ଚୂନ ମାରି ଲୁଟୁଛନ୍ତି ଅଧିକାରୀ, ଠିକାଦାର

ମାଲକାନଗିରି,୧୮।୪ (ଡି.ଏନ.ଏ.): ଖରା ଦିନ ଆସିଲେ ମାଲକାନଗିରି ଜିଲାରେ ଜଳ କଷ୍ଟ ବଢିଥାଏ। ଜିଲାରେ ସବୁ ବର୍ଷ ଜଳ କଷ୍ଟ ଦେଖାଦେଉଥିବା ବେଳେ ଏହା ଦୂର କରିବା ବାହାନରେ ଅଚଳ ପାନୀୟ ଜଳ ପ୍ରକଳ୍ପରେ ଚୂନ ମାରି ଅର୍ଥ ଲୁଟ କରାଯାଉଛି। ମାଲକାନଗିରି ସଦର ମହକୁମା ନିକଟସ୍ଥ ଏମଭି-୩ ଗ୍ରାମରେ ଏପରି ଦେଖିବାକୁ ମିଳିଛି। ଏହି ଗ୍ରାମରେ ପାଇପ ଯୋଗେ ଜଳ ଯୋଗାଣ ଲାଗି ହୋଇଥିବା ପ୍ରକଳ୍ପ ଆରମ୍ଭରୁ ହିଁ ଅଚଳ ହୋଇପଡିଛି। ନିକଟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜଳକଷ୍ଟ ଦୂର ଆଳରେ ଏହି ଅଚଳ ପ୍ରକଳ୍ପରେ କେବଳ ରଙ୍ଗ ମାରି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅଧିକାରୀ, ଯନ୍ତ୍ରୀ ଓ ଠିକାଦାର ଲୁଟି ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏମଭି-୩ ଗ୍ରାମଠାରୁ କିଛି କିଲୋମିଟର ଦୂରରେ ରହିଛି ଏମଭି ୧୩ ଗ୍ରାମ। ଏଠାରେ ମଧ୍ୟ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିରହିଛି। ଏଠାରେ ମଧ୍ୟ ପମ୍ପ ହାଉସ ଓ ପାଣି ଟାଙ୍କିରେ ଚୁନ ମାରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଜିଲାରେ ଜଳ କଷ୍ଟ ଦୂର ଲାଗି ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏପରି ପାନୀୟ ଜଳ ପ୍ରକଳ୍ପ କରୁଥିବା ବେଳେ ସ୍ଥାନୀୟ ଅଧିକାରୀ ମାନେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ନ ଦେଇ ଅଚଳ ପ୍ରକଳ୍ପରେ ଚୂନ ମାରି ଟଙ୍କା ହାତେଇବାରେ ଲାଗିଛନ୍ତି। ସୂଚନାଯୋଗ୍ୟ, ମାଲକାନଗିରି ଜିଲାରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ସରକାର ୩୬୪ଟି ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ସେଥିରୁ ୪୫ଟି ପ୍ରକଳ୍ପ ଅଚଳ ଥିବା ଜଣାପଡିଛି। ଅନେକ ସ୍ଥାନରେ କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡିକ ମଧ୍ୟ ଗ୍ରାମବାସୀଙ୍କ ପାନୀୟ ଜଳ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି। ଏ ସମ୍ପର୍କରେ କୋରକୋଣ୍ଡା ବିଡିଓଙ୍କୁ ପଚାରିବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri