ତୈଳ ଚାହିଦା ମାର୍ଜିନରେ ଉନ୍ନତି ହେବ: ମୁଡି

ନୂଆଦିଲ୍ଲୀ,୧୦।୨: ଦେଶର ପ୍ରମୁଖ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ(ଓଏମ୍‌ସି) ଦ୍ୱାରା ପ୍ରକ୍ରିୟାକୃତ ଅଶୋଧିତ ତୈଳର ବ୍ୟାରେଲ ପ୍ରତି ଲାଭ ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ଚାହିଦା ବୃଦ୍ଧି ପାଇବ ବୋଲି ମୁଡି ସର୍ଭିସ ପକ୍ଷରୁ ଆକଳନ କରାଯାଇଛି। ଏହି ରେଟିଂ ଏଜେନ୍ସି ଏହା ମଧ୍ୟ ଉଲ୍ଲେଖ କରିଛି, ୨୦୨୧ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କାରଣରୁ ଓଏମ୍‌ସିଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ବିଶେଷକରି ଭାରତର ରିଫାଇନିଂ କମ୍ପାନୀଗୁଡ଼ିକ ଉପରେ ମୁଡି କହିଛି, ଖୁବ୍‌ଶୀଘ୍ର ବିଶୋଧନ ଏବଂ ମାର୍କେଟିଂ ମାର୍ଜିନରେ ଉନ୍ନତି ଆସିବା ସହିତ ସମସ୍ତ କମ୍ପାନୀ ପାଇଁ ରୋଜଗାରର ଉନ୍ନତି ମଧ୍ୟ ହେବ ବୋଲି ଆଶା କରାଯାଉଛି। ୨୦୨୦ ଏବଂ ୨୦୨୧ ର ପ୍ରଥମାର୍ଦ୍ଧରେ ବ୍ୟାରେଲ ପିଛା ୦.୫ରୁ ୦.୭ ର ହାରାହାରି ବିଶୋଧନ ମାର୍ଜିନ ସହିତ ତୁଳନା କରାଯାଇଛି। ସେହିଭଳି ଆସନ୍ତା ୧୨ରୁ ୧୮ମାସ ମଧ୍ୟରେ ଆଞ୍ଚଳିକ ରିଫାଇନିଂ ବେଞ୍ଚମାର୍କ ହାରାହାରି ୩.୦ରୁ ୪.୦ ଡଲାର ପ୍ରତି ବ୍ୟାରେଲ ପିଛା ବୃଦ୍ଧି ହେବ। ଦେଶର ୩ ପ୍ରମୁଖ ସାର୍ବଜନୀନ କ୍ଷେତ୍ର (ପିଏସ୍‌ୟୁ) ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ରିଫାଇନିଂ ମାର୍ଜିନରୁ ଅଧିକ ଆୟ କରୁଥିବା ମୁଡି ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ଅପରପକ୍ଷରେ ରିଫାଇନିଂ ମାର୍ଜିନ ଦୃଢ଼ ହେବା ସହିତ କ୍ଷମତାର ଉପଯୋଗ ମଧ୍ୟ ବଳବତ୍ତର ରହିବ। ମହାମାରୀ ସମୟର ପ୍ରତିବନ୍ଧକକୁ ହ୍ରାସ କରିବା ଏବଂ ବ୍ୟାପକ ଟିକାକରଣ ଯୋଗୁ ପରିବହନ ଇନ୍ଧନର ଚାହିଦା ପୂର୍ବାବସ୍ଥାକୁ ଫେରିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦ ଟିକସ ହ୍ରାସ ଲାଭକାରୀ ହେବ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୧୧।୧୧: ନିକଟରେ କେନ୍ଦ୍ର ସରକାର ଉପରେ ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦ ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ...

ସୋସିଆଲ ମିଡିଆର ଦାନବ ହେଉଛି ‘ଫେସବୁକ୍‌’ ! ପ୍ରତି ଘଣ୍ଟାରେ ୧୦୦ କୋଟି ବ୍ୟବସାୟ କରୁଛନ୍ତି ଜୁକରବର୍ଗ

ନୂଆଦିଲ୍ଲୀ,୨୮।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଫେସବୁକ୍‌’ର ଲୋକପ୍ରିୟତା ଅଧିକ। ସାରା ବିଶ୍ୱରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଣେ ଅନ୍ୟଜଣେ...

ଜିଏସ୍‌ଟି କ୍ଷତିପୂରଣ ବିଳମ୍ବକୁ ନେଇ ରାଜ୍ୟଗୁଡିକର ଉଦ୍‌ବେଗ

ନୂଆଦିଲ୍ଲୀ,୨୧-୧୧: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ପ୍ରଦାନକୁ ନେଇ ବିଭିନ୍ନ ରାଜ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ରାଜ୍ୟଗୁଡିକ ବିଭିନ୍ନ ସମସ୍ୟା ସାମ୍ନା...

୧୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୦।୧: କୋଭିଡ୍‌ ମହାମାରୀ ସାରା ବିଶ୍ୱକୁ ଏବେ ବି କବଳିତ କରି ରଖିଛି। ଏହି ସମୟରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସମସ୍ୟା କେତେବେଳେ...

ଯାନ ଦର ବଢ଼ାଇବ ରେନୋ

ନୂଆଦିଲ୍ଳୀ,୨୦-୧୨: ପ୍ରମୁଖ ୟୁରୋପିଆନ ଅଟୋମୋବାଇଲ ବ୍ରାଣ୍ଡ ରେନୋ ପକ୍ଷରୁ ଭାରତ ବଜାର ଲାଗି ଏହାର ବିଭିନ୍ନ ମଡେଲ ଯାନ ଉପରେ ଦର ବୃଦ୍ଧି ସମ୍ପର୍କରେ ଘୋଷଣା...

ନିୟମ ଉଲ୍ଲଂଘନ କରି ଜରିମାନା ଦେବେ ଅମ୍ବାନୀ

ମୁମ୍ବାଇ,୧୧।୪: ଗତ ଦୁଇ ଦଶନ୍ଧିର ଏକ ପୁରୁଣା ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅମ୍ବାନୀ ଭ୍ରାତାଙ୍କ ସମେତ ଅନ୍ୟମାନଙ୍କ ଉପରେ ୨୫...

ଏବେ ବାଇକ୍‌-କାର୍‌ ପାଇଁ କରିହେବ ନୋମିନି…

ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍‌ ଅବା କାର୍‌ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର...

ଅଭିବୃଦ୍ଧି ଅନୁମାନ କମାଇଲା ଡିବିଏସ୍‌

ନୂଆଦିଲ୍ଲୀ, ୩।୯ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଅନୁମାନକୁ ବ୍ୟାଙ୍କିଂ ସେବା ପ୍ରଦାନକାରୀ ଡିବିଏସ୍‌ ହ୍ରାସ କରିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତର...

Advertisement
Archives

Model This Week