ବାରବାଟୀରେ ୫ରୁ ଅଫଲାଇନ ଟିକେଟ: ପୂର୍ବ ରାତିରୁ ଧାଡ଼ିରେ ନ ରହି ସକାଳୁ ଧାଡ଼ିରେ ରହିବାକୁ ଦିଆଯିବ ଅନୁମତି

ଭୁବନେଶ୍ୱର,୩।୧୨: ବାରବାଟୀ ଟି ଟ୍ବେଣ୍ଟି ପାଇଁ ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଡିସିପି ସମୀକ୍ଷା କରି କହିଛନ୍ତି, କାଉଣ୍ଟର ଟିକେଟ ବିକ୍ରି ପାଇଁ ଲୁହା ବାରିକେଡ କରାଯିବ। କ୍ରିକେଟ ଏକାଡେମୀ ପଟୁ ପ୍ରବେଶ, ପ୍ରସ୍ଥାନ ଗେଟ୍‌ ଅଲଗା ରହିବ। ୫ ତାରିଖ ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହେବ। ସକାଳୁ ୬ଟାରୁ ଧାଡ଼ିରେ ରହିବାକୁ ଅନୁମତି ଦିଆଯିବ। ଟିକେଟ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡ଼ିରେ ରହି ପାରିବେନି। କଳାବଜାରୀ ଉପରେ ସ୍ବତନ୍ତ୍ର ନଜର ରଖାଯିବ। ସିସିଟିଭି ସର୍ଭେଲାନ୍ସରେ ଟିକେଟ ବିକ୍ରି ପ୍ରକ୍ରିୟା ଚାଲିବ ବୋଲି ଡିସିପି କହିଛନ୍ତି।

ଅନୁବନ୍ଧିତ ସଂସ୍ଥାମାନଙ୍କୁ ମୋଟ ୧୧ ହଜାର ଟିକେଟ ବିକ୍ରି ହେବ। ଆସନ୍ତା ୫ ତାରିଖରେ ଅଫଲାଇନ ଅର୍ଥାତ୍‌ ଧାଡିରେ ରହି ଟିକେଟ ପାଇବେ ଦର୍ଶକ। ୧୦ ହଜାର ଟିକେଟ ୫ ତାରିଖ ରେ ବିକ୍ରି ହେବ ବୋଲି ଜଣାପଡିଛି।

Dharitri – The Largest & Most Trusted Odia Daily

 

Share
Tags: odisha