ରୁପେ କାର୍ଡରେ ଅଫ୍‌ଲାଇନ ପେମେଣ୍ଟ

ନୂଆଦିଲ୍ଲୀ: ରୁପେ କାର୍ଡଧାରୀଙ୍କ ଲାଗି ଖୁସି ଖବର। ଏବେ ବିନା ଇଣ୍ଟରନେଟରେ ମଧ୍ୟ ଲୋକମାନେ ଏହି କାର୍ଡ ଦ୍ୱାରା ପେମେଣ୍ଟ କରିବାର ସୁବିଧା ପାଇପାରିବେ। ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) କହିଛି, ରୁପେ କଣ୍ଟାକ୍ଟଲେସ କାର୍ଡରେ ଅଫ୍‌ଲାଇନ ପେମେଣ୍ଟ ଲାଗି ନୂଆ ଫିଚର ଯୋଡାଯିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ବର୍ତ୍ତମାନ ପାଇଲଟ ଭିତ୍ତିରେ ଆରମ୍ଭ କରାଯାଇଛି। ଟ୍ରାଞ୍ଜାକଶନ ଲାଗି ପଏଣ୍ଟ ଅଫ୍‌ ସେଲ(ପିଓଏସ୍‌) ରହିବା ଜରୁରୀ ବୋଲି ଏହା ସ୍ପଷ୍ଟ କରିଛି। ରିଲୋଡେବଲ ରୁପେ ଏନ୍‌ସିଏମ୍‌ସି କାର୍ଡ ସହିତ ଲୋକଙ୍କୁ ନେଣଦେଣ କରିବା ସହଜ ହେବ। କାରଣ ନେଟ୍‌ଓ୍ବର୍କ ମନ୍ଥର ରହିଥିଲେ ମଧ୍ୟ ସହଜ ଏବଂ ତ୍ୱରିତ ଭାବେ ଟ୍ରାଞ୍ଜାକଶନ କରାଯାଇ ପାରିବ। ଏହି ଫିଚର କାର୍ଡ ଧାରକଙ୍କ ଲାଗି ବହୁତ ଖାସ୍‌ ହେବ ବୋଲି ରିଟେଲ ପେମେଣ୍ଟ ନେଟ୍‌ଓ୍ବର୍କ ପକ୍ଷରୁ ଆଶା କରାଯାଇଛି। ଏଥିରେ ମେଟ୍ରୋ ଟିକେଟ, ବସ୍‌ ଟିକେଟ ଏବଂ କ୍ୟାବ ଟିକେଟ ଭଳି ପେମେଣ୍ଟକୁ ମଧ୍ୟ ସାମିଲ କରାଯାଇଛି। ଏହା ସାଧାରଣ ନେଣଦେଣ ଠାରୁ ବହୁ ତ୍ୱରିତ ଭାବେ କାମ କରିଥାଏ ବୋଲି କୁହାଯାଉଛି। ଏନ୍‌ପିସିଆଇ ମୁଖ୍ୟ ନଳିନୀ ବଂଶଲ କହିଛନ୍ତି, ଏଭଳି ସୁବିଧା କ୍ୟାଶଲେସ ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାରେ ସହାୟତା କରିବ। ଏହି ସେବାକୁ ରିଜର୍ଭ ବ୍ୟାଙ୍କ କିଛି ଦିନ ଆଗରୁ ମଞ୍ଜୁରୀ ପ୍ରଦାନ କରିଥିଲା। କେବଳ କ୍ଷୁଦ୍ର ନେଣଦେଣ ଲାଗି ଏହା ଉପଲବ୍ଧ ହେବ। ଏହା ଅନ୍‌ଲାଇନ ପେମେଣ୍ଟ ମୋଡ୍‌ଠାରୁ ଭିନ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସେକ୍ସ ୧୦ବର୍ଷରେ ସର୍ବବୃହତ ବୃଦ୍ଧି

ମୁମ୍ବାଇ,୨୧-୯: ଅର୍ଥନୀତି ଅଭିବୃଦ୍ଧି ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପକ୍ଷରୁ ଶୁକ୍ରବାର କର୍ପୋରେଟ ଟିକସ ହ୍ରାସ ସମେତ ନିବେଶ ବୃଦ୍ଧି ଲାଗି କେତେକ ଘୋଷଣା କରାଯାଇଛି।...

ଫେସବୁକ୍‌ ସିଓଓ ପଦରୁ ସାଣ୍ଡବର୍ଗଙ୍କ ଇସ୍ତଫା…

ଓ୍ବାଶିଂଟନ, ୨।୬ : ଫେସବୁକ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଶେରିଲ ସାଣ୍ଡବର୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।...

ପୁରୀ-ହବିବଗଞ୍ଜ-ପୁରୀ ଟ୍ରେନର ମିଳିତ ବଗି ସଂଯୋଗ

ଭୁବନେଶ୍ୱର,୨୧-୫ : ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଣ କରିବା ଲକ୍ଷ୍ୟରେ ରେଲଓ୍ବେ ପକ୍ଷରୁ ପୁରୀ-ହବିବଗଞ୍ଜ-ପୁରୀ ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନରେ ମିଳିତ ବଗି ସ୍ଥାୟୀ...

ଡିଲରଶିପ୍‌ ପୁନଃ କାର୍ଯ୍ୟକ୍ଷମ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୭।୫: କରୋନା ପାଇଁ ବନ୍ଦ ହୋଇଥିବା ୬୦୦ ଡିଲରଶିପ୍‌କୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ଦେଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା କମ୍ପାନୀ ମାରୁତି...

ଟିକସ ବୃଦ୍ଧି ପ୍ରସଙ୍ଗରେ ୩ ଅଧିକାରୀଙ୍କୁ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୯।୪: ଅତି ଧନୀଙ୍କ ଉପରେ ଟିକସ ବୃଦ୍ଧି କରିବା ନେଇ ସରକାରଙ୍କୁ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌)ର ୫୦ ଜଣ ଅଧିକାରୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)କୁ...

ଲଣ୍ଡନ ହାଇକୋର୍ଟରେ ଆବେଦନ ଖାରଜ;ଜାମିନ ପାଇବାରେ ନୀରବ ୪ର୍ଥ ଥର ବିଫଳ

ଲଣ୍ଡନ,୧୩-୬: ପିଏନ୍‌ବି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ବୁଧବାର ଲଣ୍ଡନ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ବିଚାରପତି...

ବାତ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ସାଓମି ଦିଲ୍ଲୀ ଟିମ୍‌ ପକ୍ଷରୁ ୩ ଲକ୍ଷ

ଭୁବନେଶ୍ୱର,୨୨।୫: ପ୍ରମୁଖ କମ୍ପାନୀ ସାଓମି କର୍ପୋରେଶନର ଦିଲ୍ଲୀ ଟିମ୍‌ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।...

ୟୁବିଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୨୪।୭:ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଅର୍ଦ୍ଧବାର୍ଷିକୀ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଥିବା ବ୍ୟାଙ୍କର ଶାଖାଗୁଡିକରେ ଏହା ଆୟୋଜନ କରାଯାଇଥିଲା।...

Advertisement
Archives

Model This Week