ଭୁବନେଶ୍ବର,୯।୩: ବଢ଼ିଲା ଖାଇବା ତେଲ ଦର । ଲିଟର ପିଛା ୧୦ ଟଙ୍କା ବଢ଼ିଥିବା ନେଇ ସୂଚନା । ତିନିରୁ ଚାରି ଦିନ ପୂର୍ବେ ରିଫାଇନ୍ ତେଲ ଦର ୧୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୧୦ ଟଙ୍କା ବୃଦ୍ଧି ପାଇ ୧୭୦ ଟଙ୍କାରେ ପହଞ୍ଚିଛି । କେତେକ ସ୍ଥାନରେ ୧୭୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପାମଲିନ ତେଲ ମଧ୍ୟ ୫ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ ୧୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୧୪୫ ଟଙ୍କାରେ ବିକ୍ରି ହେଉଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଜାହାଜ ଠିକ୍ ସମୟରେ ପହଞ୍ଚି ପାରୁନାହିଁ । ତେଣୁ ତେଲ ଦର ବୃଦ୍ଧି ପାଉଥିବା ନେଇ ଅନୁମାନ କରାଯାଉଛି । ତେବେ ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି ।କିଛି ଦିନ ପୂର୍ବେ ଗ୍ୟାସ ଦର ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଖାଇବା ତେଲ ଦର ବୃଦ୍ଧି ପାଇଛି ।

