ତୈଳ ଚାହିଦା ମାର୍ଜିନରେ ଉନ୍ନତି ହେବ: ମୁଡି

ନୂଆଦିଲ୍ଲୀ,୧୦।୨: ଦେଶର ପ୍ରମୁଖ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ(ଓଏମ୍‌ସି) ଦ୍ୱାରା ପ୍ରକ୍ରିୟାକୃତ ଅଶୋଧିତ ତୈଳର ବ୍ୟାରେଲ ପ୍ରତି ଲାଭ ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ଚାହିଦା ବୃଦ୍ଧି ପାଇବ ବୋଲି ମୁଡି ସର୍ଭିସ ପକ୍ଷରୁ ଆକଳନ କରାଯାଇଛି। ଏହି ରେଟିଂ ଏଜେନ୍ସି ଏହା ମଧ୍ୟ ଉଲ୍ଲେଖ କରିଛି, ୨୦୨୧ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କାରଣରୁ ଓଏମ୍‌ସିଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ବିଶେଷକରି ଭାରତର ରିଫାଇନିଂ କମ୍ପାନୀଗୁଡ଼ିକ ଉପରେ ମୁଡି କହିଛି, ଖୁବ୍‌ଶୀଘ୍ର ବିଶୋଧନ ଏବଂ ମାର୍କେଟିଂ ମାର୍ଜିନରେ ଉନ୍ନତି ଆସିବା ସହିତ ସମସ୍ତ କମ୍ପାନୀ ପାଇଁ ରୋଜଗାରର ଉନ୍ନତି ମଧ୍ୟ ହେବ ବୋଲି ଆଶା କରାଯାଉଛି। ୨୦୨୦ ଏବଂ ୨୦୨୧ ର ପ୍ରଥମାର୍ଦ୍ଧରେ ବ୍ୟାରେଲ ପିଛା ୦.୫ରୁ ୦.୭ ର ହାରାହାରି ବିଶୋଧନ ମାର୍ଜିନ ସହିତ ତୁଳନା କରାଯାଇଛି। ସେହିଭଳି ଆସନ୍ତା ୧୨ରୁ ୧୮ମାସ ମଧ୍ୟରେ ଆଞ୍ଚଳିକ ରିଫାଇନିଂ ବେଞ୍ଚମାର୍କ ହାରାହାରି ୩.୦ରୁ ୪.୦ ଡଲାର ପ୍ରତି ବ୍ୟାରେଲ ପିଛା ବୃଦ୍ଧି ହେବ। ଦେଶର ୩ ପ୍ରମୁଖ ସାର୍ବଜନୀନ କ୍ଷେତ୍ର (ପିଏସ୍‌ୟୁ) ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ରିଫାଇନିଂ ମାର୍ଜିନରୁ ଅଧିକ ଆୟ କରୁଥିବା ମୁଡି ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ଅପରପକ୍ଷରେ ରିଫାଇନିଂ ମାର୍ଜିନ ଦୃଢ଼ ହେବା ସହିତ କ୍ଷମତାର ଉପଯୋଗ ମଧ୍ୟ ବଳବତ୍ତର ରହିବ। ମହାମାରୀ ସମୟର ପ୍ରତିବନ୍ଧକକୁ ହ୍ରାସ କରିବା ଏବଂ ବ୍ୟାପକ ଟିକାକରଣ ଯୋଗୁ ପରିବହନ ଇନ୍ଧନର ଚାହିଦା ପୂର୍ବାବସ୍ଥାକୁ ଫେରିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri