All the effects are created with gradient mesh, blending and transparent effects. Open the file only in transparency supported software.
ଭୁବନେଶ୍ୱର,୩୦ା୧୧:ପେଟ୍ରୋଲ ଏବଂ ଡିଜେଲ ଦର ଥମୁନାହିଁ। ଗତ ୧୦ ଦିନ ମଧ୍ୟରେ ତେଲ ଦର ୯ ଥର ବୃଦ୍ଧି ପାଇଛି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। କରୋନା ମହାମାରୀ ସମୟରେ ଲଗାତର ତେଲ ଦର ବୃଦ୍ଧି ଯୋଗୁ ଗ୍ରାହକଙ୍କ ଉପରେ ବୋଝ ପଡୁଛି। ଏବେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିଥିବା ବେଳେ ଇନ୍ଧନ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଥିବା ଜଣାପଡିଛି। ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୨୧ ପଇସା ବୃଦ୍ଧି ପାଇ ୮୨.୯୫ ଟଙ୍କା ଛୁଇଁଛି। ସେହିଭଳି ଏଠାରେ ଡିଜେଲ ଦର ମଧ୍ୟ ୩୨ ପଇସା ବଢି ୭୮.୮୭ ଟଙ୍କାରେ ପହଞ୍ଚତ୍ଛି। ଦିଲ୍ଲୀ ସମେତ ଅନ୍ୟ ପ୍ରମୁଖ ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ଲିଟର ପିଛା ୧୯ରୁ ୨୧ ପଇସା ଏବଂ ଡିଜେଲ ଲିଟର ପିଛା ୨୮ରୁ ୩୧ ପଇସା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ଦର ୮୨.୩୪ ଟଙ୍କା ଥିବା ବେଳେ ଡିଜେଲ ଦର ୭୨.୪୨ ଟଙ୍କା ରହିଛି। ସେହିଭଳି ଚେନ୍ନାଇ, ମୁମ୍ବାଇ ଓ କୋଲକାତା ଭଳି ମେଟ୍ରୋ ସହରରେ ପେଟ୍ରୋଲ ଦର ଯଥାକ୍ରମେ ୮୫.୩୧, ୮୯.୦୨ ଏବଂ ୮୩.୮୭ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଏହି ସବୁ ମେଟ୍ରୋ ସହରରେ ଡିଜେଲ ଦର ମଧ୍ୟ ଯଥାକ୍ରମେ – ୭୭.୮୪, ୭୮.୯୭ ଓ ୭୫.୯୯ ଟଙ୍କା ରହିଛି।