ୍ପାନୀର...

ଏସ୍‌ବିଆଇ ଜେନେରାଲର ‘ଆଇଡବ୍ଲ୍ୟୁଏସ୍‌ଇପି’

ନୂଆଦିଲ୍ଲୀ,୧୦।୨:ଦେଶର ପ୍ରମୁଖ ସାଧାରଣ ବୀମା କମ୍ପାନୀ ଏସ୍‌ବିଆଇ ଜେନେରାଲ (ଏସ୍‌ବିଆଇଜି) ଓ ଜେଏସ୍‌ଡବ୍ଲ୍ୟୁ ସ୍ପୋର୍ଟସ ମଧ୍ୟରେ ଏକ ସହଭାଗିତା ସୃଷ୍ଟି ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି...

ରିସ୍କ ନେବାକୁ ଶିଳ୍ପ ଜଗତକୁ ସୀତାରାମନଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୮।୧୧: କ୍ଷମତା ସମ୍ପ୍ରସାରଣ ଲାଗି ଶିଳ୍ପ ଜଗତ ରିସ୍କ ନେବା ଜରୁରୀ। ଏହା ହେଲେ ଯାଇ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅର୍ଥମନ୍ତ୍ରୀ...

କଟକରେ ଏଲ୍‌ଜିର ପ୍ରଥମ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ

କଟକ,୨୬।୧: ଦେଶର ପ୍ରମୁଖ ଇଲେଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ଏଲ୍‌ଜି ଇଲେଟ୍ରୋନିକ୍ସ ଇଣ୍ଡିଆ ପ୍ରା.ଲି.ର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ (ବେଷ୍ଟ ଶପ୍‌) ନିକଟରେ ଶୁଭାରମ୍ଭ...

କେନ୍ଦ୍ରକୁ ଓଡ଼ିଶାର ଅନୁରୋଧ ;ଏଫ୍‌ସିଆରଏ ମଞ୍ଜୁରୀ ତ୍ୱରାନ୍ବିତ କର

ନୂଆଦିଲ୍ଲୀ,୧୪-୫: ବାତ୍ୟା ଫନୀ ଯୋଗୁ ଓଡ଼ିଶାର ନାହିଁ ନ ଥିବା କ୍ଷତି ହୋଇଛି। ରାଜ୍ୟରେ ଥଇଥାନ ଓ ପୁନରୁଦ୍ଧାର ଲାଗି ଦେଶର ବିଭିନ୍ନ ପ୍ରାନ୍ତରରୁ ସହାୟତା...

Advertisement
Archives

Model This Week