ସିଏସ୍‌ଇ-୨୨ରେ ଅନାକାଡେମିର ବାଜିମାତ୍‌

ନୂଆଦିଲ୍ଲୀ,୨୫।୫: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ୍‌ ଏକ୍‌ଜାମ(ସିଏସ୍‌ଇ) ୨୦୨୨ର ଫଳାଫଳ ନିକଟରେ ପ୍ରକାଶ ପାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଅନାକାଡେମିର ଶିକ୍ଷାର୍ଥୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶର ସର୍ବବୃହତ୍‌ ଲର୍ନି ପ୍ଲାଟ୍‌ଫର୍ମ ଅନାକାଡେମିର ସିଏସ୍‌ଇ ଶିକ୍ଷାର୍ଥୀମାନେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୟୁପିଏସ୍‌ସି-ସିଏସ୍‌ଇ ଫଳାଫଳରେ ବାଜିମାତ୍‌ କରିଛନ୍ତି। ଏପରିକି ଦେଶର ଶ୍ରେଷ୍ଠ-୨୦ ସର୍ବଭାରତୀୟ ର଼୍ୟାଙ୍କ୍‌ (ଏଆଇଆର୍‌) ଧାରୀ ମଧ୍ୟରେ ସ୍ଥାନ ପାଇଥିତ୍ବା କୃତୀ ଛାତ୍ରୀଛାତ୍ର ମଧ୍ୟରେ ଅନାକାଡେମିର ସ୍ମୃତି ମିଶ୍ର (ଏଆଇଆର୍‌-୪), କନିକା ଗୋୟଲ (ଏଆଇଆର୍‌-୯), ରାହୁଲ ଶ୍ରୀବାସ୍ତବ (ଏଆଇଆର୍‌-୧୦), ଅଭିନାଭ ସିୱାଚ (ଏଆଇଆର୍‌- ୧୨) ଏବଂ ବିଦୂଷୀ ସିଂ (ଏଆଇଆର୍‌-୧୩) ସ୍ଥାନ ପାଇଛନ୍ତି। ସେହିଭଳି ୩୦୦ରୁ ଅଧିକ ଅନାକାଡେମି ଶିକ୍ଷାର୍ଥୀ ସେମାନଙ୍କର ଉତ୍ସର୍ଗୀକୃତ, ଦୃଢ଼ତା ମନୋବଳ ଏବଂ ଅନାକାଡେମିର ବିସ୍ତୃତ ଶିକ୍ଷା ପ୍ରଣାଳୀ ଓ କାର୍ଯ୍ୟକାରିତା ଉପରେ ଧ୍ୟାନ ପ୍ରଦର୍ଶନ କରି ଶୀର୍ଷ ମାନ୍ୟତା ପାଇଛନ୍ତି। ଅପରପକ୍ଷରେ ଅନାକାଡେମିର ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅନେକ ର଼୍ୟାଙ୍କଧାରୀ ଅନ୍‌ଲାଇନ ପ୍ରୋଗ୍ରାମରୁ ଆସିଥିଲାବେଳେ ଭାରତର ଶ୍ରେଷ୍ଠ ଏଜୁକେଶନ୍‌ ଦ୍ୱାରା ଦିଆଯାଇଥିବା ସ୍ବତନ୍ତ୍ର ମାର୍ଗଦର୍ଶନ ଦ୍ୱାରା ବେଶ୍‌ ଉପକୃତ ହୋଇଛନ୍ତି। ସେହିପରି ଅନେକ ଆଶାୟୀ ଛାତ୍ରୀଛାତ୍ର ଅନାକାଡେମିର ଶେଷ ମାଇଲ ପ୍ରୋଗ୍ରାମର ଏକ ଅଂଶ ଥିଲେ। ଅପରପକ୍ଷରେ ଅବସରପ୍ରାପ୍ତ ଅମଲାତନ୍ତ୍ର, ପୂର୍ବତନ ୟୁପିଏସ୍‌ସି ସଦସ୍ୟ ଏବଂ ଟପ୍‌ ଏଡୁକେଟର୍ସଙ୍କ ଦ୍ୱାରା ପରିଚାଳିତ ଶେଷ ମାଇଲ୍‌ ପ୍ରୋଗ୍ରାମର କଠୋର ମକ୍‌ ସାକ୍ଷାତକାର ଅଧିବେଶନ ଉକ୍ତ କୃତୀ ଶିକ୍ଷାର୍ଥୀମାନଙ୍କର ସଫଳତା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ସୂଚନାଯୋଗ୍ୟ, ୟୁପିଏସ୍‌ସି-ସିଏସ୍‌ଇ ପ୍ରସ୍ତୁତି ପାଇଁ ଅନାକାଡେମି ବର୍ତ୍ତମାନ ଅଗ୍ରଣୀ ଅନ୍‌ଲାଇନ ଲର୍ନିଂ ପ୍ଲାଟ୍‌ଫର୍ମ ଭାବେ ଉଭା ହୋଇଛି। ଏପରିକି ଶିକ୍ଷଣ ଉତ୍ସଗୁଡ଼ିକର ଏକ ବିସ୍ତୃତ ଶିକ୍ଷଣ ପ୍ଲାଟ୍‌ଫର୍ମ ମଧ୍ୟ ପ୍ରଦାନ କରୁଛି। ଉଭୟ ଜେନେରାଲ ଷ୍ଟଡିଜ୍‌ ଏବଂ ଇଚ୍ଛାଧୀନ ବିଷୟ, ଇଣ୍ଟରାକ୍ଟିଭ୍‌ ଲାଇଭ୍‌ ଅଧିବେଶନ, ବ୍ୟକ୍ତିଗତ ମେଣ୍ଟରଶିପ୍‌, ଉତ୍ସର୍ଗୀକୃତ ସନ୍ଦେହ ସମାଧାନ ଅଧିବେଶନ, ବିସ୍ତୃତ ପରୀକ୍ଷା ସିରିଜ୍‌ ଏବଂ ପ୍ରବନ୍ଧ ଓ ଉତ୍ତର ଲେଖାର ବିଶେଷଜ୍ଞ ମୂଲ୍ୟାଙ୍କନ ପାଇଁ ଏଥିରେ ଗଠିତ ବ୍ୟାଚ୍‌ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri