All the effects are created with gradient mesh, blending and transparent effects. Open the file only in transparency supported software.
ଭୁବନେଶ୍ୱର/ନୂଆଦିଲ୍ଲୀ,୧।୧୦:ଦିନକର ବିରତି ପରେ ପୁଣି ଥରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ସୂଚନା ଅନୁସାରେ ଗୁରୁବାର ଭୁବନେଶ୍ୱରରେ ଡିଜେଲ ୩୩ ପଇସା ଏବଂ ପେଟ୍ରୋଲ ୨୫ ପଇସା ବୃଦ୍ଧି ଘଟିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୮ ଟଙ୍କା ଏବଂ ପେଟ୍ରୋଲ ୧୦୨.୫୧ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୯୮.୩୪ ଟଙ୍କା ଓ ପେଟ୍ରୋଲ ୧୦୨.୮୬ ଟଙ୍କାରେ ପହଞ୍ଚତ୍ଛି। ସେହିପରି ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୦ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢ଼ିଥିବା ସୂଚନା ମିଳିଛି। ଫଳରେ ସେଠାରେ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ଏବଂ ପେଟ୍ରୋଲ ୧୦୧.୬୪ ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୮ରୁ ୩୧ ପଇସା ବଢ଼ି ଯଥାକ୍ରମ ୯୪.୪୫ ଟଙ୍କା, ୯୨.୯୭ ଟଙ୍କା ଏବଂ ୯୭.୫୨ ଟଙ୍କାକୁ ଛୁଇଁଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୨୧ରୁ ୩୦ ପଇସା ବଢ଼ି ଯଥାକ୍ରମେ ୯୯.୩୬ ଟଙ୍କା, ୧୦୨.୧୭ ଟଙ୍କା ଏବଂ ୧୦୭.୭୧ ଟଙ୍କାରେ ରହିଛି।
ଅନ୍ତର୍ଜାତୀୟ ବଜାରରେ ଗୁରୁବାର ଅଶୋଧିତ ତୈଳ ଦର ୦.୫% ହ୍ରାସ ପାଇ ବ୍ୟାରେଲ ପିଛା ୭୮.୨୫ ଡଲାରରେ ପହଞ୍ଚତ୍ଛି। ତଥାପି ଏହା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ବର୍ଦ୍ଧିତ ଟିକସ ଯୋଗୁ ଖାଉଟି ଉଚ୍ଚା ଦରରେ ତେଲ କ୍ରୟ କରୁଛନ୍ତି ବୋଲି ତୈଳ କମ୍ପାନୀଗୁଡିକ ମତ ଦେଇଛନ୍ତି। ବର୍ତ୍ତମାନ ମଧ୍ୟ ସାରା ଦେଶରେ ୨୪ଟି ରାଜ୍ୟରେ ପେଟ୍ରୋଲ ୧୦୦ ଉପରେ ବିକ୍ରି ହେଉଥିବା ବେଳେ ୧୯ଟି ରାଜ୍ୟରେ ଡିଜେଲ ଦର ୯୦ ଉପରେ ରହିଛି।
କୋଭିଡ୍ ମହାମାରୀ ସମୟରେ ତୈଳ ଦର ବୃଦ୍ଧି ପାଇବା ଯୋଗୁ ସାଧାରଣ ଖାଉଟି ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛି। ତା’ ସାଙ୍ଗକୁ ଅତିରିକ୍ତ ଖର୍ଚ୍ଚନ୍ତା ଏବଂ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଭଳି ଆର୍ଥିକ ଭାର ପଡୁଛି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।