ରିହାତିରେ ତେଲ କିଣି ତୈଳ କମ୍ପାନୀ ଲାଭବାନ

ନୂଆଦିଲ୍ଲୀ,୬।୭ (ଅଭୟ ଦାଶ): ଗତ କିଛି ବର୍ଷ ହେବ ଭାରତୀୟ ତୈଳ କମ୍ପାନୀଗୁଡିକ ରୁଷିଆରୁ ତେଲ କିଣି ବ୍ୟାପକ ଲାଭବାନ ହୋଇଛନ୍ତି। ବିଶେଷ କରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଭିନ୍ନ ରାଷ୍ଟ୍ର ରୁଷିଆ ଉପରେ କଟକଣା ଲାଗୁ କରିଥିଲେ। ଏପରିକି ବିଭିନ୍ନ ରାଷ୍ଟ୍ରର ଧମକ ଓ ଆର୍ଥିକ କଟକଣା ଯୋଗୁ ରୁଷିଆ ଭାରତକୁ ଶସ୍ତାରେ ତେଲ ଯୋଗାଇ ଦେଇଥିଲା। ଫଳରେ ଭାରତୀୟ ତୈଳକମ୍ପାନିଗୁଡ଼ିକ ବିଗତ ୩ ବର୍ଷ ମଧ୍ୟରେ ବିପୁଳ ପରିମାଣର ତୈଳ ଆମଦାନୀ କରି ବେଶ୍‌ ଲାଭ କମାଇଛନ୍ତି। ହେଲେ ଉକ୍ତ ଆମଦାନୀର ସୁଫଳ ସାଧାରଣ ଖାଉଟିଙ୍କ ନିକଟକୁ ଯାଇନାହିଁ। ଫଳରେ ଖାଉଟି ଗତ ୨ ବର୍ଷ ହେବ ଉଚ୍ଚ ଦରରେ ଉଭୟ ପେଟ୍ରୋଲ ଓ ଡିଜେଲ ଏବଂ ପେଟ୍ରୋଲଜାତ ସାମଗ୍ରୀ ଆଦି କିଣୁଛନ୍ତି। ଅପରପକ୍ଷରେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ରୁଷିଆରୁ ଭାରତ ଶସ୍ତା ମୂଲ୍ୟରେ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଭାରତୀୟ ତୈଳକମ୍ପାନିଗୁଡ଼ିକ ଗତ ୧୪ ମାସ ମଧ୍ୟରେ ପ୍ରାୟ ୭.୧୭ ବିଲିୟନ ଡଲାରର ଅର୍ଥ ସଞ୍ଚୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୨ ଏପ୍ରିଲରୁ ୨୦୨୩ ମେ ମଧ୍ୟରେ ଭାରତୀୟ ତୈଳ କମ୍ପାନୀଗୁଡିକ ପ୍ରାୟ ୫୭,୫୦୦ କୋଟି ଟଙ୍କାର ଅର୍ଥରାଶି ସଞ୍ଚୟ କରିଛନ୍ତି। ବିଶେଷ କରି ଭାରତ ବିଶ୍ୱର ୩ୟ ବୃହତ ତୈଳ ଆମଦାନୀକାରୀ ଦେଶ ହୋଇଥିବାବେଳେ ପ୍ରାୟ ୮୫% ଅଶୋଧିତ ତୈଳ ଆବଶ୍ୟକ କରିଥାଏ।
ଅପରପକ୍ଷରେ ୨୦୨୨ ଫେବୃୟାରୀ ଶେଷ ବେଳକୁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବଢିବାରୁ ରୁଷିଆ ଉପରେ ଅନେକ ଦେଶ କଟକଣା ଜାରି କରିଥିଲ କିନ୍ତୁ ଭାରତ ସେହି ସମୟରେ ରୁଷିଆଠାରୁ ସୁଲଭ ମୂଲ୍ୟରେ ତେଲ କିଣିବା ଆରମ୍ଭ କରିଥିଲା ହେଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଭାରତୀୟ ଗ୍ରାହକ ଉକ୍ତ ତେଲର ସୁବିଧା ପାଇପାରିଲେ ନାହିଁ କି ଗ୍ରାହକଙ୍କ ନିକଟକୁ ଶସ୍ତା ତେଲର କୌଣସି ସୁଫଳ ପହଞ୍ଚୁନାହିଁ , ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ସୃଷ୍ଟି ହେଉଛି। ଉକ୍ତ ରିପୋର୍ଟ ଅନୁଯାୟୀ ୨୦୨୨ ଏପ୍ରିଲରୁ ୨୦୨୩ ମେ ମଧ୍ୟରେ ଭାରତର ମୋଟ ଅଶୋଧିତ ତୈଳ ଆମଦାନୀ ବିଲ୍‌ ୧୮୬.୪୫ ବିଲିୟନ ଡଲାର ରହିଥିଲା। ଏପରିକି ଯଦି ଭାରତ ସେହି ଅଶୋଧିତ ତୈଳକୁ ଅନ୍ୟ ଏକ ଯୋଗାଣକାରୀ ଦେଶରୁ ଆମଦାନୀ କରିଥାନ୍ତା, ତେବେ ଭାରତକୁ ୧୯୬.୬୨ ବିଲିୟନ ଡଲାର ଦେବାକୁ ପଡ଼ିଥାନ୍ତା।
ସୂଚନାଯୋଗ୍ୟ, ଗତ ୧୪ ମାସ ମଧ୍ୟରେ ରୁଷିଆରୁ ଭାରତ ପ୍ରାୟ ୪୦ବିଲିୟନ ଡଲାରର ଅଶୋଧିତ ତୈଳ ଆମଦାନୀ କରିଛି। ବିଶେଷ କରି ଭାରତ ଉପରୋକ୍ତ ପରିମାଣର ଅଶୋଧିତ ତୈଳ ବ୍ୟାରେଲ ପିଛା ୭୯.୭୫ ଡଲାର ମୂଲ୍ୟରେ କିଣିଥିଲା ଯାହା କି ଅନ୍ୟ ଦେଶର ହାରାହାରି ମୂଲ୍ୟ ତୁଳନାରେ ବ୍ୟାରେଲ ପିଛା ୧୪.୫ ଡଲାର ଶସ୍ତା ବୋଲି ରିର୍ପୋଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?